ARTICLE AD BOX
ଭୁବନେଶ୍ୱର: ବିଧାନସଭା ଗୃହ ଭିତରେ ବିଜେଡି ବିଧାୟକମାନେ ପାଠ୍ୟପୁସ୍ତକ ତ୍ରୁଟିକୁ ପ୍ରସଙ୍ଗ କରି ହୋହଲ୍ଲା କରିଥିଲେ। ଅନ୍ୟପଟେ ବିଜେଡିର ଯୁବ ଓ ଛାତ୍ର ଶାଖା ଏହି ପ୍ରସଙ୍ଗରେ ବିଧାନସଭା ବାହାରେ ଗର୍ଜନ କରିଥିଲା। ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଦାୟୀ କରି ତାଙ୍କର ଇସ୍ତଫା ମାଗିଛନ୍ତି ଯୁବ ଓ ଛାତ୍ରନେତାମାନେ। ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ଶତାଧିକ ଯୁବ ଓ ଛାତ୍ର ଜନତା ଦଳର କର୍ମୀମାନେ ଲୋୟର ପିଏମ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ସହିତ ନେତୃମଣ୍ଡଳୀ ଅହୋରାତ୍ର ଧାରଣାରେ ଦେଇଛନ୍ତି।
Brown sugar seizure: ୪ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ
ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି
ଧାରଣାସ୍ଥଳରେ ପହଞ୍ଚି ସମର୍ଥନ ଜଣାଇଲେ ବିଜେଡି ବିଧାୟକ
ଆଜି ବିଧାନସଭା ଘେରାଉ
ଆଜି ପୂର୍ବାହ୍ଣରେ ବିଧାନସଭା ମୁଲତବୀ ହେଲା ପରେ ଦଳୀୟ ବିଧାୟକମାନେ ସିଧାସଳଖ ପିଏମ୍ଜି ଛକରେ ପହଞ୍ଚି ଯୁବ ଓ ଛାତ୍ରନେତାମାନଙ୍କ ସହ ବିକ୍ଷୋଭରେ ସାମିଲ ହୋଇଥିଲେ। ସରକାର ରାଜ୍ୟର ତ୍ରୁଟିପୂର୍ଣ୍ଣ ପୁସ୍ତକ ସୁଧାରି ପିଲାଙ୍କ ନିକଟରେ ପହଞ୍ଚାଇବାରେ ବିଫଳ ହୋଇଛନ୍ତି। ସରକାର ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ଏହି ଦୁର୍ନୀତିରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କ ସମ୍ପୃକ୍ତି ରହିଛି ବୋଲି ନେତାମାନେ ଅଭିଯୋଗ କରିଥିଲେ। ମନ୍ତ୍ରୀ ଇସ୍ତଫା ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ଆସନ୍ତାକାଲି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିଧାନସଭା ଘେରାଉ କରାଯିବ ବୋଲି ସୂଚନା ଦିଆଯାଇଛି।
PM Surya Ghar: ପିଏମ୍ ସୂର୍ଯ୍ୟଘରରେ ଠକିଗଲେ ହିତାଧିକାରୀ
ବିକ୍ଷୋଭରେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଅଶୋକ ପଣ୍ଡା, ପ୍ରତାପ ଦେବ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ କୁମାର ସାହୁ, ନିରଂଜନ ପୂଜାରୀ, ବ୍ୟୋମକେଶ ରାୟ, ଗଣେଶ୍ୱର ବେହେରା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସୁଲୋଚନା ଦାସ, ସଂଜୟ ଦାସବର୍ମା, ଗୌତମବୁଦ୍ଧ ଦାସ, ଅମରେଶ ପତ୍ରୀଙ୍କ ସମେତ ଅନ୍ୟାନ୍ୟ ଯୁବ ଓ ଛାତ୍ର କର୍ମୀମାନେ ଉପସ୍ଥିତ ଥିଲେ।

5 days ago
6


