ARTICLE AD BOX
ଭୁବନେଶ୍ବର: ପ୍ରମୁଖ ନାଳ ଜବରଦଖଲମୁକ୍ତ ରଖିବାକୁ ଏନ୍ଜିଟିଙ୍କ କଡ଼ା ନିର୍ଦ୍ଦେଶ ରହିଛି। ଏଥିପାଇଁ ପ୍ରମୁଖ ନାଳଠାରୁ ଆରମ୍ଭ କରି ଶାଖା ଓ ସାହି ଗଳିକନ୍ଦି ନାଳର ନିର୍ଦ୍ଦିଷ୍ଟ ବଫର ଜୋନ୍ ଚିହ୍ନଟ କରାଯାଇଛି। କିନ୍ତୁ ରାଜଧାନୀ ଭୁବନେଶ୍ବରରେ ଏହି ଆଦେଶକୁ ପାଦରେ ଦଳି ଦିଆଯାଇଛି। ବଫର୍ ଜୋନ୍ ସୀମା ଦୂରେ ଥାଉ, ଏଠି ନାଳ ଉପରେ ବି ଘର ଠିଆ କରିସାରିଲେଣି। ମାଳ ମାଳ ବସ୍ତି ଏହି ଅଞ୍ଚଳରେ ଗଢ଼ି ଉଠିଲାଣି। ତଥାପି ବିଏମ୍ସିର ବଡ଼ବାବୁମାନେ ନିଘୋଡ଼ ନିଦ୍ରାରେ। ସବୁଠୁ ଅଧିକ ଚିନ୍ତାଜନକ ସ୍ଥିତିରେ ସହରର ପ୍ରମୁଖ ନାଳ। ସବୁଠି ବସ୍ତି ଗଢ଼ି ଉଠିଛି ଓ ହଜାର ହଜାର ଘର ଠିଆ ହୋଇଛି। ଚଳିତବର୍ଷାରେ ବର୍ଷା ଜଳ ଓ ଆବର୍ଜନା ଜଳ ନିଷ୍କାସନରେ ଏହା ପ୍ରତିବନ୍ଧକ ସାଜିବା ସହ ଭୁବନେଶ୍ବରକୁ ଉବୁଟୁବୁ କରିବା ଜଳଜଳ ଦିଶିଲାଣି।
Competition: ଆମେରିକାରେ ଓଡ଼ିଶାର ପାରଂପରିକ ପିଠା ପ୍ରତିଯୋଗିତା
ବିଏମ୍ସି ଅଞ୍ଚଳରେ ବିଏମ୍ସିର ୧୪୦୦ କିଲୋମିଟର, ପୂର୍ତ୍ତ ବିଭାଗ ୩୬୦ କିଲୋମିଟର, ଇଡ୍କୋର ୬୫ କିଲୋମିଟର ଓ ଏନ୍ଏଚ୍ଏଆଇର ୩୪.୫ କିଲୋମିଟର ନାଳ ରହିଛି। ଏସବୁ ୭୭ କିଲୋମିଟର ବ୍ୟାପ୍ତ ୧୧ଟି ମୁଖ୍ୟ ନାଳକୁ ସଂଯୋଗ କରୁଛି। ଶାଖା ନାଳରୁ ମୁଖ୍ୟ ନାଳ ଦେଇ ଆବର୍ଜନା ଜଳ ଓ ବର୍ଷା ଜଳ ଗଙ୍ଗୁଆ, ଦୟାକୁ ନିଷ୍କାସିତ ହେଉଛି। ପ୍ରମୁଖ ନାଳର ୧୫ରୁ ୫୦ ମିଟର ଅଞ୍ଚଳ ହେଉଛି ବଫର୍ ଜୋନ୍। ଏନ୍ଜିଟି ବି କଡ଼ା ନିର୍ଦ୍ଦେଶ ଦେଇଛନ୍ତି, କୌଣସି ପରିସ୍ଥିତିରେ ଏହି ବ ଫର୍ ଜୋନ୍ ଅଞ୍ଚଳରେ ଜନବସତି ରହିବନି। କିନ୍ତୁ ଭୁବନେଶ୍ବରରେ ବ୍ୟତିକ୍ରମ ଦେଖାଦେଇଛି। ସବୁ ମୁଖ୍ୟ ନାଳ ଜବରଦଖଲରେ।
