ARTICLE AD BOX
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରିର ଏମଏମସି ରୋଡ଼ ନାଏରା ପେଟ୍ରୋଲ ପମ୍ପ ସମ୍ମୁଖ ଘରୁ ଶୁକ୍ରବାର ରାତିରେ ଜଣେ ବ୍ୟବସାୟୀଙ୍କ ଘରେ ଚୋରମାନେ ଘର ସମ୍ମୁଖରେ ପଡିଥିବା ତାଲା ଭାଙ୍ଗି ଘରେ ପଶି କଳାକନା ବୁଲେଇଥିବା ଦେଖିବାକୁ ମିଳିଛି। ବ୍ୟବସାୟୀ ନାରାୟଣ ସାହୁଙ୍କ ଘରେ ଚୋରି ହୋଇଥିବା ନେଇ ସୂଚନା ମିଳିଛି।
ଶୁକ୍ରବାର ନାରାୟଣ ସାହୁ ନିଜ ପରିବାର ସହ ବ୍ରହ୍ମପୁର ଯାଇଥିବା ବେଳେ ଘର ତାଲା ପଡ଼ିଥିଲା। ବ୍ୟବସାୟୀ ସାହୁଙ୍କ ସୂଚନା ଅନୁସାରେ ସେ ରାତି ୨ଟା ବେଳେ ଆସି ଘରେ ପହଞ୍ଚି ଦେଖିଲା ବେଳକୁ ଘର ଗ୍ରିଲ କବାଟ ତାଲା ଲାଗିବା ଲୁହା ବଳା ଭଙ୍ଗା ଯାଇଥିବା ଦେଖି ଭିତରେ ପଶିଥିଲେ ଠିକ ସେହିପରି ଉପର ମହଲରେ ଥିବା ଘର କବାଟ ତାଲା ଭାଙ୍ଗି ଘର ଖୋଲା ଦେଖିଥିଲେ। ଦୌଡ଼ି ଯାଇ ଦେଖିଲା ବେଳକୁ ଘରେ ଥିବା ଆସବାବ ପତ୍ର ଲୁଗା ପଟା ବିଛେଇ ହୋଇ ପଡ଼ିଥିବା ବେଳେ ସମସ୍ତ ଆଲମିରା ଖୋଲା ପଡ଼ିଛି। ଚୋରମାନେ ଘରର ସମସ୍ତ ସ୍ଥାନ ଖୋଜା ଖୋଜି କରି ଆଲମିରାରେ ଏକ ବ୍ୟାଗ ରେ ନଗଦ ୩ ଲକ୍ଷ ଟଙ୍କା ଓ ଅନ୍ୟ ଏକ ଜାଗାରୁ ଗୋଟିଏ ସୁନା ମୁଦି, ହଳେ ପାଉଁଝି ନେଇଯାଇଥିବା ଦେଖିଥିଲେ।
Theft: ହାଇସ୍କୁଲରେ କଳାକନା ବୁଲେଇଲେ ଚୋର, ୩୦ରୁ ୩୫ ହଜାର ଟଙ୍କା ଲୁଟ୍, ସିସିଟିଭିରେ କଏଦ ହେଲା ଦୃଶ୍ୟ
ନାରାୟଣ ସାହୁ ଘଟଣା ବିଷୟରେ ପୁଲିସକୁ ଲିଖିତ ଏତଲା ଦେଇଥିବା ବେଳେ ସ୍ଥାନୀୟ ପୋଲିସ ବିଭାଗ ଘଟଣା ସ୍ଥଳକୁ ଯାଇ ତଦନ୍ତ ଚାଲିଛି। ଏନେଇ ଥାନା କେସ୍ ନଂ ୧୮୩/୨୬ ରେ ମାମଲା ରୁଜୁ କରି ସନ୍ଧନୀ କୁକୁର ଡାକି ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ତଦନ୍ତ ଅଧିକାରୀ ନିଜେ ଆଇଆଇସି ବିଜୟ କୁମାର ସ୍ଵାଇଁ ରହିଥିବା ସୂଚନା ଦେଇଛନ୍ତି।

56 minutes ago
1


