Third party insurance: ନୂଆ କାର୍‌ ପାଇଁ ତୃତୀୟ ପକ୍ଷ ବୀମା ୪ ବର୍ଷକୁ ବଢ଼ିଲା: ବୀମା ନଥିବା ଗାଡ଼ିକୁ ତେଲ ‌ନ ଦେବାର ପରୀକ୍ଷଣ ଆରମ୍ଭ କରିବାକୁ ନିର୍ଦ୍ଦେଶ

1 week ago 3
ARTICLE AD BOX

ନୂଆଦିଲ୍ଲୀ: ନୂଆ କାର୍‌ କିମ୍ବା ବାଇକ୍‌ କିଣିଲେ ଆଗାମୀ ଦିନରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ସୁପ୍ରିମକୋର୍ଟ ନୂଆ କାର୍‌ କ୍ରୟ ସମୟରେ ତୃତୀୟ ପକ୍ଷ ବୀମା ଅବଧି ୩ ବର୍ଷ ପରିବର୍ତ୍ତେ ୪ ବର୍ଷକୁ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ନୂଆ ବାଇକ୍‌ କ୍ରୟ ବେଳେ ୫ ବର୍ଷ ପରିବର୍ତ୍ତେ ୬ ବର୍ଷ ପାଇଁ ତୃତୀୟ ପକ୍ଷ ବୀମାକୁ ବାଧ୍ୟତାମୂଳକ କରିବାକୁ ଆଦେଶ ଦେଇଛନ୍ତି। ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆର୍‌ଡିଏଆଇ)କୁ ଏ ସଂପର୍କିତ ନିର୍ଦ୍ଦେଶନାମା ତୁରନ୍ତ ଜାରି କରିବାକୁ କହିଛନ୍ତି। ବିଚାରପତି ସଞ୍ଜୟ କରୋଲ ଏବଂ ବିଚାରପତି ପ୍ରଶାନ୍ତ କୁମାର ମିଶ୍ରାଙ୍କ ଖଣ୍ଡପୀଠ ଏକ ମୋଟର ଦୁର୍ଘଟଣାର କ୍ଷତିପୂରଣ ପ୍ରଦାନ ମାମଲାର ଶୁଣାଣି ସମୟରେ ଏହି ନିର୍ଦ୍ଦେଶ ଦେଇଛନ୍ତି। 

