Textbook error issue: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ: ଏ ସପ୍ତାହରେ ତ୍ରୁଟିଶୂନ୍ୟ ବହି, ସରିଲା ସଂଶୋଧନ, ବାହାରିଲା ୨୬୭୦ ଭୁଲ୍‌

1 week ago 3
ARTICLE AD BOX

ଭୁବନେଶ୍ବର: ପାଠ୍ୟପୁସ୍ତକ ତ୍ରୁଟି ଅପବାଦରୁ ମୁକୁଳିବାକୁ ଚଳିତ ଶିକ୍ଷାବର୍ଷରେ ହିଁ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗଣଶିକ୍ଷା ବିଭାଗର ଅଧିକାରୀମାନେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକରେ ସଂ‌ଶୋଧନ କରିଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ଥିବା ୫୫ଟି ପାଠ୍ୟପୁସ୍ତକରେ ଆବଶ୍ୟକ ତ୍ରୁଟି ସଂଶୋଧନ ପରେ ତାହାକୁ ୨୭ରୁ ଅଧିକ ଭାଷା ବିଶେଷଜ୍ଞଙ୍କ ଦ୍ବାରା ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି। ପୁସ୍ତକର ପ୍ରତିଟି ପୃଷ୍ଠାରେ ଥିବା ବାକ୍ୟ, ଶବ୍ଦକୁ ଏକାଧିକ ଥର ପଢ଼ାଯାଇଛି। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଆଧାରରେ ଓଡ଼ିଆ ପୁସ୍ତକଗୁଡ଼ିକ ସଂଶୋଧନ ହୋଇଛି। ଏଥିସହ ରାଜ୍ୟ ସରକାରଙ୍କ ଏକାଧିକ ସଂସ୍ଥାଙ୍କ ସହାୟତାରେ ଓଡ଼ିଆ, ଇଂରାଜୀ, ଗଣିତ, ବିଜ୍ଞାନ ବହି ପାଇଁ ଅଲଗା ଅଲଗା ବିଶେଷଜ୍ଞ ନିୟୋଜିତ ହୋଇ ଯାଞ୍ଚ କରିଛନ୍ତି। ଏବେ ସୁଦ୍ଧା ଡିଟିପି ଶେଷ ହୋଇ ବହିଗୁଡ଼ିକ ପ୍ରକାଶନ ପାଇଁ ପ୍ରସ୍ତୁତ ହୋଇ ରହିଛି। ସମ୍ଭବତଃ ଦୁଇରୁ ତିନି ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୮ଟି ଶ୍ରେଣୀରେ ସଂଶୋଧିତ ସାହିତ୍ୟ ବହି ଛପାଯାଇ ବଣ୍ଟନ କରାଯିବ ବୋଲି ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍‌ସିଇଆର୍‌ଟି)ର ଜଣେ ଅଧିକାରୀ କହିଛନ୍ତି।

Appreciation letter: ମୋଦୀଙ୍କ ପ୍ରଶଂସା ପତ୍ର ପାଇଲେ ମୂର୍ତ୍ତୀ ଶିଳ୍ପୀ ଅନମୋଲ ପଦାର

ସରିଲା ସଂଶୋଧନ, ବାହାରିଲା ୨୬୭୦ ଭୁଲ୍‌
ଚୂଡ଼ାନ୍ତ ହୋଇଛି ୮ଟି ଶ୍ରେଣୀର ସାହିତ୍ୟ ବହି
ପୁସ୍ତକ ପ୍ରକାଶନରେ ଅର୍ଥ ସାଜିଲାଣି ପ୍ରତିବନ୍ଧକ

