ARTICLE AD BOX
ଭୁବନେଶ୍ୱର: ଆପଣ ଲକ୍ଷ୍ୟ କରିଥିବେ ଯେ ଅନେକ ଦିନ ପରେ ଘରର ଧଳା ଟାଇଲସ ହଳଦିଆ ପଡ଼ିଯାଏ | ଆପଣ ଯେମିତି ଟାଇଲ କିଣିଥିଲେ ସେମିତି ନ ଦେଖାଯାଇ ମଳିନ ଦେଖାଯାଏ | ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହାଦ୍ୱାରା ଧଳା ଟାଇଲ୍ସରେ ଜମିଥିବା ହଳଦିଆ ଦାଗ ଓ ମଇଳା ସହଜରେ ଛାଡ଼ିଯିବ |
ଧଳା ଟାଇଲ୍ସରୁ ହଳଦିଆ ଦାଗ ଓ ମଇଳା ସଫା କରିବାର ୬ଟି ଘରୋଇ ଉପାୟ
୧. ବେକିଂ ସୋଡା ଏବଂ ଭିନେଗାର୍
ଟାଇଲ୍ସ ଉପରେ ପ୍ରଥମେ ବେକିଂ ସୋଡା ବିଞ୍ଚି ଦିଅନ୍ତୁ ଏବଂ ତା’ ଉପରେ କିଛି ଭିନେଗାର ପକାନ୍ତୁ। କିଛି ମିନିଟ୍ ଏହାକୁ ଏମିତି ଛାଡ଼ିଦିଅନ୍ତୁ, ଯାହାଦ୍ୱାରା ଜମିଥିବା ମଇଳା ନରମ ହୋଇଯିବ। ଏହାପରେ ଏକ ନରମ ବ୍ରଶ୍ କିମ୍ବା ସ୍ପଞ୍ଜ ସାହାଯ୍ୟରେ ହାଲୁକା ଭାବେ ଘଷି ସଫା ପାଣିରେ ଧୋଇ ଦିଅନ୍ତୁ। ଏହା ଦାଗ ଛଡ଼ାଇବା ସହ ଦୁର୍ଗନ୍ଧ ମଧ୍ୟ ଦୂର କରେ।
୨. ଲେମ୍ବୁ ରସ ଏବଂ ଲୁଣ
ଲେମ୍ବୁରେ ଥିବା ପ୍ରାକୃତିକ ଏସିଡ୍ ହଳଦିଆ ଦାଗ ଛଡ଼ାଇବାରେ ବହୁତ ସାହାଯ୍ୟ କରେ। ଲେମ୍ବୁ ରସ ବାହାର କରି ଦାଗ ଥିବା ସ୍ଥାନରେ ୧୦ ରୁ ୧୫ ମିନିଟ୍ ପକାଇଦିଅନ୍ତୁ । ପୁରୁଣା ଦାଗ ପାଇଁ ଲେମ୍ବୁ ରସ ସହ ଅଳ୍ପ ଲୁଣ ମିଶାଇ ବ୍ୟବହାର କରିପାରିବେ। ଏହା ବାଥ୍ରୁମ୍ ଓ ୱାସ୍ବେସିନ୍ ପାଖ ଟାଇଲ୍ସ ପାଇଁ ବିଶେଷ ଉପଯୋଗୀ।
୩. ହାଇଡ୍ରୋଜେନ୍ ପେରୋକ୍ସାଇଡ୍
ସାଧାରଣ ସଫେଇରେ ଯଦି ଦାଗ ନ ଛାଡ଼େ, ତେବେ ହାଇଡ୍ରୋଜେନ୍ ପେରୋକ୍ସାଇଡ୍ ବ୍ୟବହାର କରନ୍ତୁ। ଏହାକୁ ସିଧାସଳଖ ଦାଗ ଉପରେ ଢାଳି କିଛି ସମୟ ଛାଡ଼ିବା ପରେ ବ୍ରଶ୍ ସାହାଯ୍ୟରେ ସଫା କରନ୍ତୁ। ଏହାକୁ ବ୍ୟବହାର କରିବା ସମୟରେ ହାତରେ ଗ୍ଲୋବ୍ସ ପିନ୍ଧିବା ଉଚିତ୍।
ଆହୁରି ପଢନ୍ତୁ: ଅଗଷ୍ଟ ୧୫ ପାଇଁ ଲାଲକିଲ୍ଲାରେ ୨୦ ହଜାର ଯବାନ ମୁତୟନ, ହଜାରେ ସିସିଟିଭି କ୍ୟାମେରାର କଡ଼ା ନଜର
୪. ଟାଇଲ୍ସ ମଝିର ଯୋଡ଼ ସଫା କରିବା
ଟାଇଲ୍ସ ମଝିରେ ଥିବା ସନ୍ଧି କିମ୍ବା ଯୋଡ଼ରେ ଅଧିକ ମଇଳା ଜମିଥାଏ। ଏଥିପାଇଁ ବେକିଂ ସୋଡା ଓ ପାଣିର ଏକ ବହଳିଆ ପେଷ୍ଟ ତିଆରି କରି ଯୋଡ଼ଗୁଡ଼ିକରେ ଲଗାନ୍ତୁ। କିଛି ସମୟ ପରେ ପୁରୁଣା ଟୁଥ୍ବ୍ରଶ୍ରେ ହାଲୁକା ଭାବେ ଘଷି ପାଣିରେ ଧୋଇ ଦିଅନ୍ତୁ।
୫. ନିୟମିତ ରକ୍ଷଣାବେକ୍ଷଣ
ସପ୍ତାହକୁ ଅନ୍ତତଃ ୧ ରୁ ୨ ଥର ମାଇକ୍ରୋଫାଇବର କପଡ଼ାରେ ଟାଇଲ୍ସ ପୋଛିବା ଉଚିତ୍। ବାଥ୍ରୁମ୍ରେ ଗାଧୋଇବା ପରେ କାନ୍ଥ ଓ ଚଟାଣରେ ଜମିଥିବା ପାଣିକୁ ସଫା କରିଦିଅନ୍ତୁ, ଯାହାଦ୍ୱାରା ସାବୁନ୍ ଓ ପାଣିର ଦାଗ ଜମିବ ନାହିଁ।
ଆହୁରି ପଢନ୍ତୁ: Accident: ଜମ୍ମୁ କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦଳ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
୬. କିଛି ଆବଶ୍ୟକୀୟ ସାବଧାନତା
ଟାଇଲ୍ସ ସଫା କରିବା ପାଇଁ ଅତ୍ୟଧିକ କଠିନ କେମିକାଲ୍ କିମ୍ବା ଏସିଡ ବ୍ୟବହାର କରନ୍ତୁ ନାହିଁ, ଏହାଦ୍ୱାରା ଟାଇଲ୍ସର ଚମକ ନଷ୍ଟ ହୋଇଯାଏ।

6 days ago
4


