Tiger Shroff Firing Case: ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ସମ୍ପୃକ୍ତି

1 hour ago 2
ARTICLE AD BOX

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କଗୁଳିକାଣ୍ଡ ପାଇଁ ନିଜକୁ ଦାୟୀ ଦାବି କରି ଏକ ସୋସିଆଲ ମିଡିଆ ପୋଷ୍ଟ ପରେ ଲରେନ୍ସ ବିଶ୍ନୋଇ ଏବଂ ଅନ୍ୟ ଗ୍ୟାଙ୍ଗ ସହିତ ଏକ ନୂତନ ନାମ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭାଇରାଲ ପୋଷ୍ଟରେ ହରମନବୀର ସିଂହ ଓରଫ ହରମନ ସାନ୍ଧୁଙ୍କ ନାମ ପ୍ରକାଶ ପାଇବା ପରେ ସୁରକ୍ଷା ଏଜେନ୍ସି ଏବଂ ପୁଲିସ ଜୋରଦାର ଛାନବିନ୍ ଆରମ୍ଭ କରିଛି। ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍(ଏଫବିଆଇ) ସମ୍ପ୍ରତି ଭାରତୀୟ ନାଗରିକ ହରମନବୀର ସିଂହଙ୍କୁ ନିଜର ମୋଷ୍ଟ୍ ୱାଣ୍ଟେଡ୍ ତାଲିକାରେ ସାମିଲ କରିଥିଳା। 

ଏଫବିଆଇ ଅନୁଯାୟୀ ହରମନବୀର ସିଂହ ଏକ ପ୍ରମୁଖ ଆନ୍ତର୍ଜାତୀୟ ନିଶା କାରବାର ଦଳର ଜଣେ ପ୍ରମୁଖ କାର୍ଯ୍ୟକର୍ତ୍ତା। ସେ ବେଆଇନ ଭାବରେ ଆମେରିକା, କାନାଡା ଏବଂ ମେକ୍ସିକୋକୁ ବିପୁଳ ପରିମାଣରେ ନିଶାଦ୍ରବ୍ୟ ଯୋଗାଣ କରୁଛନ୍ତି।ଏଫବିଆଇ ଅନୁଯାୟୀ, ହରମନବୀର ସିଂହଙ୍କ ବିରୋଧରେ କୋକେନ୍ ଏବଂ ମେଥାମ୍ଫେଟାମାଇନ୍ ଭଳି ବିପଜ୍ଜନକ ଡ୍ରଗ୍ସ ଚୋରା ଚାଲାଣ, ସେଗୁଡ଼ିକୁ ଯୋଗାଣ ପାଇଁ ଷଡ଼ଯନ୍ତ୍ର ଏବଂ ଅନ୍ୟ ଦେଶକୁ ପରିବହନ କରିବାର ଅଭିଯୋଗ ରହିଛି। ତଦନ୍ତକାରୀ ସଂସ୍ଥା କହିଛି ଯେ, ଏହି ଗ୍ୟାଙ୍ଗ ଦୀର୍ଘ ଦିନ ଧରି ଆନ୍ତର୍ଜାତୀୟ ଡ୍ରଗ୍ସ ଚାଲାଣରେ ଜଡିତ।