Neglect: ପୁନଃପଂଜୀକରଣରୁ ବଂଚିତ ୧୫୧୭ ଶ୍ରମିକ, ମିଳୁନି ସରକାରୀ ସୁବିଧା

ସୁପ୍ରିମକୋର୍ଟ ୨୦୧୮ ମସିହାରେ କାର୍‌ କ୍ରୟ ସମୟରେ ୩ ବର୍ଷ ପାଇଁ ଏବଂ ବାଇକ କ୍ରୟ ବେଳେ ୫ ବର୍ଷ ପାଇଁ ତୃତୀୟ ପକ୍ଷ ବୀମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ତାହା କାର୍ଯ୍ୟକାରୀ ହେଉଛି। କିନ୍ତୁ ଏବେ ସେହି ଅବଧିକୁ ବଢ଼ାଇ ଦେଇଛନ୍ତି। ସୁପ୍ରିମକୋର୍ଟ ଏହା କହିଛନ୍ତି ଯେ ଗତ ୮ ବର୍ଷ ମଧ୍ୟରେ ରାସ୍ତାରେ ବହୁସଂଖ୍ୟାରେ ଗାଡ଼ି ବିନା ବୀମାରେ ଚାଲୁଛି। ସଂସଦୀୟ ସ୍ଥାୟୀ କମିଟି ଦେଇଥିବା ରିପୋର୍ଟର ଉଦାହରଣ ଦେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଦେଶରେ ୩୦.୪୮ କୋଟି ପଞ୍ଜୀକୃତ ଗାଡ଼ି ମଧ୍ୟରୁ ପ୍ରାୟ ୧୬.୫୪ କୋଟି ଗାଡ଼ିର ବୈଧ ବୀମା ନାହିଁ। ଅର୍ଥାତ୍‌ ପାଖାପାଖି ୫୬ ପ୍ରତିଶତ ଗାଡ଼ି ବିନା ବୀମାରେ ଚାଲୁଛି। ସୁପ୍ରିମକୋର୍ଟ କହିଛନ୍ତି, ମୋଟର ଯାନ ନିୟମ ଅନୁସାରେ ତୃତୀୟ ପକ୍ଷ ବୀମାର ଉଦ୍ଦେଶ୍ୟ କେବଳ ଦୁର୍ଘଟଣାରେ ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ ନୁହେଁ ବରଂ ତାଙ୍କୁ ଲମ୍ବା ଆଇନଗତ ବିବାଦରୁ ରକ୍ଷା କରିବା। ଶୁଣାଣି ସମୟରେ ଆଇଆର୍‌ଡିଏଆଇ ଏବଂ ସାଧାରଣ ବୀମା ପରିଷଦ ତୃତୀୟ ପକ୍ଷ ବୀମା ଅବଧି ବୃଦ୍ଧିକୁ ବିରୋଧ କରିଥିଲେ। ସେମାନେ ଦର୍ଶାଇଥିଲେ ମାଲିକଙ୍କ ଉପରେ ପ୍ରାରମ୍ଭିକ ଖର୍ଚ୍ଚ ବୋଝ ବଢ଼ିଯିବ। ଏଥିସହିତ ବିନା ବୀମାରେ ଚାଲୁଥିବା

Horoscope 2026 August 05: ଜାଣନ୍ତୁ ଆଜିର ରାଶିଫଳ...

ଗାଡ଼ି ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି, ଜାତୀୟ ରାଜପଥ ଏବଂ ପ୍ରମୁଖ ସଡ଼କଗୁଡ଼ିକରେ ଲଗାଯାଇଥିବା ଅଟୋମେଟିକ ନମ୍ବର ପ୍ଲେଟ୍‌ ରିକଗନିକସନ୍‌ କ୍ୟାମେରାକୁ ବୀମା ସୂଚନା ବ୍ୟୁରୋ ଏବଂ ବାହନ ପୋର୍ଟାଲ ସହିତ ଯୋଡ଼ାଯାଉ। ଏହାଦ୍ବାରା ବିନା ବୀମାରେ ଚାଲୁଥିବା ଗାଡ଼ି ଆପେ ଜାଣିହେବ ଏବଂ ଇ-ଚାଲାଣ କଟାଯାଇ ପାରିବ। ବୀମା  ସ୍ଥିତି ଯାଞ୍ଚ ପାଇଁ ରାଜ୍ୟ ପୁଲିସକୁ ମୋବାଇଲ ଆପ୍ ଏବଂ ହ୍ୟାଣ୍ଡହେଲ୍‌ଡ ଡିଭାଇସ ଉପଲବ୍ଧ କରାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସୁପ୍ରିମକୋର୍ଟ ସଡ଼କ ପରିବହନ ମନ୍ତ୍ରାଳୟ ଏବଂ ଆଇଆର୍‌ଡିଏଆଇକୁ ଏକ ପାଇଲଟ୍‌ ପ୍ରକଳ୍ପ ଆରମ୍ଭ କରିବା ପାଇଁ କହିଛନ୍ତି ଯେଉଁଥିରେ ଭବିଷ୍ୟତରେ ପେଟ୍ରୋଲ ପମ୍ପରେ ତେଲ ଦେବା ପୂର୍ବରୁ ଗାଡ଼ିର ବୀମା ଯାଞ୍ଚ କରାଯାଇ ପାରିବ। ଗାଡ଼ିର ବୀମା ଶେଷ ହୋଇ ଯାଇଥିଲେ ଇନ୍ଧନ ଦେବା ଉପରେ ରୋକ୍‌ ଲଗାଇବା ଭଳି ବିକଳ୍ପ ଉପରେ ମଧ୍ୟ ବିଚାର କରାଯାଇ ପାରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.