ARTICLE AD BOX
ଭୁବନେଶ୍ବର: ବ୍ରିଟେନ ସହ ହୋଇଥିବା ରାଜିନାମାରୁ ଓଡ଼ିଶାର ଗ୍ରାହକମାନେ ବିଶେଷ ଉପକୃତ ହେବେ ବୋଲି ଇଣ୍ଟରନ୍ୟାସନାଲ୍ ସ୍ପିରିଟ୍ସ ଆଣ୍ଡ୍ ୱାଇନ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଆଇଏସ୍ଡବ୍ଲ୍ୟୁଏଆଇ)ର ସିିଇଓ ସଞ୍ଜିତ ପାଢ଼ୀ କହିଚନ୍ତି। ସେ କହିଛନ୍ତି, ଏହି ଚୁକ୍ତି ଦ୍ବାରା ବ୍ରିଟେନର ହ୍ବିସ୍କି ଓ ଚିନ ଉପରେ ଥିବା ଶୁଳ୍କ ୧୫୦ ପ୍ରତିଶତରୁ ହ୍ରାସ ପାଇ ୭୫ ପ୍ରତିଶତ ହେବ ଏବଂ ପର୍ଯ୍ୟାୟକ୍ରମେ ତାହା ୪୦ ପ୍ରତିଶତକୁ ହ୍ରାସ ପାଇବ।
ଶୁଳ୍କରେ ହେବାକୁ ଥିବା ହ୍ରାସର ଲାଭ ଯଦି ଗ୍ରାହକମାନଙ୍କୁ ଦିଆଯିବ ତେବେ ଚୁକ୍ତିର ପ୍ରକୃତ ଲାଭ ମିଳିପାରିବ। ଶ୍ରୀ ପାଢ଼ୀ କହିଛନ୍ତି, ସୀମା ଶୁଳ୍କ, ରାଜ୍ୟର ଅବକାରୀ ଶୁଳ୍କ, ଭାଟ୍ ଓ ଅନ୍ୟାନ୍ୟ ଶୁଳ୍କ ବିଚାରକୁ ନେବା ପରେ ଆମଦାନି ହେଉଥିବା ସିରିଟ୍ର ମୂଲ୍ୟ ଘରୋଇ ଉତ୍ପାଦ ମୂଲ୍ୟ ସହ ପାଖାପାଖି ସମାନ ରହିବ।
FTA: ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ରାଜିନାମା
ବ୍ରିଟେନ ସହ ହୋଇଥିବା ଚୁକ୍ତି ଭାରତୀୟ ନିର୍ମାତାମାନଙ୍କୁ ଉତ୍ପାଦର ଗୁଣାତ୍ମକ ମାନ ବଢ଼ାଇବା, ଇନପୁଟ୍ ଖର୍ଚ୍ଚରେ ପାରଦର୍ଶିତା ଆଣିବା ଓ ରପ୍ତାନି ବଜାରରେ ପ୍ରତିଦ୍ବନ୍ଦ୍ବିତା କରିବାର ସୁଯୋଗ ପ୍ରଦାନ କରିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

20 hours ago
1


