ARTICLE AD BOX
ବାଲିଅନ୍ତା:ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ନୁଆସାହି ଗ୍ରାମରେ ମନ୍ଦିରରୁ ଚୋରି ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ତେବେ ଚୋରି ସାମଗ୍ରୀକୁ ଦୁର୍ବୃତ୍ତମାନେ ରାସ୍ତାରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି।
ମନ୍ଦିରରୁ ଘଣ୍ଟି ନେଇଯାଇଥିଲେ
ସୂଚନା ଅନୁଯାୟୀ, କିଛି ଦିନ ତଳେ ମନ୍ଦିରରୁ କିଛି ସାମଗ୍ରୀ ଦୁର୍ବୃତ୍ତମାନେ ଚୋରି କରିଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ନୂଆସାହି ଗ୍ରାମରେ ଥିବା ମା’ ଯଶବନ୍ତୀ ମନ୍ଦିରରୁ ଦୁର୍ବୃତ୍ତମାନେ ଘଣ୍ଟି ନେଇଯାଇଥିଲେ। ପରେ ମନ୍ଦିରଠାରୁ କିଛି ଦୂରରେ ଫିଙ୍ଗି ଦେଇଥିଲେ।
Biker Killed: ଇନୋଭା ଧକ୍କାରେ ବାଇକ ଆରୋହୀ ମୃତ, ଚାଳକ ଅଟକ
ସକାଳେ ସ୍ଥାନୀୟ ଲୋକେ ଚୋରି ସାମଗ୍ରୀ ପଡ଼ିଥିବା ଦେଖି ତାହାକୁ ଉଦ୍ଧାର କରି ମନ୍ଦିରକୁ ଆଣିଥିଲେ। ବାଲିଅନ୍ତା ଅଞ୍ଚଳରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ପୁଲିସ ପକ୍ଷରୁ ରାତ୍ରିକାଳୀନ ପେଟ୍ରୋଲିଂ କଡ଼ାକଡ଼ି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

1 week ago
6


