The Killer Truck: ଖୁସିରେ ଲୁହ ଢାଳିଦେଲା କିଲର ଟ୍ରକ୍‌

51 minutes ago 1
ARTICLE AD BOX

ମଧ୍ୟପ୍ରଦେଶ ଗ୍ୱାଲିୟରରେ ଘଟିଥିବା ଭୟଙ୍କର ଦୁର୍ଘଟଣା ଅନେକ ପରିବାରକୁ ଦେଇଛି ଅସହ୍ୟ ଯନ୍ତ୍ରଣା। କେହି ପୁଅକୁ ହରାଇଛି ତ କେହି ଭାଇକୁ। ହସଖୁସିର ସଂସାରରେ ଖେଳିଯାଇଛି ଦୁଃଖର କଳାବାଦଲ।

ଜୀବନ ନେଇଗଲା ଧାନ ଟ୍ରକ୍‌। ଭକ୍ତି ବର୍ଷାରେ ଭିଜୁ ଭିଜୁ ରକ୍ତର ହୋଲି ଖେଳିଦେଲା କିଲର ଟ୍ରକ୍‌। ମଧ୍ୟପ୍ରଦେଶ ଗ୍ୱାଲିୟରର ପ୍ରସିଦ୍ଧ ଶୀତଳା ମାତାଙ୍କ ମନ୍ଦିର ସାମ୍ନାରେ ବିଳମ୍ବିତ ରାତିରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ କନ୍ଦାଇଦେଇଛି। କେହି ପୁଅକୁ ହରାଇଛି ତ କେହି ପୁଣି ଭାଇକୁ ହରାଇଛି। ଛାତି ଫଟାଇ କାନ୍ଦୁଛି ମାଆ। ଆଖିରୁ ଶୁଖୁନି ଲୁହ। ଯେଉଁ ପୁଅକୁ ଲାଳନପାଳନ କରି ଏତେ ବଡ଼ କରିଥିଲେ ଯାହାକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ, ସେହି ପୁଅ ଆଜି ଆଉ ନାହିଁ। ପୁଅକୁ ହରାଇ ଭାଙ୍ଗି ପଡ଼ିଛି ମାଆର ଛାତି। ପରିବାରର ହସଖୁସି ଭରା ଜୀବନରେ ଖେଳିଯାଇଛି ଦୁଃଖର କଳାବାଦଲ। ମଧ୍ୟପ୍ରଦେଶର ଗ୍ୱାଲିୟରରେ ଶୀତଳା ମନ୍ଦିର ନିକଟରେ ଘଟିଥିବା ଭୟଙ୍କର ଟ୍ରକ୍ ଦୁର୍ଘଟଣା ଅନେକ ପରିବାରକୁ ଦେଇଛି ଅସହ୍ୟ ଯନ୍ତ୍ରଣା। 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.