Revised books: ସ୍କୁଲରେ ପହଞ୍ଚିଲା ସଂଶୋଧିତ ବହି: ପ୍ରଥମ ଦିନରେ ବାଣ୍ଟିଲେ ୪୫ ହଜାର

15 minutes ago 1
ARTICLE AD BOX

ଭୁବନେଶ୍ବର: ବିଧାନସଭା ଅଧିବେଶନରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରସଙ୍ଗ ଉଠାଇ ବିରୋଧୀ ଘେରିବା ପୂର୍ବରୁ ଆଜିଠାରୁ ସଂଶୋଧିତ ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରାୟ ୪୫ ହଜାର ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯାଇଛି। ଯେଉଁଥିରେ ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଶ୍ରେଣୀ ପାଇଁ ଓଡ଼ିଆ ପାଠ୍ୟପୁସ୍ତକ ଏବଂ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପାଇଁ ଉର୍ଦ୍ଦୁ ପାଠ୍ୟପୁସ୍ତକ ଅନ୍ତର୍ଭୁକ୍ତ ରହିଛି। 

RMC ନିର୍ବାଚନ ପାଇଁ ଅଙ୍କକଷା; ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ

ଚିହ୍ନଟ ହୋଇଥିବା ଅଞ୍ଚଳଗୁଡ଼ିକରେ ୪୧,୧୫୦ ଓଡ଼ିଆ ଓ ୩,୧୫୦ ଉର୍ଦ୍ଦୁ ପୁସ୍ତକ ବଣ୍ଟନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ମହାନଗର ନିଗମ, ଜଟଣୀ, ଭୁବନେଶ୍ୱର ବ୍ଲକ, କଟକ ମହାନଗର ନିଗମ, କଟକ ସଦର, ସାଲେପୁର ଓ ନିଶ୍ଚିନ୍ତକୋଇଲି ବ୍ଲକରେ ଥିବା ବିଦ୍ୟାଳୟଗୁଡ଼ିକରେ ସଂଶୋଧିତ ବହି ପହଞ୍ଚିଛି। ବ୍ଲକସ୍ତରରେ ବହିଗୁଡ଼ିକ ପହଞ୍ଚିବା କ୍ଷଣି ଶିକ୍ଷା ଅଧିକାରୀମାନେ ସଙ୍ଗେ ସଙ୍ଗେ ତାହାକୁ ବିଦ୍ୟାଳୟକୁ ପଠାଇ ଦେଇଥିଲେ। ପ୍ରଧାନଶିକ୍ଷକମା‌ନେ ମଧ୍ୟ ତାହାକୁ ପିଲାଙ୍କୁ ବଣ୍ଟନ କରିବା ସହ ଫଟୋ‌ ଉଠାଇ ଗଣଶିକ୍ଷା ବିଭାଗକୁ ପଠାଇଛନ୍ତି। ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ସଂଶୋଧିତ ପାଠ୍ୟପୁସ୍ତକ ଅନ୍ୟ ଜିଲ୍ଲାଗୁଡ଼ିକୁ ପଠାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

Horoscope 2026 September 22: ଜାଣନ୍ତୁ ଆଜିର ରାଶିଫଳ...

ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ସାହିତ୍ୟ ବହି ସଂଶୋଧନ କରାଯିବା ସହ ଛପା କାର୍ଯ୍ୟ ଚାଲିଛି। ପ୍ରଥମ ପର୍ଯ୍ୟାୟ‌ରେ ଯେତିକି ବହି ଛପାଯାଇଥିଲା ସେଥିରୁ ୪୫ ହଜାର ବଣ୍ଟନ ହୋଇଛି। ୩ରୁ ୪ ଦିନ ମଧ୍ୟରେ ଆହୁରି ପ୍ରାୟ ୩ ଲକ୍ଷ ପାଠ୍ୟପୁସ୍ତକ ବଣ୍ଟନ ପାଇଁ ପ୍ରସ୍ତୁତ ହେଉଛି। ପିଲାମାନଙ୍କ ପାଠପଢ଼ାରେ ଯେପରି କୌଣସି ପ୍ରକାର ଅସୁବିଧା ନ ହୁଏ ତାହାକୁ ନଜରରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ସଂଶୋଧିତ ବହିଗୁଡ଼ିକୁ ପଠାଯାଉଛି। ଇଂରାଜୀ ପାଠ୍ୟପୁସ୍ତକଗୁଡ଼ିକ ମଧ୍ୟ ବିଶେଷଜ୍ଞଙ୍କ ଦ୍ବାରା ସଂଶୋଧିତ ହୋଇସାରିଛି। ଏସ୍‌ସିଇଆରଟି ଦ୍ବାରା ଆଉ ଥରେ ଯାଞ୍ଚ କରାଯିବା ପରେ ପ୍ରିଣ୍ଟିଂ ପାଇଁ ପ୍ରେସ୍‌କୁ ପଠାଯିବ। ଗଣିତ ଓ ବିଜ୍ଞାନ ବହିଗୁଡ଼ିକର ସଂଶୋଧନ ହୋଇ ଏବେ ଡିଟିପି କରାଯାଉଛି। ୪୩ଟି ବହିର ଓଡ଼ିଆ ଭାଷା ତ୍ରୁଟି ସଂଶୋଧନ ହୋଇଛି। ସମ୍ଭବତଃ ଆଉ ୧୫ରୁ ୨୦ ଦିନ ମଧ୍ୟରେ ସମସ୍ତ ବହି ସଂଶୋଧିତ ହୋଇ ପ୍ରେସ୍‌କୁ ଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.