Protest: ସିଇସି ବିରୋଧୀ ଆନ୍ଦୋଳନ ସମୟରେ ତେଜସ୍ବୀ ଅଟକ

37 minutes ago 1
ARTICLE AD BOX

ପାଟନା: ବିହାର ରାଜଧାନୀ ପାଟନାରେ ଆଜି ହାଇ ଭୋଲ୍‌ଟେଜ୍‌ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଛି। ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞା‌ନେଶ କୁମାରଙ୍କ ତୁରନ୍ତ ଇସ୍ତଫା ଦାବି କରି ଆଜି ଇଣ୍ଡି ମେଣ୍ଟ ପକ୍ଷରୁ ପାଟନାରେ ଆନ୍ଦୋଳନ ଯାତ୍ରା କରାଯାଇ ଥିବାବେଳେ ଆର୍‌ଜେଡି ନେତା ତେଜସ୍ବୀ ଯାଦବ ଏଥିରେ ଯୋଗ ଦେଇଥିଲେ। 

ଆନ୍ଦୋଳନ ସମୟରେ ତେଜସ୍ବୀ ଅଭିଯୋଗ କରିଛନ୍ତି ଯେ, ଆମ ବିଧାୟକମାନଙ୍କୁ ପୁଲିସ ଅଟକାଇଛି। ସେମାନଙ୍କୁ ଆଗକୁ ଯିବାକୁ ଦେଇନାହିଁ। ପ୍ରଧାନମନ୍ତ୍ରୀ ମୋଦୀ, ସିଇସି ଜ୍ଞାନେଶ କୁମାର ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ଭୋଟ୍‌ ଚୋରି କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେଜସ୍ବୀ କହିଛନ୍ତି, ଆମେ ଆଜି ରାଜଭବନ ଅଭିମୁଖେ ଏକ ଯାତ୍ରା ପରିଚାଳନା କରିଛୁ। ଆମ ଗଣତନ୍ତ୍ରକୁ ଧ୍ବଂସ କରିବାକୁ ଷଡ଼୍‌ଯନ୍ତ୍ର କରିଥିବା ଲୋକଙ୍କ ପାଇଁ ଆମେ ଦଣ୍ଡ ଦାବି କରିଛୁ।

ଉଲ୍ଲେଖଯୋଗ୍ୟ ତେଜସ୍ବୀ ଯାଦବ, ଭିଆଇପି ମୁଖ୍ୟ ମୁକେଶ ସାହନୀ ଏବଂ ଆର୍‌ଜେଡି ସାଂସଦ ମିସା ଭାରତୀଙ୍କ ନେତୃତ୍ବରେ ଏହି ଆନ୍ଦୋଳନ ଯାତ୍ରା ପରିଚାଳନା କରାଯାଇଥିଲା। ବିହାର ବିଧାନସଭା ବାହାରୁ ଏହି ଆନ୍ଦୋଳନ ଯାତ୍ରା ଆରମ୍ଭ ହୋଇଥିଲା ଯାହା ମୁଖ୍ୟ ନିର୍ବାଚନ ଅଫିସର୍‌ଙ୍କ ଅଫିସ୍‌ ନିକଟରେ ଅବସ୍ଥିତ। ବିରୋଧୀଙ୍କ ଆନ୍ଦୋଳନ ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ବହୁସ୍ତରୀୟ ବ୍ୟାରିକେଡ୍‌ ଏବଂ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। 

CJP Protest: ସିଜେପି ଆନ୍ଦୋଳନ ପୂର୍ବରୁ ଦିଲ୍ଲୀରେ ୨୬୦୦୦ ସିଏପିଏଫ୍‌ ସୁରକ୍ଷାକର୍ମୀ ମୁତୟନ

ଆନ୍ଦୋଳନକାରୀଙ୍କର ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ ହୋଇଥିଲା। କଡ଼ା ସୁରକ୍ଷା ବ୍ୟବସ୍ଥାକୁ ତେଜସ୍ବୀ ଯାଦବ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଏଠି ଭୟର ବାତାବରଣ ସୃଷ୍ଟି କରାଯାଉଛି। ଏଠାରେ ଏକେ-୪୭ ରାଇଫଲ୍‌ ମୁତୟନ କରାଯାଇଛି। ଏହି ଅସ୍ତ୍ର ଆତଙ୍କବାଦୀଙ୍କ ପାଇଁ, ଗଣତାନ୍ତ୍ରିକ ଆନ୍ଦୋଳନ ପାଇଁ ଏହା ଉଦ୍ଦିଷ୍ଟ ନୁହେଁ ବୋଲି ସେ କହିଛନ୍ତି। ତେବେ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ ମଧ୍ୟରେ ତେଜସ୍ବୀ ଯାଦବ, ସାହନୀ ଓ ଭାରତୀଙ୍କ ସମେତ ଆହୁରି ଅନେକ ବରିଷ୍ଠ ନେତାଙ୍କୁ ପୁଲିସ ଅଟକ ରଖିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.