ନୂତନ ପୁସ୍ତକରେ ଯେପରି କୌଣସି ପ୍ରକାର ତ୍ରୁଟି ନ ରୁହେ ସେଥିପାଇଁ ଖୋଦ ଗଣଶିକ୍ଷା ସଚିବ ଏନ୍‌ ତିରୁମାଲା ନାୟକ ତଦାରଖ କରିଛନ୍ତି। ଯାଞ୍ଚ ସମୟରେ ବିଶେଷଜ୍ଞମାନେ ବହିରେ କେଉଁଠି ଅଧାଗଢ଼ା ବାକ୍ୟ ତ ଆଉ କେଉଁଠି ଗୋଟିଏ ବାକ୍ୟ ସହ ପରବର୍ତ୍ତୀ ବାକ୍ୟ ମେଳ ଖାଉ ନ ଥିବା ଦେଖିବାକୁ ପାଇଥିଲେ। ତେଣୁ ପ୍ରାରମ୍ଭିକ ଭାବେ ବଡ଼ ବଡ଼ ତ୍ରୁଟିଗୁଡ଼ିକ ସଂଶୋଧିତ ହୋଇଛି। କର୍ଣ୍ଣାଟକ ବିଧାନସଭା ଚିତ୍ରକୁ ହଟାଇ ସେହି ସ୍ଥାନରେ ଓଡ଼ିଶା ବିଧାନସଭା ଚିତ୍ର ଦିଆଯାଇଛି। ବରପୁତ୍ରଙ୍କ ନାମ ଓ ସେମାନଙ୍କ ବିଷୟରେ ଥିବା ତ୍ରୁଟିକୁ ମଧ୍ୟ ସଂଶୋଧନ କରାଯାଇ ନୂତନ ବହି ପ୍ରସ୍ତୁତ ହେଉଛି। ଗଣିତ ବହିରେ ଥିବା ବ୍ୟାପକ ତ୍ରୁଟି ମଧ୍ୟ ସଂଶୋଧନ ହୋଇଛି। ଇତିମଧ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସାହିତ୍ୟ ବହି ସଂଶୋଧନ ଶେଷ ହୋଇଛି। ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ବାରା ନିୟୋଜିତ ଭାଷା ବିଶେଷଜ୍ଞଙ୍କ ଦ୍ବାରା ଯାଞ୍ଚ ପରେ ତାହାକୁ ଏସ୍‌ସିଇଆାରଟି କମିଟି ମଧ୍ୟ ଯାଞ୍ଚ କରିଛି। ବାକି ପୁସ୍ତକଗୁଡ଼ିକ ଏବେ ଡିଟିପି ସ୍ତରରେ ରହିଛି। ତାହା ଶେଷ ହେବା ପରେ ବିଶେଷଜ୍ଞ କମିଟି ପୁଣିଥରେ ଯାଞ୍ଚ କରି ଏସ୍‌ସିଇଆରଟିକୁ ପ୍ରଦାନ କରିବେ।

War: ଯୁଦ୍ଧ ସମାପ୍ତ ପାଇଁ ୭ ସର୍ତ୍ତ ରଖିଲା ଇରାନ, ସର୍ତ୍ତ ଅଗ୍ରାହ୍ୟ ହେଲେ ନିର୍ଣ୍ଣାୟକ ଯୁଦ୍ଧ ଚେତାବନୀ

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗୋଟିଏ ପଟେ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଅର୍ଥ ପ୍ରତିବନ୍ଧକ ସାଜିଲାଣି। ୪୦ ଲକ୍ଷ ପିଲାଙ୍କୁ ସମସ୍ତ ବିଷୟର ବହି ଯୋଗାଇବାକୁ ପ୍ରାୟ ୩୫୦ କୋଟି ଟଙ୍କାର ଆବଶ୍ୟକତା ରହିଛି। ତେବେ ଏତେ ସଂଖ୍ୟକ ଅର୍ଥ କେଉଁଠୁ ଆସିବ ତାହା ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ନିଦ ହଜାଇ ଦେଲାଣି। ମାଗଣା ପାଠ୍ୟପୁସ୍ତକ ଯୋଜନା ଅଧୀନରେ କେନ୍ଦ୍ର ସରକାର ୬୦% ଓ ରାଜ୍ୟ ସରକାର ୪୦% ଅର୍ଥ ଯୋଗାଇଥାନ୍ତି। ସେହି ଅନୁଯାୟୀ ୨୦୨୬-୨୭ ଶିକ୍ଷାବର୍ଷରେ କେନ୍ଦ୍ର ସରକାର ଅର୍ଥ ଦେଇ ସାରିଛନ୍ତି। ଏବେ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ପ୍ରକାଶ କରିବାକୁ ଯେଉଁ ୩୫୦ କୋଟି ଟଙ୍କା ଖର୍ଚ୍ଚ ହେବ ତାହା କେଉଁଠୁ ଆସିବ। ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କିମ୍ବା ଗଣଶିକ୍ଷା ବିଭାଗ କୌଣସି ପ୍ରକାର ବଜେଟ ବ୍ୟବସ୍ଥା କରିନାହାନ୍ତି। ଯେତେବେଳେ କି ଯାଞ୍ଚ କରୁଥିବା ଭାଷା ବିଶେଷଜ୍ଞଙ୍କ ପାଉଣା, ଡିଟିପି କରୁଥିବା କର୍ମଚାରୀଙ୍କ ପାଉଣା, ପାଠ୍ୟପୁସ୍ତକ ଛପାଇବାକୁ କାଗଜ କିଣା, ବଣ୍ଟନ ପାଇଁ ପରିବହନ ଖର୍ଚ୍ଚ, ନିୟୋଜିତ ହେଉଥିବା କର୍ମଚାରୀଙ୍କୁ କିଭଳି ଅର୍ଥ ଦିଆଯିବ ସେ ନେଇ ଅଧିକାରୀମାନେ ଚିନ୍ତାରେ ପଡ଼ିଛନ୍ତି। ତ୍ରୁଟି ବହି ଛାପିଥିବା ପ୍ରକାଶନୀ ସଂସ୍ଥା ଓ ପରିବହନରେ ଖର୍ଚ୍ଚ ହୋଇଥିବା ଅର୍ଥ ଏପର୍ଯ୍ୟନ୍ତ ମିଳି ନ ଥିବା କେତେକ ପ୍ରକାଶନ ସଂସ୍ଥା ଅଭିଯୋଗ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.