Test cricket: ଗଲ୍‌ ଗୌରବ ମାତ୍ର ୬ ୱିକେଟ୍‌ ଦୂର: ପନ୍ତଙ୍କ ‘ଛକା’ ଶତକ

52 minutes ago 2
ARTICLE AD BOX

ଗଲ୍‌: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଗଲ୍‌ରେ ଖେଳାଯାଇଥିବା ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣ ରଖିଛି। ବିଜୟଠୁ ମାତ୍ର ୬ ୱିକେଟ୍‌ ଦୂରରେ ରହିଛି ଭ୍ରମଣକାରୀ ଭାରତ। ୩୭୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଶ୍ରୀଲଙ୍କା ଚତୁର୍ଥ ଦିନର ଷ୍ଟମ୍ପ୍ସ ବେଳକୁ ୮୪ ରନ୍‌ରେ ୪ ୱିକେଟ୍‌ ହରାଇ ପରାଜୟ ଦ୍ବାରରେ ପହଞ୍ଚିଛି। ଘରୋଇ ଦଳକୁ ଏବେ ପରାଜୟ ଏଡ଼ାଇବାକୁ ୨୮୭ ରନ୍‌ ଆବଶ୍ୟକ ରହିଛି। ମହମ୍ମଦ ସିରାଜଙ୍କ ପ୍ରାରମ୍ଭିକ ଝଟ୍‌କା ପରେ ମାନବ ସୂଥାରଙ୍କ ଯୁଗଳ ଓ ପ୍ରସିଦ୍ଧ କୃଷ୍ଣଙ୍କ ୧ ୱିକେଟ୍‌ ସଫଳତା ଯୋଗୁଁ ଶ୍ରୀଲଙ୍କା ୪୭ ରନ୍‌ରେ ୪ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଅଧିନାୟକ ଧନଞ୍ଜୟ ଡି’ସିଲ୍‌ଭା (୩୧*) ଓ ସୋନାଲ ଦିନୁଶା (୨୫*) ପଞ୍ଚମ ୱିକେଟ୍‌ରେ ୩୭ ରନ୍‌ ଯୋଡ଼ି ସଂଘର୍ଷ ଜାରି ରଖିଛନ୍ତି। ପ୍ରଥମ ପାଳିରେ ଶତକ ହାସଲ କରିଥିବା ଦିନୁଶା ଅପରାଜିତ ଥିବାରୁ ଶ୍ରୀଲଙ୍କାର ଭରସା ତାଙ୍କ ଉପରେ ରହିଛି। ମ୍ୟାଚ୍‌ ବଞ୍ଚାଇବା ଲାଗି ଅଧିନାୟକ ଡି’ସିଲଭାଙ୍କଠାରୁ ମଧ୍ୟ ସିଂହଳୀ ଦଳ ଏକ ବଡ଼ ପାଳି ଆଶା କରୁଛି। 

Bazar Kolkata: କାର୍ତ୍ତିକ ଆର୍ଯ୍ୟନ ବଜାର କୋଲକାତା ବ୍ରାଣ୍ଡ୍‌ ଆମ୍ବାସଡର୍‌

ଭାରତ ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ୍‌: ଲକ୍ଷ୍ୟ ୩୭୨, ଶ୍ରୀଲଙ୍କା ୮୪/୪

ପ୍ରଥମ ପାଳିରେ ୧୭୮ ରନ୍‌ର ମହତ୍ବପୂର୍ଣ୍ଣ ଅଗ୍ରଣୀ ପାଇଥିବା ଭାରତ ମଙ୍ଗଳବାର ଦ୍ବିତୀୟ ପାଳିରେ ୧୯୩ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଫଳରେ ଭାରତ ୩୭୧ ରନ୍‌ର ଅଗ୍ରଣୀ ପାଇଥିଲା। ଯଶସ୍ବୀ ଜୟସ୍ବାଲ (୦) ଆଉଟ୍‌ ପରେ କେଏଲ୍‌ ରାହୁଲ (୩୫) ଓ ଦେବଦତ୍ତ ପଡ଼ିକଲ ଦ୍ବିତୀୟ ୱିକେଟ୍‌ ୬୪ ରନ୍‌ ଯୋଡ଼ି ସ୍ଥିତି ସମ୍ଭାଳି ନେଇଥିଲେ। ରାହୁଲଙ୍କ ପରେ ପରେ ଶୁବମନ ଗିଲ୍‌ (୯) ବଡ଼ ସ୍କୋର୍‌ କରିବା ପୂର୍ବରୁ ପ୍ୟାଭିଲିୟନ୍‌ ଫେରିଥିଲେ। ଋଷଭ ପନ୍ତଙ୍କ ସହ ପ୍ରଥମ ପାଳିରେ ଶତକ ଅର୍ଜନ କରିଥିବା ପଡ଼ିକଲ ପାଳି ଆଗକୁ ନେଉଥିଲା ବେଳେ ୪୪ ରନ୍‌ରେ କେଶରା ନୁଆନ୍ତାଙ୍କ ବଲ୍‌ରେ ଏଲ୍‌ବିଡବ୍‌ଲ୍ୟୁ ହୋଇଥିଲେ। ଫଳରେ ମଧ୍ୟାହ୍ନ ଭୋଜନ ବିରତି ବେଳକୁ ଭାରତ ୧୧୬/୪ରେ ସଂଘର୍ଷ କରିଥିଲା। ଏହା ପରେ ପନ୍ତ ଗୋଟିଏ ପଟେ ରହି (୬୬, ୬୯ ବଲ୍‌, ୮ ‌ଚୌକା, ୨ ଛକା) ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ଅନ୍ୟପଟେ ୱିକେଟ୍‌ ପତନ ଘଟିବାରୁ ଭାରତ ୨୦୦ ଭିତରେ ଅଟକି ଯାଇଥିଲା। ପନ୍ତ, ପଡ଼ିକଲ, ରାହୁଲଙ୍କ ଛଡ଼ା ଅନ୍ୟ କୌଣସି ଭାରତୀୟ ବ୍ୟାଟର୍‌ ୨ ଅଙ୍କ ଛୁଇଁପାରି ନଥିଲେ। ଶ୍ରୀଲଙ୍କା ପକ୍ଷରୁ ଅସିତ ଫର୍ଣ୍ଣାଣ୍ଡୋ ୪ ଓ ପ୍ରବଥ ଜୟସୂରିୟା ୩ ୱିକେଟ୍‌ ନେଇଥିଲେ।

