ARTICLE AD BOX
ନୂଆଦିଲ୍ଲୀ: ଏନ୍ସିପିଆଇ ସହ ହାତ ମିଳାଇଥିବା ୨୦ ବିଦ୍ରୋହୀ ଟିଏମ୍ସି ସାଂସଦଙ୍କୁ ଅଯୋଗ୍ୟ ଘୋଷଣା ସଂକ୍ରାନ୍ତ ଆବେଦନ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ପଡ଼ି ରହିଥିବାବେଳେ ଆଜି ଏ ସଂକ୍ରାନ୍ତରେ ଆଲୋଚନା ପାଇଁ ଏକ ବୈଠକ ବସିଥିଲା। କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକକୁ ୨୦ ବିଦ୍ରୋହୀ ଟିଏମ୍ସି ସାଂସଦଙ୍କ ମଧ୍ୟରୁ ୧୦ ଜଣ ଆସିନଥିଲେ।
ବୈଠକରେ ଯେଉଁମାନେ ଯୋଗ ଦେଇଥିଲେ ସେମାନେ ନେତାମାନଙ୍କର ଅନୁପସ୍ଥିତିକୁ ନେଇ ବିଭିନ୍ନ କାରଣ ଦର୍ଶାଇଛନ୍ତି। କେତେକ ନେତା ବିଦେଶରେ ଥିବାବେଳେ ଅନ୍ୟ କିଛି ନେତାଙ୍କର ପରିବାରରେ ଜରୁରୀ କାମ କିମ୍ବା ପୂର୍ବରୁ ଧାର୍ଯ୍ୟ ହୋଇଥିବା ବୈଠକ ପାଇଁ ଆଜିର ବୈଠକକୁ ଆସିପାରିନାହାନ୍ତି।
TMC: ନଗାଓଁ ନିର୍ବାଚନ ଲଢ଼ିବନି ଟିଏମ୍ସି ଆସାମ ଶାଖା
ବରିଷ୍ଠ ସାଂସଦ ସୁଦୀପ ବନ୍ଦ୍ୟୋପାଧ୍ୟାୟ ଏକ ହୋଟେଲ୍ରେ ଏନେଇ ଏକ ବୈଠକ ରଖିଥିଲେ। ଆଗକୁ ଦୁର୍ଗା ପୂଜା ଥିବାବେଳେ ସେ ଏହା ପୂର୍ବରୁ ସାଂସଦମାନଙ୍କ ପାଇଁ ଭଲ ଖାଇବା ବ୍ୟବସ୍ଥା ମଧ୍ୟ କରିଥିଲେ। ଆଜି ବୈଠକରେ ଯୋଗ ଦେଇନଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି କାକଳି ଘୋଷ ଦସ୍ତିଦାର, ସାୟନୀ ଘୋଷ, ୟୁସୁଫ ପଠାନ, ମାଲା ରାୟ, ଜୁନ୍ ମାଲିୟା, ପାର୍ଥ ଭୌମିକ, ମିତାଲି ବାଗ୍, କାଳିପଦ ସୋରେନ, ଦେବ ଓ ଅସିତ ମଲ।

50 minutes ago
1


