Trade Deal: ଆମେରିକା ସହ ତରବରିଆ ରାଜିନାମା ଚାହୁନି: ଭାରତ ଗ୍ରହଣ କଲା କଠୋର ଆଭିମୁଖ୍ୟ

1 month ago 12
ARTICLE AD BOX

ନୂଆଦିଲ୍ଲୀ:ଆମେରିକା ସହ ତରବରରେ କୌଣସି ରାଜିନାମା ସ୍ବାକ୍ଷର କରିବାକୁ ଭାରତ ଚାହୁନାହିଁ। ଦ୍ବିପାକ୍ଷିକ ମୁକ୍ତ ବାଣିଜ୍ୟ ରାଜିନାମାକୁ ନେଇ ବହୁ ମାସ ଧରି ବ୍ୟାପକ ଆଲୋଚନା‌ କରିବା ସତ୍ତ୍ବେ ଦୁଇ ପକ୍ଷ ମଧ୍ୟରେ ସହମତି ‌ହୋଇପାରିନାହିଁ। ଗତ ମାସରେ ଆମେରିକା ବାଣିଜ୍ୟ ପ୍ରତିନିଧି ଜାମିସନ ଗ୍ରିରଙ୍କ ଭାରତ ଗସ୍ତ ସମୟରେ ଅନ୍ତରୀଣ ବୁଝାମଣା ହେବା ଆଶା କରାଯାଉଥିଲା। କିନ୍ତୁ ତାହା ସମ୍ଭବ ହୋଇନଥିଲା। ଚୀନ ଓ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଶୁଳ୍କରେ ଅଧିକ ଲାଭ ଦେବାକୁ ଭାରତ କରିଥିବା ଦାବି ଉପରେ କୌଣସି ପ୍ରତିଶ୍ରୁତି ଦେବାକୁ ଆମେରିକା ମନା କରିଦେଇଛି।

Iran Most Wanted List: ଇରାନର ହିଟ୍ ଲିଷ୍ଟ୍‌ରେ ୧୩ ବିଶ୍ବନେତା: ‘ମୋଷ୍ଟ ୱାଣ୍ଟେଡ୍’ତାଲିକା ପ୍ରକାଶ କଲା

ଭାରତ ସମେତ ବିଭିନ୍ନ ଦେଶ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ କଟକଣା ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ତାହା ହେଲେ ଭାରତର ରପ୍ତାନି ପ୍ରଭାବିତ ଓ ବ୍ୟବସାୟକୁ ନେଇ ଅନିଶ୍ଚିତତା ଦେଖାଦେବ। ଏହା ସତ୍ତ୍ବେ ଆମେରିକା ସହ ରାଜିନାମା କରିବାକୁ ଭାରତ ମନ ସ୍ଥିର କରିନାହିଁ। ଗତ ମାସରେ ହୋଇଥିବା ଆଲୋଚନା ପରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ ଯେ କୌଣସି ପ୍ରକାର ଲାଭ ନ ମିଳିଲେ ଆମେରିକା ସହ ରାଜିନାମା ହେବ ନାହିଁ। ଚଢ଼ା ଶୁଳ୍କ ବିପଦ ରହିଥିବା ସତ୍ତ୍ବେ ଭାରତ ନିଜ ଆଭିମୁଖ୍ୟକୁ କଠୋର କରିଛି।

ଭାରତ ଉପରେ ଆମେରିକାର ୧୦ ପ୍ରତିଶତ ଶୁଳ୍କ

ବିଶ୍ବର ଅନେକ ଦେଶ ଭଳି ଏବେ ଭାରତ ଉପରେ ମଧ୍ୟ ଆମେରିକାର ୧୦ ପ୍ରତିଶତ ଶୁଳ୍କ ରହିଛି। ଭାରତ ସମେତ ବିଭିନ୍ନ ଦେଶ ଉପରେ ନୂଆ ୧୨.୫ ପ୍ରତିଶତ ଶୁଳ୍କ ଲଗାଇବା ଯୋଜନା ବିଷୟରେ ଆମେରିକା ବହୁ ପୂର୍ବରୁ ଘୋଷଣା କରିସାରିଛି। ବଳପୂର୍ବକ ଶ୍ରମ ଜରିଆରେ ପ୍ରସ୍ତୁତ ହେଉଥିବା ଜିନିଷ ଆଳରେ ଆମେରିକା ଏହି ଶୁଳ୍କ ଲଗାଇବ। ଅନ୍ୟ ପକ୍ଷରେ ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ ଭାରତ ଯେଉଁଭଳି ରିହାତି ଚାହୁଛି ତାହା ନିଜେ ମଧ୍ୟ ପାଳନ କରିବା ଦରକାର। ତେବେ ଭାରତ ସହ ଆଲୋଚନା ଜାରି ରଖିବାକୁ ଆମେରିକା ନିଷ୍ପତ୍ତି ନେଇଛି। ଭାରତ ସହ ଆଲୋଚନା ମନ୍ଥର ଗତିରେ ଆଗକୁ ବଢ଼ୁଥିବା ବେଳେ ରାଜିନାମା ଏତେ ସହଜରେ ହେବ ନାହିଁ ବୋଲି ଜଣାପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.