କୋକେନ୍ ଏବଂ ମେଥାମ୍ଫେଟାମାଇନ୍ ପରିବହନ କରୁଥିବା ଅଭିଯୋଗ

ହରମନବୀର ସିଂହ ରବିନ୍ଦର ଧଣ୍ଡା ସଂଗଠିତ ଅପରାଧ ଗୋଷ୍ଠୀର ସଦସ୍ୟ ବୋଲି ଅଭିଯୋଗ ହୋଇଛି। ଏହି ଗୋଷ୍ଠୀ କାନାଡାର ଭାନକୁଭରରୁ କାର୍ଯ୍ୟ କରୁଛି। ଏହି ନେଟୱାର୍କ ଆମେରିକା, କାନାଡା ଏବଂ ମେକ୍ସିକୋରେ କାର୍ଯ୍ୟରତ ନିଶା ଚାଲାଣକାରୀଙ୍କୁ ବିପୁଳ ପରିମାଣର କୋକେନ୍ ଏବଂ ମେଥାମ୍ଫେଟାମାଇନ୍ ପରିବହନ କରୁଥିବା ଅଭିଯୋଗ ହୋଇଛି।
ତଦନ୍ତ ସମୟରେ ସଂଗୃହୀତ ପ୍ରମାଣ ଆଧାରରେ, କାଲିଫର୍ନିଆର କେନ୍ଦ୍ରୀୟ ଜିଲ୍ଲା ପାଇଁ ଆମେରିକାର ଫେଡେରାଲ୍ କୋର୍ଟ ୨୩ ଜୁନ୍ ୨୦୨୬ ରେ ହରମନବୀର ସିଂହଙ୍କ ପାଇଁ ଗିରଫ ପରୱାନା ଜାରି କରିଥିଲେ। କିଛି ଦିନ ପରେ ତାଙ୍କୁ ହେପାଜତକୁ ନିଆଯାଇଥିଲା। ଏଫବିଆଇ ରିପୋର୍ଟ କରିଛି ଯେ, ହରମନବୀର ସିଂହ ମଧ୍ୟ ହରି ଗୌତମ ଏବଂ ହରମନ ସାନ୍ଧୁ ଛଦ୍ମ ନାମରେ କାର୍ଯ୍ୟ କରୁଥିଲେ। ଏଜେନ୍ସି ରେକର୍ଡ ଅନୁଯାୟୀ, ତାଙ୍କର ଜନ୍ମ ତାରିଖ ୨୬ ସେପ୍ଟେମ୍ବର ୧୯୯୪। ସେ ଜଣେ ଭାରତୀୟ ନାଗରିକ, ପ୍ରାୟ ୫ ଫୁଟ ୭ ଇଞ୍ଚ ଉଚ୍ଚତା, ପ୍ରାୟ ୧୯୦ ପାଉଣ୍ଡ ଓଜନ। ତାଙ୍କର କେଶ ଏବଂ ଆଖି କଳା।

ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି

ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ଗୁଳିକାଣ୍ଡ ପାଇଁ ନିଜକୁ ଦାୟୀ କରିଛି। ଅନିଲ ପଣ୍ଡିତ ଅନମୋଲ ବିଶ୍ନୋଇ ନାମକ ଏକ ଫେସବୁକ୍ ଆକାଉଣ୍ଟରୁ ଏକ ପୋଷ୍ଟ କରାଯାଇଛି। ଯେଉଁଥିରେ ଟାଇଗର ଶ୍ରଫଙ୍କ ଉପରେ ଆକ୍ରମଣର ଦାୟୀ ବୋଲି ଦର୍ଶାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଟାଇଗର ଶ୍ରଫଙ୍କୁ ପ୍ରଥମେ ଫୋନ୍ ମାଧ୍ୟମରେ ବୁଝାଇବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ଯେତେବେଳେ ସେ ନଶୁଣିଲେ, ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ପୋଷ୍ଟରେ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିର ସେହି ଲୋକମାନଙ୍କୁ ମଧ୍ୟ ଧମକ ଦିଆଯାଇଛି ଯେଉଁମାନେ କଥା ନଶୁଣି ସଲମାନ ଖାନଙ୍କ ସହ କାମ କରୁଛନ୍ତି। ଅନିଲ ପଣ୍ଡିତ ଏହା ମଧ୍ୟ କହିଛନ୍ତି ଯେ, ହରମନବୀର ସିଂହ ଓରଫ ହରମନ ସାନ୍ଧୁ ମଧ୍ୟ ତାଙ୍କ ସହିତ ଥିଲେ।

Tiger Shroff: ଟାଇଗର ଶ୍ରଫ୍‌ଙ୍କ ଉପକୁ ଗୁଳି ମାଡ଼, ଅଳ୍ପକେ ବର୍ତ୍ତିଲେ ଅଭିନେତା!

Read Entire Article
LEFT SIDEBAR AD

Hidden in mobile, Best for skyscrapers.