ARTICLE AD BOX
ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଅଟୋ ନଗରରେ ଥିବା ଟୟୋଟାର ସର୍ଭିସ୍ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ। ଏହି ଘଟଣାରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଦାମୀ କାର୍ ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ୮ଟି ସେକ୍ସନର ୭୦ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କ ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇ ପାରିଥିଲା
/sambad/media/media_files/2026/08/29/98y76-2026-08-29-14-27-19.jpeg)
ଗଞ୍ଜାମ: ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଅଟୋ ନଗରରେ ଥିବା ଟୟୋଟାର ସର୍ଭିସ୍ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ। ଏହି ଘଟଣାରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଦାମୀ କାର୍ ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ୮ଟି ସେକ୍ସନର ୭୦ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କ ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇ ପାରିଥିଲା । ଉଦ୍ଧାରକାର୍ଯ୍ୟରେ ଅଗ୍ନିଶମ ବିଭାଗର ଅତ୍ୟାଧୁନିକ ରୋବଟ୍ କୃଷ୍ଣକୁ ନିୟୋଜିତ କରାଯାଇଥିଲା ।
ଖବର ଲେଖାହେଲା ପର୍ଯ୍ୟନ୍ତ ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଜଣାପଡ଼ି ନଥିଲା । ଫାୟାର ସେଫ୍ଟି ନଥିବା ନେଇ ବିଭାଗକୁ ଜଣାଇବା ପରେ କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରିଷ୍ଠ ଅଗ୍ନିଶମ ଅଧିକାରୀ କହିଛନ୍ତି । ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ସମସ୍ତେ ସୁରକ୍ଷିତ ଅଛନ୍ତି।
ସରକାର ନିଜେ ଦୁର୍ନୀତି କରୁଛନ୍ତି: ମୋଦୀ ସରକାରଙ୍କ ଉପରେ ବର୍ଷିଲେ ମୁରଲୀ ମନୋହର ଯୋଶୀ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