Neglect: ପାହାଡ଼ ତଳ ଗାଁରେ ପ୍ରଳୟ ପରିସ୍ଥିତି; ନିରାଶ୍ରୟ, ଅସହାୟ ଅବସ୍ଥାରେ ୩୧ ପରିବାର

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି-୪୬୨। ଶ୍ରୀଲଙ୍କା ପ୍ରଥମ ପାଳି-୨୮୪ (ସୋନାଲ ଦିନୁଶା-୧୦୦, ନିରୋଶାନ ଡିକ୍‌ୱାଲା-୮୦, ମାନବ ସୂଥାର-୪/୭୬, ରବୀନ୍ଦ୍ର ଜାଡ଼େଜା-୩/୫୭)। ଭାରତ ଦ୍ବିତୀୟ ପାଳି ୪୮.୫ ଓଭରରେ-୧୯୩ (ଋଷଭ ପନ୍ତ-୬୬, ଦେବଦତ୍ତ ପଡ଼ିକଲ-୪୪, କେଏଲ୍‌ ରାହୁଲ-୩୫, ଅସିତ ଫର୍ଣ୍ଣାଣ୍ଡୋ-୪/୩୧, ପ୍ରବଥ ଜୟସୂରିୟା-୩/୪୩,‌ ଲାହିରୁ କୁମାରା-୨/୨୮)। ଶ୍ରୀଲଙ୍କା ଦ୍ବିତୀୟ ପାଳି ୩୪ ଓଭରରେ-୮୪/୪ (ଧନଞ୍ଜୟ ଡି’ସିଲ୍‌ଭା-୩୧*, ସୋନାଲ ଦିନୁଶା-୨୫*, ମାନବ ସୂଥାର-୨/୩୦, ମହମ୍ମଦ ସିରଜ-୧/୧୧, ପ୍ରସିଦ୍ଧ କୃଷ୍ଣ-୧/୧୩)।

ପନ୍ତଙ୍କ ‘ଛକା’ ଶତକ

ଗଲ୍‌: ଗଲ୍‌ ଟେଷ୍ଟ୍‌ରେ ଭାରତୀୟ ବ୍ୟାଟର୍‌ ଋଷଭ ପନ୍ତ ଏକ ସ୍ବତନ୍ତ୍ର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ୧୦୦ ଛକା ପୂରଣ କରିବାରେ ସେ ବିଶ୍ବର ମୁଷ୍ଟିମେୟ ବ୍ୟାଟରଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏହି ଟେଷ୍ଟ୍‌ର ୪ର୍ଥ ଦିନରେ ସେ ଭାରତର ଦ୍ବିତୀୟ ପାଳିରେ ଏକମାତ୍ର ବ୍ୟାଟରଭାବେ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଲଙ୍ଗ୍‌ଲେଗ୍‌ରେ ସେ ଏକ ବିଶାଳ ଛକାମାରି ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ଟେଷ୍ଟରେ ତାଙ୍କର ୧୦୦ତମ ଛକା ଥିଲା। ସେ ମାତ୍ର ୫୧ ଟେଷ୍ଟରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ତାଙ୍କ ପୂର୍ବରୁ ବେନ୍‌ ଷ୍ଟୋକ୍ସ, ବ୍ରେଣ୍ଡନ ମାକୁଲମ୍‌ ଓ ଆଡାମ ଗିଲକ୍ରୀଷ୍ଟ ଟେଷ୍ଟରେ ୧୦୦ କିମ୍ବା ଅଧିକ ଛକା ମାରିବାର କୀର୍ତ୍ତିମାନ ସ୍ଥାପନ କରିଥିଲେ। ଟେଷ୍ଟରୁ ଅବସର ଗ୍ରହଣ କରିସାରିଥିବା ଷ୍ଟୋକ୍ସ ସର୍ବାଧିକ ୧୩୮ ଛକା ମାରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.