ସରକାରୀ ତଥ୍ୟ ମୁତାବକ, ବିଏମ୍ସି ଅଞ୍ଚଳରେ ୪୭୧ଟି ପଞ୍ଜିକୃତ ବସ୍ତି ରହିଛି। ଯେଉଁଥିରୁ ୫୨ଟି ବସ୍ତି ମୁଖ୍ୟ ନାଳର ବଫର୍ ଜୋନ୍ରେ ଠିଆ ହୋଇଛି। ହଜାର ହଜାର ଘର ନାଳ ଚାରିପଟେ ଓ ନାଳ ଉପରେ ଗଢ଼ି ଉଠିଛି। ସର୍ବାଧିକ ଜବରଦଖଲ ୧ ନମ୍ବର ଓ ୮ ନମ୍ବର ମୁଖ୍ୟ ନାଳରେ। ୮ ନମ୍ବରକୁ ୧୨ଟି ଓ ୧ ନମ୍ବରକୁ ୧୧ଟି ବସ୍ତି ଜବରଦଖଲରେ ରଖିଛନ୍ତି।
ମାଡ଼ି ବସିଛନ୍ତି ୫୨ ବସ୍ତିବାସିନ୍ଦା
ବଫର ଜୋନ୍ରେ ଠିଆ ହୋଇଛି ହଜାର ହଜାର ଘର
ଏନ୍ଜିଟିଙ୍କ ଆଦେଶର ଖୋଲା ଉଲ୍ଲଂଘନ
JD Vance: ଭାନ୍ସଙ୍କ ଭାଷଣକୁ ନେଇ ବିବାଦ: ପୋଷ୍ଟରର ଅସ୍ପଷ୍ଟ ଛବିକୁ କେନ୍ଦ୍ର କରି ବାଗ୍ଯୁଦ୍ଧ
୧ ନମ୍ବର ମୁଖ୍ୟ ନାଳରେ ନୀଳପଡ଼ିଆ ବସ୍ତି, ଆମ୍ବତୋଟା ବସ୍ତି, ଡମଣାହାଟ ବସ୍ତି, ରାଧାକୃଷ୍ଣ ବସ୍ତି, ଅରବିନ୍ଦ ନଗର, ନୀଳମାଧବ ବସ୍ତି, ମା’ ମଙ୍ଗଳା ସାହି, ଗାଡ଼କଣ କଲ୍ୟାଣୀ ସାହି, ମା’ ତାରିଣୀ ବସ୍ତି, ମଞ୍ଚେଶ୍ବର ମୁଣ୍ଡାସାହି ବସ୍ତି ମାଡ଼ି ବସିଛନ୍ତି। ୨ ନମ୍ବର ମୁଖ୍ୟ ନାଳକୁ ମଞ୍ଚେଶ୍ବର ଧିରିକୁଟି ବସ୍ତି ଓ ୩ ନମ୍ବର ମୁଖ୍ୟ ନାଳକୁ ଭିଏସ୍ଏସ୍ ନଗର ମହାବୀର ବସ୍ତି ଜବରଦଖଲରେ ରଖିଛନ୍ତି। ୪ ନମ୍ବର ମୁଖ୍ୟ ନାଳକୁ ପଥରବନ୍ଧ ବସ୍ତି, ସାଇନ୍ସ ପାର୍କ ବସ୍ତି, ଭୋଇନଗର ବସ୍ତି, ବାଣୀବିହାରର ପ୍ରଥମ, ଦ୍ବିତୀୟ ଓ ସମ୍ମୁଖ ଗେଟ୍ ବସ୍ତି, ଶନିମନ୍ଦିର ବସ୍ତି ମାଡ଼ି ବସିଛନ୍ତି। ୫ ନମ୍ବର ମୁଖ୍ୟ ନାଳକୁ ମସଜିଦ୍ କଲୋନି, ରାମକୃଷ୍ଣ ଲେପ୍ରସି କଲୋନି, କେନାଲବନ୍ଧ ସନ୍ତୋଷୀ ବିହାର, ଲକ୍ଷ୍ମୀସାଗର ପାନବରଜ ବସ୍ତି ମାଡ଼ି ବସିଛନ୍ତି। ୬ ନମ୍ବର ମୁଖ୍ୟ ନାଳକୁ ବୁଦ୍ଧନଗର ଭୋଇସାହି, ଓଲ୍ଡ ଷ୍ଟେସନ୍ ବଜାର ରେଡ୍ଡିସାହି, ବଡ଼ଗଡ଼ ଶବରସାହି, ଚମ୍ପା ପୋଖରୀ ମାଡ଼ି ବସିଛନ୍ତି। ୭ ନମ୍ବର ନାଳକୁ ଝରଣା ସାହି ତଳବସ୍ତି, ରାମେଶ୍ବର ପାଟଣା, ନାଳମୁହଁ ସାହି, ଚିଲି ପୋଖରୀ, ମହାବୀର ବସ୍ତି, ସାମନ୍ତରାୟପୁର ବସ୍ତି, ଗ୍ୟାରେଜ ଛକ ବସ୍ତି ମାଡ଼ି ବସିଛନ୍ତି। ୮ ନମ୍ବର ମୁଖ୍ୟ ନାଳକୁ ଯଦୁମଣି ବିହାର ଷଣ୍ଢସାହି, ଜଗନ୍ନାଥ ବିହାର ବେହେରା ସାହି, ବରମୁଣ୍ଡା ଭୋଇସାହି, ଚଲାସାହି, ଗୋଦାମସାହି, ଗୁଡ଼ିଆ ତୋଟାସାହି, ଶବର ସାହି ନୂଆସାହି, ଭକ୍ତମଧୁ ନଗର, ପୋଖରୀପୁଟ ମା’ ତାରିଣୀ ବସ୍ତି, ଗଣ୍ଡମୁଣ୍ଡା ନ୍ୟୁ ତାରିଣୀ ବସ୍ତି, ଜାଗମରା ଭୋଇସାହି, ତାରିଣୀ ବସ୍ତି ମାଡ଼ି ବସିଛନ୍ତି। ୧୦ ନମ୍ବର ମୁଖ୍ୟ ନାଳକୁ ଶାନ୍ତିପଲ୍ଲୀ ବସ୍ତି, ବାୟାବାବା ମଠ ବସ୍ତି, ଭଗବତୀ ବସ୍ତି ମାଡ଼ି ବସିଛନ୍ତି। ସ୍ଥିତି ଏପରି ଯେ ଏଠି ବିଏମ୍ସି ଗାଡ଼ି ବି ପଶିପାରୁନି କି ନାଳ ସଫା ହୋଇପାରୁନି। ଏହି ସ୍ଥାନକୁ ନିଜ ସ୍ଥିତିରେ ବିଏମ୍ସି ଛାଡ଼ି ଦେଇଛି। ସେ ରାଜନୈତିକ ସ୍ବାର୍ଥ ହେଉ କି ସରକାରୀ ବାବୁଙ୍କ ସ୍ବାର୍ଥ ସାଧନ, ବିଏମ୍ସି ବାବୁମାନେ କିନ୍ତୁ ଏଥିରେ ହାତ ମାରୁନାହାନ୍ତି। ଯାହା ରାଜଧାନୀବାସୀଙ୍କୁ ସବୁବେଳେ ଦହଗଞ୍ଜ କରୁଛି। ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ପ୍ରିୟବ୍ରତ ବେହେରା କହିଛନ୍ତି, ବାରମ୍ବାର ଏମାନଙ୍କୁ ନୋଟିସ୍ କରାଯାଉଛି। କିନ୍ତୁ କେହି ଶୁଣୁନାହାନ୍ତି। ଉଚ୍ଛେଦ ବେଳେ ଆନ୍ଦୋଳନର ଡର ଦେଖାଉଛନ୍ତି। ଆବର୍ଜନା ଜଳ ନିଷ୍କାସନରେ ଏହା ପ୍ରତିବନ୍ଧକ ସୃଷ୍ଟି କରୁଛି।

1 hour ago
1


