ARTICLE AD BOX
ଚଳିତ ବର୍ଷର ଶେଷ ଟେନିସ ପ୍ରତିଯୋଗିତା ଡବ୍ଲ୍ୟୁଟିଏ ଫାଇନାଲ୍ସରେ ୧୯ ବର୍ଷୀୟ ରୁଷୀୟ ତରୁଣୀ ମୀରା ଆନ୍ଦ୍ରିଭା ଓ ୟୁକ୍ରେନ୍ର ଏଲିନା ସ୍ବିତୋଲିନା ମୁହାଁମୁହିଁ ହେବେ। ସେମିଫାଇନାଲ୍ରେ ଆନ୍ଦ୍ରିଭା ସିଧାସଳଖ ୬-୩, ୬-୪ ସେଟ୍ରେ ଆମେରିକାର ଜେସିକା ପେଗୁଲାଙ୍କୁ ପରାସ୍ତ କରିଥିଲେ।
/sambad/media/media_files/2026/11/15/new-project-2026-11-15-10-52-31.jpg)
ଇଣ୍ଡିଆନ୍ୱେଲ୍ସ: ଚଳିତ ବର୍ଷର ଶେଷ ଟେନିସ ପ୍ରତିଯୋଗିତା ଡବ୍ଲ୍ୟୁଟିଏ ଫାଇନାଲ୍ସରେ ୧୯ ବର୍ଷୀୟ ରୁଷୀୟ ତରୁଣୀ ମୀରା ଆନ୍ଦ୍ରିଭା ଓ ୟୁକ୍ରେନ୍ର ଏଲିନା ସ୍ବିତୋଲିନା ମୁହାଁମୁହିଁ ହେବେ। ସେମିଫାଇନାଲ୍ରେ ଆନ୍ଦ୍ରିଭା ସିଧାସଳଖ ୬-୩, ୬-୪ ସେଟ୍ରେ ଆମେରିକାର ଜେସିକା ପେଗୁଲାଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ଫ୍ରେଞ୍ଚ ଓପନ ବିଜୟିନୀ ଆନ୍ଦ୍ରିଭା ୨୦୦୪ ପରେ ଡବ୍ଲ୍ୟୁଟିଏ ଫାଇନାଲ୍ସର ଫାଇନାଲ୍ରେ ପହଞ୍ଚିବାରେ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। ରୁଷିଆର ମାରିଆ ଶାରାପୋଭା ୨୦୦୪ରେ ୧୭ ବର୍ଷ ବୟସରେ ସେରେନା ୱିଲିୟମ୍ସଙ୍କୁ ହରାଇ ଫାଇନାଲ୍ରେ ପହଞ୍ଚିଥିଲେ। ଅନ୍ୟଏକ ସେମିଫାଇନାଲ୍ରେ ସ୍ବିତୋଲିନା ସିଧାସଳଖ ୬-୨, ୬-୧ ସେଟ୍ରେ ୱିମ୍ବଲଡନ୍ ବିଜୟିନୀ ଚେକ୍ଗଣରାଜ୍ୟର ଲିଣ୍ଡା ନୋସ୍କୋଭାଙ୍କୁ ହରାଇଥିଲେ।
U19 Asia Cup: ୧୯ ବର୍ଷରୁ କମ୍ ଏସିଆ କପ୍ରେ ଭାରତୀୟ ଖେଳାଳିଙ୍କୁ ମିଳିଲା ଏତିକି ଟଙ୍କା; କେତେ ପାଇଲା ପାକିସ୍ତାନ?
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

13 minutes ago
1


