Tilak Varma: ଦଲୀପ ଟ୍ରଫି ସେମିଫାଇନାଲ୍‌: ତିଳକଙ୍କ ଶତକ

1 hour ago 1
ARTICLE AD BOX

ବେଙ୍ଗାଲୁରୁ: ଉତ୍ତରାଞ୍ଚଳ ବିପକ୍ଷ ଦଲୀପ ଟ୍ରଫିସେମିଫାଇନାଲ୍‌ରେ ଦକ୍ଷିଣାଞ୍ଚଳ ବ୍ୟାଟର୍‌ ତିଳକ ବର୍ମା ସୋମବାର ଦ୍ବିତୀୟ ଦିନରେ ଶତକ ଅର୍ଜନ କରଛନ୍ତି। ତାଙ୍କର ଅପରାଜିତ ୧୦୬* (୨୧୮ ବଲ୍‌, ୭ ଚୗକା) ରନ୍‌ ବଳରେ ଦକ୍ଷିଣାଞ୍ଚଳ ଦ୍ବିତୀୟ ଦିନର ଷ୍ଟମ୍ପ୍ସ ବେଳକୁ ୨୮୫/୯ କରିଛି। ଫଳରେ ଦଳ ପ୍ରଥମ ପାଳିରେ ମହତ୍ତ୍ବପୂର୍ଣ୍ଣ ୯୦ ରନ୍‌ର ଅଗ୍ରଣୀ ପାଇଛି। ତାଙ୍କ ସହ କାଭୁରି ସାଇତେଜ (୦*) ବ୍ୟାଟିଂ ଜାରି ରଖିଛନ୍ତି। ଉତ୍ତରାଞ୍ଚଳର ୧୯୫ ଜବାବରେ ପ୍ରଥମ ଦିନରେ ଦକ୍ଷିଣାଞ୍ଚଳ ୪୦/୨ କରିଥିଲା। ସୋମବାର ଏଥିରେ ଆଉ ୫୦ ରନ୍‌ ଯୋଡ଼ି ୩ ୱିକେଟ୍‌ ହରାଇ ୯୦/୫ ସଂଘର୍ଷ କରିଥିଲା। ଗତକାଲିର ଅପରାଜିତ ବ୍ୟାଟର୍‌ ତିଳକ ଷଷ୍ଠ ୱିକେଟ୍‌ରେ ଶ୍ରେୟଶ ଗୋପାଳ (୮୭)ଙ୍କ ସହ ୧୭୫ ରନ୍‌‌ ଯୋଡ଼ି ଦଳକୁ ଉଦ୍ଧାର କରିଥିଲେ। ଗୋପାଳଙ୍କ ଆଉଟ୍‌ ପରେ ଅନ୍ୟ ବ୍ୟାଟର୍‌ ବିଫଳ ହୋଇଥିଲେ ମଧ୍ୟ ତିଳକ ବ୍ୟାଟିଂ ଜାରି ରଖି ପ୍ରଥମଶ୍ରେଣୀ କ୍ରିକେଟ୍‌ରେ ନିଜର ଅଷ୍ଠମ ଶତକ ହାସଲ କରିଥିଲେ। ଉତ୍ତରାଞ୍ଚଳ ପକ୍ଷରୁ ଗୁରନୁର ବ୍ରାର ୪, ଅର୍ଶଦୀପ ସିଂହ ଓ ଅଂଶୁଲ କମ୍ବୋଜ ୨ ଲେଖାଏଁ ୱିକେଟ୍‌ ନେଇଥିଲେ।

ଅଗ୍ରଣୀ ନେବାରେ ପୂର୍ବାଞ୍ଚଳ ବିଫଳ

ଅନ୍ୟ ଏକ ସେମିଫାଇନାଲ୍‌ରେ କେନ୍ଦ୍ରାଞ୍ଚଳ ବିପକ୍ଷରେ ପୂର୍ବାଞ୍ଚଳ ପ୍ରଥମ ପାଳି ଅଗ୍ରଣୀ ନେବାରେ ବିଫଳ ହୋଇଛି। କେନ୍ଦ୍ରାଞ୍ଚଳର ୨୬୬ ରନ୍‌ ଜବାବରେ ପୂର୍ବାଞ୍ଚଳ ମଧ୍ୟ ‌ସେହି ୨୬୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ଦୁଇ ଓପନର୍‌ ଅଭିମନ୍ୟୁ ଈଶ୍ବରନ୍‌ (୬୯) ଓ ବୈଭବ ସୂର୍ଯ୍ୟବଂଶୀ (୯୨, ୮୧ ବଲ୍‌, ୭ ଛକା, ୭ ଚୌକା)ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ଅନ୍ୟ ବ୍ୟାଟର୍‌ ବିଫଳ ହେବାରୁ ପୂର୍ବାଞ୍ଚଳ ବଡ଼ ସ୍କୋର୍‌ କରି ପାରି ନଥିଲା। ଦଳୀୟ ସ୍କୋର୍‌ ୧୬୧ ଥିଲା ବେଳେ ସୂର୍ଯ୍ୟବଂଶୀଙ୍କୁ ପ୍ରଥମ ୱିକେଟ୍‌ ଭାବେ ହରାଇବା ପରେ ପରବର୍ତ୍ତୀ ୯ ୱିକେଟ୍‌ ମାତ୍ର ୧୦୫ ରନ୍‌ରେ ହରାଇଥିଲା ଏହି ଦଳ। କେନ୍ଦ୍ରାଞ୍ଚଳର ହର୍ଷ ଦୁବେ ୪ ଏବଂ ଆର୍ଯ୍ୟନ ପାଣ୍ଡେ ଓ ୟଶ୍‌ ଠାକୁର ୩ ଲେଖାଏଁ ୱିକେଟ୍‌ ନେଇଥିଲେ। ପ୍ରଥମ ପାଳି ସମାନ ସ୍କୋର୍‌ରେ ଶେଷ ହେବା ପରେ କେନ୍ଦ୍ରାଞ୍ଚଳ ଦ୍ବିତୀୟ ପାଳି ଆରମ୍ଭ କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦ୍ବିତୀୟ ଦିନର ଷ୍ଟମ୍ପ୍ସ ବେଳକୁ ୩ ୱିକେଟ୍‌ ହରାଇ ୪୫ ରନ୍‌ କରିଛି। ଅମନ ମୋଖାଡେ ୨୩* ଓ ଆର୍ଯ୍ୟନ ପାଣ୍ଡେ ୩* ରନ୍‌ରେ ବ୍ୟାଟିଂ କରୁଛନ୍ତି। ମୁକେଶ କୁମାର ୨ ଏବଂ ମହମ୍ମଦ ସାମି ଗୋଟିଏ ୱିକେଟ୍‌ ନେଇଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବାଞ୍ଚଳ ଦଳରେ ଓଡ଼ିଶାରୁ କେବଳ ଶୁଭ୍ରାଂଶୁ ସେନାପତି ଥିଲେ ମଧ୍ୟ ଦୁଇଟି ଯାକ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନାହାନ୍ତି।

ପ୍ରଥିତଯଶା ସ୍ର‌ଷ୍ଟା ଗିରି ଦଣ୍ଡସେନାଙ୍କ ଅବର୍ତ୍ତମାନରେ ଶ୍ରଦ୍ଧାଞ୍ଜଳିସ୍ବରୂପ ତାଙ୍କ ମନୋଜ୍ଞ ଗଳ୍ପ ‘ପୁଣି ଆରଣ୍ୟକ’ର କିୟଦଂଶ...

Read Entire Article
LEFT SIDEBAR AD

Hidden in mobile, Best for skyscrapers.