ARTICLE AD BOX
‘ସ୍ନିକର୍ସ’ ଜୋତାକୁ କ୍ରୀଡ଼ା ଓ କସରତ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିଲା। ତେବେ ଆଜିକାଲି ଏହାକୁ କେବଳ ଦୌଡ଼ିବା ଓ ଖେଳିବା ପାଇଁ ପିନ୍ଧାଯାଉନି, ଏହା ଏବେ ଫ୍ୟାସନ୍ର ଅଂଶବିଶେଷ ହୋଇଯାଇଛି। ଭାରତରେ ଏହି ଟ୍ରେଣ୍ଡ୍କୁ ଆଗକୁ ନେବାରେ ସେଲିବ୍ରିଟିମାନଙ୍କର ମଧ୍ୟ ବଡ଼ ଭୂମିକା ରହିଛି। ଏହାର ଏକ ଉଦାହରଣ ହେଉଛି ବିରାଟ କୋହଲିଙ୍କ ‘ୱାନ୍୮’ ଫୁଟ୍ଓୟାର୍ ବ୍ରାଣ୍ଡ୍। ଜୁନ୍ ୨୧ରେ ନୂଆଦିଲ୍ଲୀରେ ଏହାର ଉନ୍ମୋଚନ ହୋଇଥିଲା। ଏହାର ‘ସିମ୍ XVIII’ ସ୍ନିକର୍ସର ଡିଜାଇନ୍ କ୍ରିକେଟ୍ ବଲ୍ର ସିମ୍ରୁ ପ୍ରେରଣା ନେଇଛି। ରିପୋର୍ଟ ଅନୁସାରେ, ଲଞ୍ଚ୍ର ପ୍ରଥମ ୨୪ ଘଣ୍ଟାରେ ‘ୱାନ୍୮’ ପ୍ରାୟ ୧୩୮ କୋଟି ଟଙ୍କାର ଜୋତା ବିକ୍ରି କରିଥିଲା ଏବଂ ୧.୫ ଲକ୍ଷରୁ ଅଧିକ ହଳ ଜୋତା ବିକ୍ରି ହୋଇଥିଲା।
Belarus potash deal: ରୁଷ୍ରୁ ତେଲ କିଣିବାକୁ ଭାରତକୁ ମନା କରୁଥିବା ଆମେରିକା ବେଲାରୁଷ୍ରୁ ସାର କିଣିବ
ରଣବୀର କପୁର ମଧ୍ୟ ୨୦୨୫ରେ ‘ଆର୍କସ୍’ ନାମରେ ନିଜର ସ୍ନିକର୍ସ ବ୍ରାଣ୍ଡ୍ ଆଣିଛନ୍ତି। ରଣବୀର ସିଂହ ସ୍ବତନ୍ତ୍ର ସ୍ନିକର୍ସ ବ୍ରାଣ୍ଡ୍ ଚଲାଉ ନଥିଲେ ମଧ୍ୟ ଆଡିଡାସ୍ ସହିତ ମିଶି ଏକ ସିଗ୍ନେଚର୍ ଲାଇନ୍ ଆଣିଛନ୍ତି। ମଜାର କଥା ହେଉଛି, ସେଲିବ୍ରିଟିଙ୍କ ଦାମୀ ସ୍ନିକର୍ସ ଥିଲେ ମଧ୍ୟ ଭାରତରେ ସ୍ନିକର୍ସ ବ୍ୟବସାୟର ୬୮% ୧,୫୦୦ରୁ ୩,୫୦୦ ଟଙ୍କା ମଧ୍ୟରେ ଥିବା ମାସ୍-ମାର୍କେଟ୍ ସେଗ୍ମେଣ୍ଟରୁ ଆସୁଛି।
Mobile: ନିମ୍ନମାନର ମୋବାଇଲ୍ ସ୍କ୍ରିନ ଗାର୍ଡ ଉପରେ ରୋକ ଲାଗିବ
କୋଭିଡ୍ ପରେ ଭାରତରେ କମେଟ୍, ଗଲି ଲ୍ୟାବ୍ସ, ଭେଲ୍, ନିମାନ୍ସ ଓ ୭-୧୦/ ଚଙ୍କସ୍ ଭଳି ୨୧ଟି ଦେଶୀ ସ୍ନିକର୍ ବ୍ରାଣ୍ଡ୍ ମଧ୍ୟ ବେଶ୍ ଲୋକପ୍ରିୟ ହେଉଛି। ଏହା ସହିତ ସ୍ନିକର୍ କନ୍, କମ୍ଲେକ୍ସକନ୍ ଓ ସ୍ନିକର୍ନେସ୍ ଭଳି ଫେଷ୍ଟିଭାଲ୍ଗୁଡ଼ିକ ସ୍ନିକର୍ସ ପ୍ରେମୀମାନଙ୍କୁ ଏକାଠି କରୁଛି। ମୋଟାମୋଟି ଭାବେ ସ୍ନିକର୍ସ ଏବେ ଯୁବପିଢ଼ିଙ୍କ ଫ୍ୟାସନ୍ ଓ ଷ୍ଟାଇଲ୍ର ଏକ ଅଂଶ ହୋଇସାରିଛି।

5 days ago
6


