ARTICLE AD BOX
ନୂଆଦିଲ୍ଲୀ: ଭାରତୀୟ ବଜାରରେ ଲୋକପ୍ରିୟତା ହାସଲ କରିଥିବା ଅଟୋମୋବାଇଲ୍ ନିର୍ମାତା ‘ଟୋୟୋଟା’ (Toyota) ଗ୍ରାହକଙ୍କ ପାଇଁ ଏକ ବଡ଼ ଖୁସିଖବର ଆଣିଛି। କମ୍ପାନୀ ଏହାର ବେଷ୍ଟ ସେଲିଂ MPV ‘ଇନୋଭା ହାଇକ୍ରସ୍’ (Innova Hycross) ର ନୂତନ ଫେସଲିଫ୍ଟ ମଡେଲକୁ ଖୁବଶୀଘ୍ର ବଜାରରେ ପ୍ରବେଶ କରାଇବାକୁ ଯାଉଛି। ବିଭିନ୍ନ ଅଟୋମୋବାଇଲ୍ ରିପୋର୍ଟ ଅନୁସାରେ, ଆସନ୍ତା ନଭେମ୍ବର ୨୦୨୬ ମଧ୍ୟରେ ଏହି ନୂତନ କାରକୁ ଲଞ୍ଚ କରାଯିବାର ସମ୍ଭାବନା ରହିଛି।
ଇନୋଭା ହାଇକ୍ରସ୍ ଫେସଲିଫ୍ଟର ସବୁଠାରୁ ବଡ଼ ପରିବର୍ତ୍ତନ ଏହାର ସାମ୍ନା ଭାଗରେ ଦେଖିବାକୁ ମିଳିବ। ଏଥିରେ ପୂର୍ବ ଅପେକ୍ଷା ଅଧିକ ସ୍ଲିମ୍ ହେଡଲ୍ୟାମ୍ପ, ମଝିରେ ଟୋୟୋଟା ଲୋଗୋ ସହିତ ଏକ ମୋଟା କଳା ପଟି ଏବଂ ଏକ ସମ୍ପୂର୍ଣ୍ଣ ନୂଆ ଗ୍ରିଲ୍ ଦିଆଯାଇପାରେ। ଏହାର ଡିଜାଇନ୍ କମ୍ପାନୀର ନୂତନ ପିଢ଼ିର ‘ହାଇଲକ୍ସ’ ଅନୁଯାୟୀ ପ୍ରସ୍ତୁତ କରାଯାଇଛି।
ଆହୁରି ପଢନ୍ତୁ: Rahul Gandhi: ସିଜେପି ସମର୍ଥନରେ ବାହାରିଲେ ରାହୁଲ, କହିଲେ ‘ତ୍ରିରଙ୍ଗା ଉଡ଼ାଇବା ଅପରାଧ ନୁହେଁ’
ଏହାସହ ନୂଆ ଫ୍ରଣ୍ଟ ବମ୍ପର ଏବଂ ଫଗ୍ ଲ୍ୟାମ୍ପର ସ୍ଥାନରେ ମଧ୍ୟ ପରିବର୍ତ୍ତନ ଅଣାଯାଇଛି, ଯାହା ଗାଡ଼ିକୁ ଏକ ଦୃଢ଼ ଏସୟୁଭି ଲୁକ୍ ପ୍ରଦାନ କରିବ। ଗାଡ଼ିର ଭିତର ଭାଗ ବା କେବିନ୍ ଲେଆଉଟ୍ ପୂର୍ବ ମଡେଲ୍ ଭଳି ରହିବ, କିନ୍ତୁ ଏହାର ସିଟ୍ ଅପହୋଷ୍ଟ୍ରି ଏବଂ କଲର ଥିମ୍ରେ ନୂତନ ପରିବର୍ତ୍ତନ କରାଯିବ। ଫିଚର୍ସ ଦୃଷ୍ଟିରୁ ଏଥିରେ ଏକ ବଡ଼ ଟଚ୍ସ୍କ୍ରିନ୍ ଇନଫୋଟେନ୍ମେଣ୍ଟ ସିଷ୍ଟମ, ଅପଡେଟ୍ ଡ୍ରାଇଭର୍ ଡିସ୍ପ୍ଲେ, ଉନ୍ନତ ୩୬୦-ଡିଗ୍ରୀ କ୍ୟାମେରା, ପାନୋରାମିକ୍ ସନରୁଫ୍, ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍ ଏବଂ କନେକ୍ଟେଡ୍ କାର୍ ଟେକ୍ନୋଲୋଜି ଭଳି ଅନେକ ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଯିବ। କିଛି ରିପୋର୍ଟ ଅନୁଯାୟୀ, ପଛ ସିଟ୍ ପାଇଁ ମଧ୍ୟ ଭେଣ୍ଟିଲେସନ୍ ଫିଚର୍ ମିଳିବାର ସମ୍ଭାବନା ରହିଛି। ତେବେ ଟୋୟୋଟା ପକ୍ଷରୁ ଏହାର ଅଫିସିଆଲ୍ ଲଞ୍ଚ୍ ତାରିଖ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଘୋଷଣା କରାଯାଇ ନାହିଁ |

4 hours ago
2


