Tejashwi Yadav: ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି: ତେଜସ୍ୱୀ ଯାଦବ

40 minutes ago 1
ARTICLE AD BOX

ବିହାର: ବିହାର ବେଗୁସରାୟରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କୁ ହୋଟେଲରେ ମାଡ଼ ମାରିବା ସହ ବନ୍ଧୁକ ଦେଖାଇ ଦୁଷ୍କର୍ମ କରାଯାଇଥିବା ଏବଂ ଅଶ୍ଳୀଳ ଭିଡିଓ ତିଆରି କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ସେପ୍ଟେମ୍ବର ୨୭ ସକାଳେ ଘଟିଥିବା ବେଳେ ପୀଡ଼ିତା ସେପ୍ଟେମ୍ବର ୨୮ ତାରିଖ ସନ୍ଧ୍ୟାରେ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିବା ମଧ୍ୟ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।  

କ’ଣ ଘଟିଥିଲା?

ପୁଲିସର ସୂଚନା ଅନୁସାରେ, ସେପ୍ଟେମ୍ବର ୨୭ ତାରିଖ ସକାଳ ପ୍ରାୟ ୭ଟା ୩୦ରେ ଯୁବତୀ ଜଣକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କଠାରୁ ଋଣ ଟଙ୍କା ଆଦାୟ କରିବାକୁ ବାହାରିଥିଲେ। ରାସ୍ତାରେ ତାଙ୍କ ଗାଁର ବିକ୍ରମ ସାହନୀ ନାମକ ଜଣେ ଯୁବକ ତାଙ୍କୁ ଭେଟିଥିଲେ। ଅଭିଯୋଗ ଅନୁସାରେ, ବିକ୍ରମ ତାଙ୍କୁ ପ୍ରଲୋଭନ ଦେଖାଇ ମୋଟରସାଇକେଲରେ ବସାଇ ଅଲକା ସିନେମା ନିକଟକୁ ନେଇଥିଲେ। ସେଠାରେ ରୋହିତ କୁମାର ନାମକ ଆଉ ଜଣେ ଯୁବକ ଥିଲେ। କଥାବାର୍ତ୍ତା କରିବା ବାହାନାରେ ଉଭୟ ଯୁବତୀଙ୍କୁ ଏକ ହୋଟେଲକୁ ନେଇଯାଇଥିଲେ।

ପୁଲିସ ଅନୁସାରେ, ହୋଟେଲରେ କବାଟ ବନ୍ଦ କରି ଛୁରୀ ଦେଖାଇ ଯୁବତୀଙ୍କ ସହ ଦୁଷ୍କର୍ମ କରାଯାଇଥିବା ଏବଂ ଏହାର ଭିଡିଓ ରେକର୍ଡ କରାଯାଇ ତାଙ୍କୁ ନିସ୍ତୁକମାଡ଼ ମରାଯାଇଥିଲା। ଯୁବତୀ ଜଣକ କୌଣସି ପ୍ରକାରେ ସେଠାରୁ ଖସି ଘରେ ପହଞ୍ଚିବା ପରେ ପରିବାରଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏଫ୍‌ଏସ୍‌ଏଲ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରୁଛି। ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।

ଏହି ଘଟଣାକୁ ନେଇ ତେଜସ୍ୱୀ ଯାଦବ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ବେଗୁସରାୟରେ ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ, ମାଡ଼ ଏବଂ ଶୋଷଣ ଭଳି ଘଟଣା ଘଟିଛି, ଯାହାର ବର୍ଣ୍ଣନା କରିବା ମଧ୍ୟ କଷ୍ଟକର। ବିହାରରେ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ଏବଂ ଚାରିଆଡ଼େ ଅସୁରକ୍ଷା, ଅନ୍ୟାୟ ଓ ଅତ୍ୟାଚାରର ପରିବେଶ ରହିଛି।

କିଏ ହେବେ ରାଜା ଚାଲିଥିବା ବିବାଦ ମଧ୍ୟରେ ରାଜଗାଦିରେ ବସିବେ ସାମ୍ବାଦିକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.