Tiger: ବାଘ ଶିକାର ପାଇଁ ପକାଇଥିଲେ ଜାଲ: ଡେବ୍ରିଗଡ଼ ଅଭୟାରଣ୍ୟ ସୀମାରୁ ୨ ଶିକାରୀ ଗିରଫ

3 hours ago 2
ARTICLE AD BOX

ସମ୍ବଲପୁର: ମହାବଳ ବାଘ ପାଇଁ ଏବେ ଡେବ୍ରିଗଡ଼ ଅଭୟାରଣ୍ୟ ଚର୍ଚ୍ଚାରେ ରହିଥିବାବେଳେ ଶିକାରୀମାନେ ମଧ୍ୟ ସକ୍ରିୟ ହୋଇ ଉଠିଛନ୍ତି। ଗତ ୧୦ ଓ ୧୧ ତାରିଖରେ ଅଭୟାରଣ୍ୟରେ କଲରାପତରିଆ ବାଘ ଶିକାର ପାଇଁ ଫାଶ ପଡ଼ିଥିବା ନେଇ ସୂଚନା ମିଳିବା ପରେ ଡେବ୍ରିଗଡ଼ ବନ୍ୟପ୍ରାଣୀ କର୍ତ୍ତୃପକ୍ଷ ଓ ବରଗଡ଼ ପୁଲିସ ପକ୍ଷରୁ ହୋଇଥିବା ଯୁଗ୍ମ ଚଢ଼ଉରେ ୨ ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟ ସୀମାନ୍ତରେ ଥିବା ରାଉତପଡ଼ା ଗ୍ରାମର ଘନଶ୍ୟାମ ମିର୍ଦ୍ଧା (୪୦) ଓ ସୁପ୍ରସାଦ ସୁଇ (୪୮)। ଅଭିଯୁକ୍ତଙ୍କ ନିକଟରୁ ବନ୍ୟପ୍ରାଣୀ ଶିକାରରେ ବ୍ୟବହାର ହେଉଥିବା ଫାଶ, ୩ କେଜି ଓଜନର ବିଦ୍ୟୁତ୍ ତାର, ୨ କେଜି କେବଲ୍‌ ତାର ଓ ୨ ବଣ୍ଡଲ୍‌ ଫାଶ ଜାଲ ଜବତ କରାଯାଇଛି। 

Education: ଓଡ଼ିଶା ସ୍କିଲ୍ସ ୨୦୨୬–୨୭: ନଭେମ୍ବର ୨୮ରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ସୂଚନା ଅନୁସାରେ, ଲଖନପୁର ରେଞ୍ଜ ଅନ୍ତର୍ଗତ ଡେବ୍ରିଗଡ଼ ଜଙ୍ଗଲ ପାର୍ଶ୍ବରେ କଲରାପତରିଆ ବାଘ ଶିକାର ପାଇଁ ଶିକାରୀମାନେ ଜାଲ ପକାଇଥିଲେ। ଏ ସଂକ୍ରାନ୍ତରେ ସୂଚନା ମିଳିବା ପରେ ଅଭୟାରଣ୍ୟ କର୍ତ୍ତୃପକ୍ଷ ଓ ବରଗଡ଼ ଜିଲ୍ଲା ପୁଲିସର ୭୦ ଜଣ କର୍ମଚାରୀ ଚଢ଼ଉ ଆରମ୍ଭ କରିଥିଲେ। ଅଭୟାରଣ୍ୟ ଭିତରୁ ଫାଶ ମିଳିବା ପରେ ସୀମାନ୍ତରେ ଥିବା ୫ଟି ଗାଁରେ ମଧ୍ୟ ଧରପଗଡ଼ କରାଯାଇଥିଲା।ଶିକାରୀମାନେ ସାଧାରଣତଃ ଜଙ୍ଗଲ ଭିତରେ ମାରଣାସ୍ତ୍ର ଲୁଚାଇ ରଖୁଥିବାରୁ ଅଭୟାରଣ୍ୟ ସୀମାକୁ ମେଟାଲ୍‌ ଡିଟେକ୍ଟର ଓ ଲାଇଭ୍ ୱେୟାର୍ ଡିଟେକ୍ଟର ସହାୟତାରେ ସ୍କାନ୍ କରାଯାଇଥିଲା। ଏହାପରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନିକଟରେ ବନ୍ୟପ୍ରାଣୀ ବିଭାଗ ପହଞ୍ଚି ପାରିଥିଲା। ଶିକାରୀଙ୍କ ସମ୍ପର୍କରେ ସୂଚନା ପ୍ରଦାନ କଲେ ୧ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ ବୋଲି ଡେବ୍ରିଗଡ଼ ବନ୍ୟପ୍ରାଣୀ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ତେବେ ସ୍ଥାନୀୟ ଲୋକଙ୍କ ଭାବାବେଗକୁ ଆଖି ଆଗରେ ରଖି ଚଢ଼ଉ କରାଯାଇଥିବା ଗ୍ରାମଗୁଡ଼ିକର ନାମ ସାର୍ବଜନୀନ କରାଯାଇ ନଥିବା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି।

Foundation Day: ୟୁନିୟନ ବ୍ୟାଙ୍କର ୧୦୮ତମ ପ୍ରତିଷ୍ଠା ଦିବସ

Read Entire Article
LEFT SIDEBAR AD

Hidden in mobile, Best for skyscrapers.