Team Nitin Nabin: ନୀତିନ ନବୀନଙ୍କ ନୂଆ ଟିମ୍: ଫେରିଲେ ବସୁନ୍ଧରା, ରାମ ମାଧବ ଓ ସ୍ମୃତି

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ୨୦୨୭ ଫେବ୍ରୁଆରି ଓ ମାର୍ଚ୍ଚରେ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ବିଜେପି ଜାତୀୟ ସଭାପତି ନୀତିନ ନବୀନ ସୋମବାର ତାଙ୍କର ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଓ ବସୁନ୍ଧରା ରାଜେଙ୍କୁ ଉପସଭାପତି ଭାବେ ନିଯୁକ୍ତ କରାଯାଇଛି। ସାତ ମାସ ପୂର୍ବେ ନୀତିନ ନବୀନ ବିଜେପି ଜାତୀୟ ସଭାପତି ହେବା ପରଠାରୁ ତାଙ୍କ ଟିମ୍‌ ଗଠନ ବିଚାରାଧୀନ ରହିଥିଲା। ନୂଆ ଟିମ୍‌ରେ ସାମିଲ ହୋଇଥିବା ୧୩ ଜଣ ଜାତୀୟ ଉପସଭାପତିଙ୍କ ମଧ୍ୟରୁ ୬ ଜଣ ମହିଳା ଅଛନ୍ତି। ଏହି ନୂଆ ନିଯୁକ୍ତି ଦଳର ମୁଖ୍ୟ ଭୂମିକାରେ ମହିଳାଙ୍କ ପ୍ରତିନିଧିତ୍ୱ ପାଇଁ ଏକ ପ୍ରୟାସକୁ ସୂଚିତ କରୁଛି। ମୁସଲିମ ସମ୍ପ୍ରଦାୟରୁ ଦୁଇଜଣଙ୍କ ବ୍ୟତୀତ ଚାରି ଜଣ ମହିଳା ସମ୍ପାଦକ ଓ ଜଣେ ମହିଳା ସାଧାରଣ ସମ୍ପାଦକ ମଧ୍ୟ ଅଛନ୍ତି। କେନ୍ଦ୍ର ସରକାର ସଂସଦ ଓ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ବକୁ ବୃଦ୍ଧି କରିବାକୁ ଚାହୁଥିବାରୁ ଏହି ପଦକ୍ଷେପ ନେଇଛି।

ସରକାରଙ୍କ କାନରେ ପଡ଼ିଲା ଟାଟା ବିବାଦ କଥା

ନୂଆ କରି ନିଯୁକ୍ତି ପାଇଥିବା ୧୩ ଜଣ ଜାତୀୟ ଉପସଭାପତିଙ୍କ ମଧ୍ୟରେ ବସୁନ୍ଧରା ରାଜେ (ରାଜସ୍ଥାନ), ତୀରଥ ସିଂହ ରାୱତ (ଉତ୍ତରାଖଣ୍ଡ), ରାମ ମାଧବ (ଦିଲ୍ଲୀ), ବୈଜୟନ୍ତ ଜୟ ପଣ୍ଡା (ଓଡ଼ିଶା), ଡି ପୁରନ୍ଦେଶ୍ବରୀ (ଆନ୍ଧ୍ର ପ୍ରଦେଶ), ରେଖା ବର୍ମା (ଉତ୍ତର ପ୍ରଦେଶ), ବର୍ଷାବେନ୍‌ ନରେନ୍ଦ୍ର ଭାଇ ଦୋଶୀ (ଗୁଜରାଟ), ଡ. ଭାରତୀ ପ୍ରବୀଣ ପାୱାର (ମହାରାଷ୍ଟ୍ର), ମନପ୍ରୀତ ସିଂହ ବାଦଲ (ପଞ୍ଜାବ), ଲାଲ ସିଂହ ଆର୍ଯ୍ୟ (ମଧ୍ୟ ପ୍ରଦେଶ), ପ୍ରଫେସର ଏମ୍‌ ନାଗରାଜା (କର୍ଣ୍ଣାଟକ), ପ୍ରଫେସର ତାରିକ ମନସୁର୍‌ (ଉତ୍ତର ପ୍ରଦେଶ), ଡ. ମଧୁଚନ୍ଦ୍ର କର (ପଶ୍ଚିମବଙ୍ଗ) ଅଛନ୍ତି। ବି.ଏଲ୍‌ ସନ୍ତୋଷ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ପଦ ପାଇଛନ୍ତି। ଶିବ ପ୍ରକାଶ ଓ ସୌଦାନ ସିଂହ ରାଷ୍ଟ୍ରୀୟ ସଂଯୁକ୍ତ ସଙ୍ଗଠନ ମହାମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି।

ବିଏଲ୍‌ ସନ୍ତୋଷ ସଙ୍ଗଠନ ମହାମନ୍ତ୍ରୀ

ଅନ୍ୟପକ୍ଷରେ ସ୍ମୃତି ଇରାନୀ (ଉତ୍ତର ପ୍ରଦେଶ), ବିନୋଦ ତାୱଡ଼େ (ମହାରାଷ୍ଟ୍ର), ସୁନୀଲ ବଂଶଲ (ଦିଲ୍ଲୀ), ବିପ୍ଳବ କୁମାର ଦେବ (ତ୍ରିପୁରା), ସତୀଶ ପୁନିଆ (ରାଜସ୍ଥାନ), ଗଜେନ୍ଦ୍ର ପଟେଲ (ମଧ୍ୟ ପ୍ରଦେଶ), ହରିଶ ଦ୍ବିବେଦୀ (ଉତ୍ତର ପ୍ରଦେଶ) ଓ ସଞ୍ଜୟ ଭାଟିଆ (ହରିୟାଣା) ବିଜେପି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.