ARTICLE AD BOX
ପକ୍ଷୀ କହିଲେ ଆମ ମନରେ ଭାସିଉଠେ ମିଠା କିଚିରିମିଚିରି ଶବ୍ଦ। ଭୋରର ନିରବତାକୁ ଭାଙ୍ଗି ଗଛ ଡାଳରୁ ଭାସିଆସୁଥିବା ସେହି ସୁମଧୁର ଡାକ ମନକୁ ଆନନ୍ଦ ଦିଏ। କିନ୍ତୁ ପୃଥିବୀରେ ଏମିତି କିଛି ପକ୍ଷୀ ଅଛନ୍ତି, ଯାହାଙ୍କ ଡାକ ଶୁଣିଲେ ଲାଗିବ ଯେପରି କୌଣସି ଭାରୀ ଯନ୍ତ୍ର ଚାଲିଛି!
Horoscope 2026 October 01: ଜାଣନ୍ତୁ ଆଜିର ରାଶିଫଳ...
୨୦୧୯ରେ ଜୀବବିଜ୍ଞାନୀମାନେ ୧୨୫ ଡେସିବଲ୍ ଧ୍ବନି ସୃଷ୍ଟି କରୁଥିବା ଆମାଜନ୍ର ‘ହ୍ବାଇଟ୍ ବେଲ୍ବର୍ଡ’କୁ ପୃଥିବୀର ସବୁଠାରୁ ଜୋର୍ ରାବୁଥିବା ପକ୍ଷୀର ମାନ୍ୟତା ଦେଇଥିଲେ। ତେବେ ସଦ୍ୟତମ ଅଧ୍ୟୟନ ଅନୁସାରେ ଆଉ ଦୁଇଟି ପକ୍ଷୀ- ‘ବେଆର୍-ଥ୍ରୋଟେଡ୍ ବେଲ୍ବର୍ଡ’ ଓ ‘ରେଡ୍-ଲେଗ୍ଡ ସେରିଏମା’ ଯେତିକି ଧ୍ବନି ସୃଷ୍ଟି କରିବାକୁ ସକ୍ଷମ। ସେମାନଙ୍କ ରାବର ତୀବ୍ରତା ୧୨୦ ଡେସିବେଲ୍ ଟପିଯାଉଛି। ବିଶେଷକରି ‘ହ୍ୱାଇଟ୍ ବେଲ୍ବର୍ଡ’ର ଡାକ ପ୍ରାୟ ୧୨୫ ଡେସିବେଲ୍ ବୋଲି ଜଣାପଡ଼ିଛି। ଏହି ଶବ୍ଦ ବିଦ୍ୟୁତ୍ଚାଳିତ କରତ ଓ ଜ୍ୟାକହାମର୍ ଭଳି ଭାରୀ ଯନ୍ତ୍ରର ଧ୍ବନି ସହ ତୁଳନୀୟ।
Donald Trump: ଟ୍ରମ୍ପଙ୍କ ମୁହଁରୁ ‘ମନଷ୍ଟର’ ଶୁଣି ହସିଲେ ସୁନ୍ଦର ପିଚାଇ
ଗବେଷକମାନେ ୧୨୩ଟି ପକ୍ଷୀ ପ୍ରଜାତିର ରାବ ରେକର୍ଡ କରି ସୋମାନଙ୍କ ତୀବ୍ରତା ତୁଳନା କରିଥିଲେ। ଏଥିରୁ ଜଣାପଡ଼ିଛି ଯେ, ବଡ଼ ଶରୀର ଓ ଚଉଡ଼ା ଥଣ୍ଟ ଥିବା କିଛି ପକ୍ଷୀ ଅଧିକ ଜୋରରେ ରାବିପାରନ୍ତି। ତେବେ ଏତେ ଜୋରରେ ପକ୍ଷୀମାନେ ରାବନ୍ତି କାହିଁକି? ବୈଜ୍ଞାନିକମାନଙ୍କ ମତରେ, ଦୂରରେ ଥିବା ସାଥୀଙ୍କୁ ଡାକିବା, ନିଜ ଅଞ୍ଚଳ ବିଷୟରେ ସଙ୍କେତ ଦେବା କିମ୍ବା ଘନ ଜଙ୍ଗଲରେ ନିଜ ଅବସ୍ଥିତିକୁ ସୂଚାଇବା ଦିଗରେ ଏହା ସହାୟକ ହେଉଥାଇପାରେ।

58 minutes ago
1


