ARTICLE AD BOX
ନୂଆଦିଲ୍ଲୀ: ଏଠାରେ ଆୟୋଜିତ ୩୧ତମ ଫିନେଷ୍ଟା ଓପନ୍ ଜାତୀୟ ଟେନିସ ପ୍ରତିଯୋଗିତାରେ ହରିୟାଣାର ଖୁସି କାଡିଆନ୍ ତ୍ରିମୁକୁଟ ହାସଲ କରିଛନ୍ତି। ସେ ୧୪ ଓ ୧୬ ବର୍ଷରୁ କମ୍ ବାଳିକା ଏକକ ସହ ଯୁଗଳରେ ବିଜେତା ହୋଇଥିଲେ। ୧୬ ବର୍ଷରୁ କମ୍ ଏକକ ଫାଇନାଲ୍ରେ ସେ ୭-୬, ୭-୫ ସେଟ୍ରେ ରାଜସ୍ଥାନର ରଞ୍ଜନା ସଂଗ୍ରାମଙ୍କୁ ପରାସ୍ତ କରିଥିଲେ। ସେହିପରି ୧୪ ବର୍ଷରୁ କମ୍ରେ ସେ ୬-୩, ୬-୨ ସେଟ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ସିଦ୍ଧି ପାଣ୍ଡେଙ୍କୁ ହରାଇଥିଲେ।
ଯୁଗଳ ଟ୍ରଫି ହାସଲ
୧୬ ବର୍ଷରୁ କମ୍ ବାଳିକା ଯୁଗଳରେ ସେ ଓ ତାଙ୍କ ସଂମିତା ହରିଣୀ ୬-୩, ୬-୩ ସେଟ୍ରେ ରଞ୍ଜନା ଓ ପୂର୍ବୀ ପତୱାଙ୍କୁ ମାତ୍ ଦେଇଥିଲେ। ବାଳକରେ ଚଣ୍ଡିଗଡ଼ର ରିଭବ ସରୋହା ମଧ୍ୟ ଯୁଗଳ ଟ୍ରଫି ହାସଲ କରିଛନ୍ତି। ୧୬ ବର୍ଷରୁ କମ୍ ଏକକରେ ସେ ୬-୨, ୬-୩ ସେଟ୍ରେ ୟଶ୍ବିନ ଦାହିୟାଙ୍କୁ ହରାଇଥିଲେ। ଗତ ସପ୍ତାହରେ ସେ ୧୮ ବର୍ଷରୁ କମ୍ ଏକକ ଟ୍ରଫି ହାତେଇଥିଲେ। ୧୪ ବର୍ଷରୁ କମ୍ ବାଳକ ଏକକରେ କର୍ଣ୍ଣାଟକର ପୁନିତ ମନୋହର ୬-୩, ୬-୨ ସେଟ୍ରେ ଏସ୍ ଚିନ୍ତାଗୁଣ୍ଟାଙ୍କୁ ହରାଇ ଟ୍ରଫି କରାୟତ୍ତ କରିଥିଲେ।

1 hour ago
1


