ARTICLE AD BOX
ଭୁବନେଶ୍ବର: ଟେଲିକମ୍ କମ୍ପାନିଗୁଡ଼ିକ ଓଡ଼ିଶାରୁ ୨୦୨୫-୨୬ ଆର୍ଥିକ ବର୍ଷରେ ୮୭୭୮.୨୪ କୋଟି ଟଙ୍କା ଆୟ କରିଛନ୍ତି। ଜିଓ ସର୍ବାଧିକ ୪୫୯୪.୮୧ କୋଟି ଟଙ୍କା ଆୟ କରିଥିବାବେଳେ ଏୟାରଟେଲ ୩୨୮୪.୧୦ କୋଟି ଟଙ୍କା, ବିଏସ୍ଏନ୍ଏଲ୍ ୬୬୫.୦୮ କୋଟି ଟଙ୍କା, ଭୋଡାଫୋନ ଆଇଡିଆ ୨୧୬.୧୯ କୋଟି ଟଙ୍କା ଏବଂ ଟାଟା ଟେଲି ୧୮.୦୬ କୋଟି ଟଙ୍କା ଆୟ କରିଛନ୍ତି ବୋଲି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟରୁ ଜଣାଯାଇଛି। ରାଜ୍ୟରେ ମୋବାଇଲ କମ୍ପାନିଙ୍କ ରାଜସ୍ବ ବଜାର ଅଂଶ ମଧ୍ୟରୁ ଜିଓ ସର୍ବାଧିକ ୫୨ ପ୍ରତିଶତ ହାସଲ କରିଛି। ଏହା ପଛକୁ ଏୟାରଟେଲ ୩୭ ପ୍ରତିଶତ, ବିଏସ୍ଏନ୍ଏଲ୍ ୭.୬ ପ୍ରତିଶତ, ଭୋଡାଫୋନ ଆଇଡିଆ ୨.୫ ପ୍ରତିଶତ ଏବଂ ଟାଟା ଟେଲି ୦.୨୧ ପ୍ରତିଶତ ରାଜସ୍ବ ଅଂଶ ପାଇଛନ୍ତି।
World Tribal Day: ମହଦେବଡ଼ିହିର ମହେନ୍ଦ୍ର ସର୍ଦ୍ଦାର; 'ଅଲ୍ ଅନଲ୍’ ଲିପି ଭୂମିଜ ସମାଜକୁ ଦେଲେ ନୂଆ ପରିଚୟ
୨୦୨୪-୨୫ ତୁଳନାରେ ୭୯୪ କୋଟି ଅଧିକ
ଜିଓର ରାଜସ୍ବ ଅଂଶ ସର୍ବାଧିକ ୫୨%, ଏୟାରଟେଲର ୩୭%
୨୦୨୫-୨୬ ଆର୍ଥିକ ବର୍ଷର ମୋଟ ଟେଲିକମ୍ ରାଜସ୍ବକୁ ଦେଖିଲେ କମ୍ପାନିଗୁଡ଼ିକର ଦୈନିକ ଆୟ ହାରାହାରି ୨୪.୦୫ କୋଟି ଟଙ୍କା ରହିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାରେ ଟେଲିକମ୍ କମ୍ପାନିଙ୍କ ମୋଟ ଆୟ ୭୯୮୪.୧୯ କୋଟି ଟଙ୍କା ରହିଥିଲା। ୨୦୨୪-୨୫ ତୁଳନାରେ ୨୦୨୫-୨୬ରେ ଟେଲିକମ୍ କମ୍ପାନିଗୁଡ଼ିକ ଓଡ଼ିଶାରୁ ଅଧିକ ୭୯୪.୧୯ କୋଟି ଟଙ୍କା ରୋଜଗାର କରିଛନ୍ତି। ୨୦୨୪-୨୫ ବର୍ଷରେ ସେମାନଙ୍କ ଦୈନିକ ରାଜସ୍ବ ୨୧.୮୭ କୋଟି ଟଙ୍କା ରହିଥିଲା। ତେଣୁ ଗତ ଆର୍ଥିକବର୍ଷରେ ସେମାନଙ୍କ ଦୈନିକ ହାରାହାରି ରାଜସ୍ବ ୨.୧୮ କୋଟି ଟଙ୍କା ବଢ଼ିଛି।
Weekly Horoscope 2026 August 09 to August 15: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
ଟ୍ରାଇ ସୂଚନାରୁ ଜଣାଯାଇଛି ଯେ ୨୦୨୪-୨୫ରେ ମୋଟ ରାଜସ୍ବ ମଧ୍ୟରୁ ଜିଓ ସର୍ବାଧିକ ୪୨୫୯.୪୪ କୋଟି ଟଙ୍କା ଆୟ କରିଛି। ଏହା ପଛକୁ ଏୟାରଟେଲ ୩୦୭୦.୨୭ କୋଟି ଟଙ୍କା, ବିଏସ୍ଏନ୍ଏଲ୍ ୪୬୧.୮୦ କୋଟି ଟଙ୍କା, ଭୋଡାଫୋନ ଆଇଡିଆ ୧୭୭.୮୫ କୋଟି ଟଙ୍କା ଏବଂ ଟାଟା ଟେଲି ୧୪.୮୩ କୋଟି ଟଙ୍କା ଆୟ କରିଛନ୍ତି। ଦିନକୁ ଦିନ ଟେଲିକମ୍ ଗ୍ରାହକ ବଢ଼ିବା ସହିତ ମୋବାଇଲ ଶୁଳ୍କ ମଧ୍ୟ ସଂଶୋଧନ ହେଉଥିବାରୁ ଆଗାମୀ ଦିନରେ କମ୍ପାନିଗୁଡ଼ିକର ରାଜସ୍ବ ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

6 days ago
4


