Group Clash ମହୁଲିଆରେ ଗୋଷ୍ଠୀ ସଂଘର୍ଷ, ଗୋଟିଏ ପରିବାରର ୪ ଆହତ

58 minutes ago 3
ARTICLE AD BOX

ଜଳେଶ୍ଵର(ସତ୍ୟବ୍ରତ ପ୍ରଧାନ):ବାଲେଶ୍ଵରଜିଲ୍ଲା ଜଳେଶ୍ଵର ବ୍ଲକ ଅଧୀନ ଶିଖରପୁର ପଞ୍ଚାୟତର ମହୁଲିଆ ଗ୍ରାମରେ ଆଜି (ସୋମବାର)  ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ଗୋଟିଏ ପରିବାରର ୪ ସଦସ୍ୟ ଆହତହୋଇଛନ୍ତି।  ଆହତଙ୍କୁ ପ୍ରଥମେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲ ଓ ପରେ ସେଠାରୁ ପୁଣି ବାଲେଶ୍ଵର ସ୍ଥାନାନ୍ତରିତ କରାଯାଇଛି।

Ash Transportation Dispute ଦର୍ଲିପାଲିରେ ପାଉଁଶ ପରିବହନକୁ ନେଇ ଗୋଷ୍ଠୀ ସଂଘର୍ଷ, ଗୁଳିମାଡ଼ରେ ଜଣେ ମୃତ
ବିବରଣୀରୁ ପ୍ରକାଶ, ମହୁଲିଆ ଗ୍ରାମର ଏକ ପରିବାର ରାତି ୮ ଟା ସମୟରେ ଘରେ ଦାଣ୍ଡ ଦୁଆରେ ବସିଥିଲେ।  ଗାଁର ଅନ୍ୟ ଏକ ଗୋଷ୍ଠୀ ବାଣ ଫୁଟାଇ ଥିଲେ । ବାଣଟି ସେହି ପରିବାର ଲୋକଙ୍କ ଅତି ନିକଟରେ ପଡି ଫୁଟିଥିଲା। ଏଥିରେ ଉକ୍ତ ପରିବାରର ଲୋକମାନେ ତାଗିଦ କରିଥିଲେ।  ବାଣ ଫୁଟାଇ ଥିବା ଗୋଷ୍ଠୀର ଏକାଧିକ ଲୋକମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏହି ରିପୋର୍ଟ ଲେଖା ହେବା ଯାଏଁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ବାଣପୁଟାକୁ କେନ୍ଦ୍ର କରି ବିବାଦ ହୋଇଥିଲେ ମଧ୍ୟ ସରକାରୀ ଟଙ୍କାରେ ଏକ ବ୍ୟକ୍ତିଗତ ଜାଗାରେ ଗାଧୁଆ ତୁଠ ନିର୍ମାଣ କୁ ସେମାନେ ବିରୋଧ କରିବାରୁ ଏପରି ସଙ୍ଘବଦ୍ଧ ଆକ୍ରମଣ ହୋଇଛି ବୋଲି ଆହତ ପରିବାର ଅଭିଯୋଗ କରିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.