Tiger Shroff: ଟାଇଗର ଶ୍ରଫ୍‌ଙ୍କ ଉପରେ ଫାୟାରିଂ, ଅଳ୍ପକେ ବର୍ତ୍ତିଲେ ଅଭିନେତା!

1 hour ago 2
ARTICLE AD BOX

ନୂଆଦିଲ୍ଲୀ:  ମୁମ୍ବାଇରେ ପୁଣି ଗ୍ୟାଙ୍ଗଷ୍ଟରଙ୍କ ଆତଙ୍କ! ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କୁ ଟାର୍ଗେଟ୍ କରି ଗୁଳିମାଡ଼। ଫୁଟବଲ୍ ଖେଳି ଘରକୁ ଫେରୁଥିବା ବେଳେ ତାଙ୍କ ବିଏମ୍‌ଡବ୍ଲ୍ୟୁ କାର୍‌କୁ ଲକ୍ଷ୍ୟ କରି ଫୁଟିଲା ଏକାଧିକ ଗୁଳି। ହଠାତ୍ ଗୁଳିମାଡ଼ରେ ଥରିଉଠିଲା ମୁମ୍ବାଇର ଜୁହୁ ଅଞ୍ଚଳ। ତେବେ ଏହି ଆକ୍ରମଣରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଅଭିନେତା। ତାଙ୍କ ହାତ ଓ ଛାତିରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ଡ୍ରାଇଭର ଆହତ ହୋଇଛନ୍ତି। ଘଟଣା ପରେ ମୁମ୍ବାଇର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ରବିବାର ସନ୍ଧ୍ୟାରେ ଟାଇଗର ଶ୍ରଫ୍ ଫୁଟବଲ୍ ଖେଳି ଘରକୁ ଫେରୁଥିବା ସମୟରେ ତାଙ୍କ କାର୍‌ ଉପରକୁ ଚାରିରୁ ପାଞ୍ଚ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଗୁଳିମାଡ଼ରେ ଟାଇଗରଙ୍କ ବାମ ହାତରେ ବାରୁଦ ଓ କାଚ ଖଣ୍ଡ ଯୋଗୁଁ ଆଘାତ ଲାଗିଛି। ଆହତ ଡ୍ରାଇଭର ଉମେଶ ଚଭାଣଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡ୍ରାଇଭରଙ୍କ ଅଭିଯୋଗ ଆଧାରରେ ହତ୍ୟା ଉଦ୍ୟମ ସମେତ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି।

Dipke: ସୌରଭ ଦାସ ଓ ଆଶୁତୋଷଙ୍କ ମୁକ୍ତିରେ ବିଳମ୍ବ, ସରକାରଙ୍କୁ ଘେରିଲେ ଦୀପକେ

ଫାୟାରିଂ ପରେ ଅଭିଯୁକ୍ତ ଜୁହୁରୁ ଅନ୍ଧେରୀ ଷ୍ଟେସନରେ ପହଞ୍ଚି ଟ୍ରେନ୍‌ରେ ଫେରାର୍ ହୋଇଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆକ୍ରମଣରେ ବ୍ୟବହୃତ ବାଇକ୍‌କୁ ପୋଲିସ ଜବତ କରିଛି। ସିସିଟିଭି ଫୁଟେଜ୍ ଯାଞ୍ଚ ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ୧୫ଟି ଟିମ୍ ଗଠନ କରାଯାଇଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ନାଁ ନେଇ ଅନିଲ ପଣ୍ଡିତ ଓ ହରମନ ସାନ୍ଧୁ ସୋସିଆଲ ମିଡିଆରେ ଏହି ଗୁଳିମାଡ଼ର ଦାୟିତ୍ୱ ସ୍ୱୀକାର କରିଥିବା ଦାବି କରିଛନ୍ତି। ଅନ୍ୟପଟେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଟାଇଗରଙ୍କୁ ଭେଟି ତାଙ୍କୁ ଆଶ୍ୱାସନା ଦେଇଛନ୍ତି। ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଥିବା ସହ ଅପରାଧୀଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି। ସେପଟେ ଏନ୍‌ସିପି ନେତା ଜିଶାନ ସିଦ୍ଦିକି ମୁମ୍ବାଇର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ନେତା ଓ ଅଭିନେତା ଯଦି ସୁରକ୍ଷିତ ନୁହନ୍ତି, ତେବେ ସାଧାରଣ ଲୋକଙ୍କ ସୁରକ୍ଷା କିଏ ଦେବ ବୋଲି ସେ ପ୍ରଶ୍ନ କରିଛନ୍ତି।


Read Entire Article
LEFT SIDEBAR AD

Hidden in mobile, Best for skyscrapers.