ARTICLE AD BOX
କିସ୍ତୱାଡ଼: ଜମ୍ମୁ-କଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ। ଦଚ୍ଛନ ଅଞ୍ଚଳରୁ ବୁଧବାରଠାରୁ ନିଖୋଜ ଥିବା ଦୁଇ ଜଣ ସ୍ପେଶାଲ୍ ପୁଲିସ ଅଫିସର (ଏସ୍ପିଓ)ଙ୍କ ମୃତଦେହ ଗୁରୁବାର ଉଦ୍ଧାର କରାଯାଇଛି। ଉଭୟଙ୍କୁ ଅପହରଣ କରିବା ପରେ ଗୁଳିମାଡ଼ କରି ହତ୍ୟା କରିଛନ୍ତି ଆତଙ୍କବାଦୀ। ମୃତଦେହରେ ଏକାଧିକ ଗୁଳିମାଡ଼ର ଚିହ୍ନ ରହିଥିବା ଜଣାପଡ଼ିଛି।
ସେମାନେ ଯେଉଁ ସ୍ଥାନରୁ ନିଖୋଜ ହୋଇଥିଲେ, ସେଠାରୁ ପ୍ରାୟ ୨ କିଲୋମିଟର ଦୂର ଦଚ୍ଛନର ଏକ ଜଙ୍ଗଲରୁ ମୃତଦେହ ମିଳିଛି। ଉଭୟ ଅଧିକାରୀଙ୍କ ନିଖୋଜ ହେବା ପରେ ସୁରକ୍ଷା ବାହିନୀ ପକ୍ଷରୁ ଜଙ୍ଗଲ ଓ ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ବ୍ୟାପକ ଖୋଜାଖୋଜି କରାଯାଇଥିଲା। ମୃତଦେହ ଉଦ୍ଧାର ପରେ ଏହି ହତ୍ୟାକାଣ୍ଡରେ ସାମିଲ ଆତଙ୍କବାଦୀଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ବଡ଼ ଧରଣର ତଲାସୀ ଅଭିଯାନ ଆରମ୍ଭ ହୋଇଛି।
Death: ଆମେରିକାରେ ରୁଷ ରାଷ୍ଟ୍ରଦୂତଙ୍କ ହଠାତ୍ ମୃତ୍ୟୁ: କାରଣ ସମ୍ପର୍କରେ ସୂଚନା ପ୍ରକାଶ କରାଯାଇ ନାହିଁ

1 hour ago
2


