ARTICLE AD BOX
ବାଲିଅନ୍ତା: ଦୁଇ ଦିନପୂର୍ବେ ଟ୍ରାକ୍ଟର ଚାଳକ ସୁନାକର କାଣ୍ଡି (୪୪) ନିଖୋଜ ଥିଲେ। ଆଜି (ସୋମବାର) ପୂର୍ବାହ୍ଣରେ ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ଅନ୍ତର୍ଗତ ପ୍ରତାପଶାସନ ବ୍ରିଜ ନିକଟସ୍ଥ ପୁରୀ କେନାଲରୁ ସୁନାକରଙ୍କ ମୃତଦେହ ଉଦ୍ଧାର ହୋଇଛି।
Youth Found Dead : କଟକରେ ଚାଞ୍ଚଲ୍ୟ: ଅଟୋ ମିରରରୁ ଉଦ୍ଧାର ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
ଆଜି ସକାଳେ ସ୍ଥାନୀୟ ଲୋକେ କେନାଲରେ ଏକ ମୃତଦେହ ଭାସୁଥିବା ଦେଖି ବାଲିଅନ୍ତା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ପରିବାର ଲୋକେ ପହଞ୍ଚି ଶବ ଚିହ୍ନଟ କରିଥିଲେ l
Drown: ନାଗାବଳୀରୁ ନାବାଳକ, ବଂଶଧାରା ନଦୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଝଞ୍ଜାବତୀରେ ଭାସି ଜଣେ ନିଖୋଜ
ସୂଚନା ଅନୁଯାୟୀ, ଗତ ୭ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ନାଗପୁର ଗ୍ରାମର ଟ୍ରାକ୍ଟର ଚାଳକ ସୁନାକର ପ୍ରତାପ ଶାସନ କେନାଲ ବ୍ରିଜ୍ ନିକଟରୁ ନିଖୋଜ ହୋଇଯାଇଥିଲେ। ବ୍ରିଜ ଉପରେ ସୁନାକରଙ୍କ ଗାମୁଛା ଏବଂ ଚପଲ ମିଳିଥିଲା l ତେଣୁ ସେ ପାଣିରେ ଭାସିଯାଇଥିବା ସନ୍ଦେହ କରାଯାଉଥିଲା l ଏନେଇ ତାଙ୍କ ବାପା ଶରତ ଚନ୍ଦ୍ର କାଣ୍ଡି ବାଳକାଟି ଫାଣ୍ଡିରେ ପୁଅ ନିଖୋଜ ନେଇ ଅଭିଯୋଗ କରିଥିଲେ। ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ ବହୁ ସମୟ ଧରି ଖୋଜାଖୋଜି କରିଥିଲେ ହେଁ ମୃତଦେହ ମିଳିନଥିଲା l
Dead Body: କୁଟିବାରି ନାଳରୁ ପୋତା ଯାଇଥିବା ଗଳିତ ମୃତଦେହ ଉଦ୍ଧାର
ତେବେ ସୁନାକରଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ତାହାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି l

1 hour ago
3


