The minor canal: ଶୁଖିଲା ପଡ଼ିଛି ମାଇନର୍‌ କେନାଲ

21 minutes ago 1
ARTICLE AD BOX

ବାଲିଅନ୍ତା ବଜାର: ଚାଷୀଙ୍କ ସହାୟତା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ଅଧିକାରୀମାନଙ୍କ ଚରମ ଅବହେଳା ପାଇଁ ଚାଷୀମାନେ ଏହାର ସୁଫଳ ପାଉନାହାନ୍ତି। ଚଳିତ ଖରିଫ ଋତୁରେ ମାଇନର୍‌ କେନାଲ୍‌ରେ ପାଣି ଆସୁନଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ପ୍ରାଚୀ ସବ୍‌ଡିଭିଜନ୍‌ ଅଞ୍ଚଳରେ ଏବେ ମାଇନର୍‌ କେନାଲଗୁଡ଼ିକ ସଫା ହୋଇଥିବା ବେଳେ ଏଥିରୁ ବାଦ୍‌ ପଡ଼ିଛି ବାଲିଅନ୍ତା ବ୍ଲକ୍‌ ଅଧୀନ ପ୍ରତାପରୁଦ୍ରପୁର ପଞ୍ଚାୟତ ଅଧୀନ ଗୋପ ବ୍ରାଞ୍ଚ କେନାଲ। ଫିରିଫିରା ଡିଷ୍ଟ୍ରିବୁଟାରି ଅନ୍ତର୍ଗତ ଦୋଳବେଦୀ ମାଇନର କେନାଲ ଅନେକ ଦିନରୁ ସଫେଇ ହୋଇନଥିବାରୁ ଶହଶହ ଏକର ଚାଷ ଜମିକୁ ପାଣି ପହଞ୍ଚିପାରୁନି। 

RMC ନିର୍ବାଚନ ପାଇଁ ଅଙ୍କକଷା; ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ

କେନାଲ ଭିତରେ ଅନାବନା ଗଛ ମାଡ଼ିଯାଇଛି। ମାଟି ଅତଡ଼ା ଖସି କେଉଁଠି ସଂକୀର୍ଣ୍ଣ ହୋଇଥିବା ବେଳେ ପୂର୍ବରୁ ପାଣି ବିଲରେ ମଡ଼ାଇବା ପାଇଁ ଅନେକ ସ୍ଥାନରେ ବନ୍ଧ କଟା ଯାଇଥିବା ଦେଖିବାକୁ ମିଳିଛି। ଧାନ ବାହାରିବା ସମୟରେ ପାଣି ଅଭାବ ଦେଖାଦେବାରୁ ଚାଷୀ ଚିନ୍ତାରେ ଅଛନ୍ତି। ଧାନଚାଷ ପୂର୍ବରୁ କେନାଲ ସଫେଇ କାର୍ଯ୍ୟ କରାଯିବା କଥା କିନ୍ତୁ ଏପର୍ଯ୍ୟନ୍ତ ତାହା ହୋଇନି।ଚାଷୀଙ୍କ କହିବା ଅନୁଯାୟୀ, କେନାଲ ସଫେଇ ନାଁରେ ପାଣି ପଞ୍ଚାୟତକୁ ପ୍ରତିବର୍ଷ ଟଙ୍କା ଆସୁଥିବା ବେଳେ ସେହି ଟଙ୍କା ବାଟ ମାରଣା ହେଉଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ତୁରନ୍ତ ଏଦିଗରେ ପଦକ୍ଷେପ ନେଇ କେନାଲ ସଫେଇ କାର୍ଯ୍ୟ କରାଯାଉ ଯାହା ଦ୍ୱାରା ଶହଶହ ଏକର ଚାଷଜମିରେ ଧାନ ବାହାରିବା ପୂର୍ବରୁ ପାଣି ପହଞ୍ଚି ପାରିବ।ଏନେଇ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାନ୍ତ କୁମାର ଷଡ଼ଙ୍ଗୀଙ୍କୁ ପଚାରିବାରୁ, ଚଳିତ ବର୍ଷ ପାଣି ପଞ୍ଚାୟତ ନିର୍ବାଚନ ପାଇଁ ଭାଙ୍ଗିଯିବାରୁ ଟେଣ୍ଡର ପ୍ରକ୍ରିୟା ବିଳମ୍ବ ହେଲା ଜଣେ ଠିକାଦାର ୧୫ଟି କେନାଲ ସଫେଇ କାର୍ଯ୍ୟ କରୁଥିବା କାରଣରୁ ସଫେଇ କାର୍ଯ୍ୟ ବିଳମ୍ବ ହୋଇଛି; ସପ୍ତାହକ ମଧ୍ୟରେ ଉକ୍ତ ମାଇନର୍‌ କେନାଲ ସଫେଇ ହୋଇଯିବ ବୋଲି କହିଛନ୍ତି।

Conference: ଆଜି ଏଏନ୍‌ଟିଏଫ୍ ମୁଖ୍ୟମାନଙ୍କ ୩ୟ ସମ୍ମିଳନୀ ଉଦ୍‌ଘାଟନ କରିବେ ଅମିତ ଶାହ

Read Entire Article
LEFT SIDEBAR AD

Hidden in mobile, Best for skyscrapers.