The Supreme Court: ସୁପ୍ରିମକୋର୍ଟରେ ଏକାମ୍ର ନିର୍ବାଚନୀ ପ୍ରସଂଗ, ବିଧାୟକ ବାବୁ ସିଂହଙ୍କ ଏସଲପିଙ୍କ ଖାରଜ

1 hour ago 1
ARTICLE AD BOX

କଟକ: ସୁପ୍ରିମକୋର୍ଟରେ ଏକାମ୍ର ବିଧାୟକ ବାବୁ ସିଂହଙ୍କ ଏସଏଲପି ଖାରଜ ହୋଇଛି। ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ଏକାମ୍ର ନିର୍ବାଚନୀ ମୋକଦ୍ଦମାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଖାରଜ କରିବାକୁ ଶ୍ରୀ ସିଂହ ଅନ୍ତରୀଣ ଆବେଦନ ଦାୟର କରିଥିଲେ। ଏହି ଅନ୍ତରୀଣ ଆବେଦନକୁ ଖାରଜ କରି ହାଇକୋର୍ଟ ୨୦୨୬, ଫେବ୍ରୁଆରି ୯ରେ ପ୍ରଦାନ କରିଥିବା ରାୟ ବିରୋଧରେ ଶ୍ରୀ ସିଂହ ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରିଥିଲେ। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଫେବ୍ରୁଆରି ୯ର ରାୟରେ ହସ୍ତକ୍ଷେପ କରିବାକୁ ମନା କରିବା ସହିତ ଶ୍ରୀ ସିଂହଙ୍କ ଏସଲପିକୁ ଖାରଜ କରିଛନ୍ତି। ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ଏ.ଜି.ମସିହ ଓ ଜଷ୍ଟିସ ସନ୍ଦୀପ ମେହତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ସିଂହଙ୍କ ତରଫରୁ ଦାୟର ଏସଏଲପିର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଶ୍ରୀ ସିଂହ ଅନ୍ତରୀଣ ଆବେଦନ ଦାୟର କରିଥିଲେ

ମାମଲାର ବିବରଣୀରୁ ପ୍ରକାଶ ଯେ ଏକାମ୍ର ଆସନରୁ ବିଜେପି ପ୍ରାର୍ଥୀ ଶ୍ରୀ ସିଂହଙ୍କ ବିଧାୟକ ଭାବେ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ପରାଜିତ ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ୨୦୨୪ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ୨୦୨୪, ସେପ୍ଟେମ୍ବର ୧୨ରେ ଶ୍ରୀ ପଣ୍ଡାଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ପ୍ରତିପକ୍ଷ ତଥା ବିଧାୟକ ଶ୍ରୀ ସିଂହଙ୍କୁ ନୋଟିସ ଜାରି କରିଥିଲେ। ପରବର୍ତ୍ତୀ ସମୟରେ ଶ୍ରୀ ପଣ୍ଡାଙ୍କ ନିର୍ବାଚନୀ ମୋକଦ୍ଦମାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଖାରଜ କରିବାକୁ ଶ୍ରୀ ସିଂହ ଅନ୍ତରୀଣ ଆବେଦନ ଦାୟର କରିଥିଲେ। ଗତ ଫେବ୍ରୁଆରି ୯‌ରେ ଶ୍ରୀ ସିଂହଙ୍କ ଅନ୍ତରୀଣ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ। ଫେବ୍ରୁଆରି ୯ ନିର୍ଦ୍ଦେଶ ବିରୋଧରେ ଶ୍ରୀ ସିଂହ ସୁପ୍ରିମକୋର୍ଟରେ ଆବେଦନ ଦାୟର କରିଥିଲେ। ଅଶୋକ ଚନ୍ଦ୍ର ପଣ୍ଡାଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।

Accident: ଖାଲକୁ ଖସିଲା କାର୍, ଚାଲିଗଲା ଦମ୍ପତିଙ୍କ ଜୀବନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.