TMC: ଟିଏମ୍‌ସି ବିଦ୍ରୋହୀ ଗୋଷ୍ଠୀରେ ଯୋଗ ଦେଲେ ମମତାଙ୍କ ବିଶ୍ବସ୍ତ ଅନୁବ୍ରତ ମଣ୍ଡଳ

1 hour ago 1
ARTICLE AD BOX

ତୃଣମୂଳ କଂଗ୍ରେସକୁ ଶକ୍ତ ଝଟ୍‌କା ଦେଇ ବରିଷ୍ଠ ଦଳୀୟ ନେତା ଏବଂ ବୀରଭୂମ ଷ୍ଟ୍ରଙ୍ଗମ୍ୟାନ୍‌ ଅନୁବ୍ରତ ମଣ୍ଡଳ ଶନିବାର ବିଦ୍ରୋହୀ ଗୋଷ୍ଠୀରେ ଯୋଗ ଦେଇଛନ୍ତି।

 ଟିଏମ୍‌ସି ବିଦ୍ରୋହୀ ଗୋଷ୍ଠୀରେ ଯୋଗ ଦେଲେ ମମତାଙ୍କ ବିଶ୍ବସ୍ତ ଅନୁବ୍ରତ ମଣ୍ଡଳ

କୋଲକାତା: ତୃଣମୂଳ କଂଗ୍ରେସକୁ ଶକ୍ତ ଝଟ୍‌କା ଦେଇ ବରିଷ୍ଠ ଦଳୀୟ ନେତା ଏବଂ ବୀରଭୂମ ଷ୍ଟ୍ରଙ୍ଗମ୍ୟାନ୍‌ ଅନୁବ୍ରତ ମଣ୍ଡଳ ଶନିବାର ବିଦ୍ରୋହୀ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ଅନୁବ୍ରତ ମଣ୍ଡଳ ବିଦ୍ରୋହୀ ଗୋଷ୍ଠୀରେ ଯୋଗ ଦେଇଛନ୍ତି ଏବଂ ତାଙ୍କୁ ବିଦ୍ରୋହୀ ଶିବିରର ବୀରଭୂମ ଜିଲ୍ଲା ସଭାପତି ନିଯୁକ୍ତ କରାଯାଇଛି ବୋଲି ବିରୋଧୀ ଦଳ ନେତା ଋତବ୍ରତ କହିଛନ୍ତି। ବୀରଭୂମରେ ଅନୁବ୍ରତଙ୍କୁ ଟିଏମ୍‌ସିର ସବୁଠାରୁ ପ୍ରଭାବଶାଳୀ ନେତା ବିବେଚନା କରାଯାଏ। ସେ ମଧ୍ୟ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ବିଶ୍ବସ୍ତ ଏବଂ ମମତାଙ୍କର ସେ ଅତି ଘନିଷ୍ଠ ରାଜନୈତିକ ସହଯୋଗୀ ଥିଲେ। କୌଣସି ରାଜନୈତିକ ବିବାଦ ହେଉ କିମ୍ବା ନ୍ୟାୟିକ ଚ୍ୟାଲେଞ୍ଜ ହେଉ ମମତା ସର୍ବଦା ଅନୁବ୍ରତ ମଣ୍ଡଳଙ୍କ ସହ ରହିଛନ୍ତି ଏବଂ ତାଙ୍କୁ ସହଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବତନ ଉପ ବାଚସ୍ପତି ଆଶିଷ ବନ୍ଦୋପାଧ୍ୟାୟ ଯିଏ କି ଋତବ୍ରତ ଗୋଷ୍ଠୀରେ ପୂର୍ବରୁ ଯୋଗ ଦେଇଥିଲେ ସେ ବିଧାନସଭାରେ ବିରୋଧୀ ଦଳ ନେତା ଋତବ୍ରତଙ୍କୁ ଭେଟିଥିଲେ।

ଆହୁରି ପଢନ୍ତୁ: Iran:ଖେମିନିଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଆମେ ପ୍ରତିଜ୍ଞାବଦ୍ଧ

ବିଦ୍ରୋହୀ ଗୋଷ୍ଠୀର ଜଣେ ବିଧାୟକ ପରେ ମଣ୍ଡଳଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଏହାପରେ ସେ ବିଦ୍ରୋହୀ ଗୋଷ୍ଠୀରେ ଯୋଗ ଦେଇଥିବା ଘୋଷଣା କରାଯାଇଛି। ତେବେ ନିଜେ ଅନୁବ୍ରତ ମଣ୍ଡଳ କିମ୍ବା ତୃଣମୂଳ କଂଗ୍ରେସ ପକ୍ଷରୁ ଏନେଇ ଔପଚାରିକ ଭାବେ କିଛି ‌ଘୋଷଣା କରାଯାଇନି। ଉଲ୍ଲେଖ‌ଯୋଗ୍ୟ ନିକଟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ‌ଶେଷ ହେବାପରେ ମଣ୍ଡଳ କିଛି ରାଜନୈତିକ ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ଥିଲେ। ସେ ମଧ୍ୟ କହିଥିଲେ ଯେ ଯଦି ତାଙ୍କୁ ଉଚିତ ସମ୍ମାନ ନମିଳେ ତେବେ ‌ସେ ତାଙ୍କ ରାଜନୈତିକ ଭବିଷ୍ୟତ ଉପରେ ପୁନର୍ବିଚାର କରିବେ। ଉଲ୍ଲେଖଯୋଗ୍ୟ ଯେ ମଣ୍ଡଳ ୩ ଦଶନ୍ଧୀ ଧରି ରାଜନୀତିରେ ରହିଥିଲେ ବି ସେ କେବେ ନିର୍ବାଚନ ଲଢ଼ିନାହାନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.