The street light: ବର୍ଷେ ହେଲାଣି ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନି: ସ୍ବେରେଜ, ବିଜୁଳି ସମସ୍ୟାରେ ଉଦୟଗିରିବିହାର ଅଞ୍ଚଳବାସୀ

49 minutes ago 1
ARTICLE AD BOX

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର ୬୫ ନମ୍ବର ୱାର୍ଡ ଅନ୍ତର୍ଗତ ପାତ୍ରପଡ଼ା ଉଦୟଗିରିବିହାର ବିଡିଏ କଲୋନିରେ ୧ହଜାରରୁ ଅଧିକ ପରିବାର, ୫ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି। କିନ୍ତୁ ଏହି ଅଞ୍ଚଳବାସୀ ଅନେକଦିନ ହେଲାଣି ବିଜୁଳି ଓ ସ୍ବେରେଜ ସମସ୍ୟାରେ କଷ୍ଟ ପାଉଛନ୍ତି। ରାତି ହେଲେ, ଅଞ୍ଚଳ ଅନ୍ଧକାରମୟ ରହୁଥିବାରୁ ଚୋରି, ରାହାଜାନି ବଢ଼ିଗଲାଣି। ନିଶାଖୋରଙ୍କ ଉତ୍ପାତ ବି ଦେଖାଦେଲାଣି। ସ୍ଥିତି ଏପରି ହେଲାଣି ଯେ ମହିଳା, ଛାତ୍ରଛାତ୍ରୀମାନେ ରାତିରେ ଯିବାକୁ ଡରୁଛନ୍ତି। ସେପଟେ ଅଞ୍ଚଳକୁ ସ୍ବେରେଜ ସଂଯୋଗୀକରଣ ଅସଂପୂର୍ଣ୍ଣ ଥିବାରୁ ସାମାନ୍ୟ ବର୍ଷାରେ ପାଣି ଜମୁଛି ଓ ଲୋକେ କଲବଲ ହେଉଛନ୍ତି। ଏ ସଂପର୍କରେ ଅଞ୍ଚଳବାସୀ ନଗର ଉନ୍ନୟନ ବିଭାଗ, ବିଏମ୍‌ସି, ୱାଟ୍‌କୋ ପାଖରେ ଏକାଧିକ ଥର ଅଭିଯୋଗ କଲେଣି, କିନ୍ତୁ ଫଳ ଶୂନ।

Nobel Prize! ନୋବେଲ୍‌ ପୁରସ୍କାର ଦୌଡ଼ରେ ‘ଆଇଏସ୍‌ଏସ୍‌’!

୧୦ ବର୍ଷ ହେଲାଣି ସ୍ବେରେଜ୍‌ ଅଧାଗଢ଼ା

ଉଦୟଗିରି ବିହାର ଅଞ୍ଚଳକୁ ବିଡିଏ ବିକାଶ କରିଥିଲା। ଏବେ ଶହ ଶହ ଘର ଏହି ଜାଗାରେ ଠିଆ ହୋଇଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ ପ୍ରତି ଗଳିକନ୍ଦିରେ ଷ୍ଟ୍ରିଟ୍‌ ଲାଇଟ୍‌ର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ସବୁ ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ ହୋଇଗଲାଣି। ବର୍ଷେ ହେଲାଣି ଏହା ଜଳୁନି। ଅଭି‌ଯୋଗ କଲେ ବି କେହି ମରାମତି କରିବାକୁ ଆସୁନାହାନ୍ତି। ୧୦ ବ‌ର୍ଷ ତଳେ ଅଞ୍ଚଳକୁ ସ୍ବେରେଜ ସଂଯୋଗୀକରଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ଏହାକୁ ଅସଂପୂର୍ଣ୍ଣ ଭାବେ ଛାଡ଼ି ଦିଆଯାଇଛି। ଯେହେତୁ ଏହା ଅସଂପୂର୍ଣ୍ଣ ଭାବେ ରହିଛି ଓ ବର୍ଜ୍ୟଜଳ ନିଷ୍କାସନର କୌଣସି ବାଟ ନାହିଁ, ଏହି ପାଣି ଜମା ହୋଇ ଅଞ୍ଚଳକୁ ବୁଡ଼ାଉଛି। ସେପଟେ ଅଧାଗଢ଼ା ସ୍ବେରେଜକୁ ଏକାଧିକ ଘର ସେମାନଙ୍କ ପାଇଖାନା ବର୍ଜ୍ୟ ଛାଡ଼ୁଥିବାର ଅଭିଯୋଗ ହୋଇଛି। ଯଦ୍ବାରା ଚାମ୍ବର ସବୁ ଜାମ୍‌ ହେଲାଣି।

Liver Transplantation: ଯକୃତ ପ୍ରତିରୋପଣ‌ରେ ଷ୍ଟାର୍‌ ହସ୍ପିଟାଲ୍‌ର ସଫଳତା

ଉଦୟଗିରି ବିହାରର ବରିଷ୍ଠ ନାଗରିକ ଚନ୍ଦ୍ରଶେଖର ରାଓ କହିଛନ୍ତି, ବହୁ ଅଭିଯୋଗ ପରେ ବର୍ଷେ ତଳେ ୱାଟ୍‌କୋ ପକ୍ଷରୁ ସ୍ବେରେଜ ପାଇଁ ଥିବା ପୁରୁଣା ଚାମ୍ବର ସବୁ ହଟାଯାଇ ନୂଆ ଚାମ୍ବର ପଡ଼ିଲା। ପ୍ରତି ଘରୁ ବର୍ଜ୍ୟପାଣି ନିଷ୍କାସନ ପାଇଁ ଘର ଦୁଆରେ ଚାମ୍ବର ହେଲା। ପୁରୁଣା ଚାମ୍ବରର କଭର ବଦଳାଗଲା ଓ ନୂଅା କଭର ଲାଗିଲା। ହନୁମାନ ମନ୍ଦିର ପାର୍ଶ୍ବରୁ ଆସିଥିବା ଏହି ପାଇପ୍‌ ଲାଇନ୍‌ କିନ୍ତୁ ଏମ୍‌ଆଇଜି-୮ ଘର ପାଖରେ ଅଟକି ଯାଇଛି। ଆଉ ୪/୫ ମିଟର ପାଇପ୍‌ ପଡ଼ିଲେ, ଏହା ମୁଖ୍ୟ ରାସ୍ତାର ସ୍ବେରେଜ ଲାଇନ୍‌ ସହ ଯୋଡ଼ି ହୋଇଯିବ। କିନ୍ତୁ ବହୁ ଅଭିଯୋଗ ପରେ ବି ଏହା କରାଯାଉନି। ଏଣୁ ଅଞ୍ଚଳବାସୀ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.