Team India: ଶ୍ରୀଲଙ୍କାରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ: ଚିନ୍ତା ବଢ଼ାଇଲା ସାଇ ସୁଦର୍ଶନଙ୍କ ଅନୁପସ୍ଥିତି

1 week ago 5
ARTICLE AD BOX

କଲମ୍ବୋ: ଶୁବମନ ଗିଲ୍‌ଙ୍କ ନେତୃତ୍ବାଧୀନ ଭାରତୀୟ କ୍ରିକେଟ୍‌ ଦଳ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିବା ଲାଗି ମଙ୍ଗଳବାର ଶ୍ରୀଲଙ୍କାରେ ପହଞ୍ଚିଛି। ଭାରତୀୟ ଖେଳାଳିମାନେ ମୁମ୍ବାଇରୁ ଯାତ୍ରା ଆରମ୍ଭ କରି କଲମ୍ବୋର ବନ୍ଦାରନାୟକେ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ଭିତରେ ଦଳୀୟ ‌ହୋଟେଲକୁ ଯାଇଥିଲେ। ସେଠାରେ ଭାରତୀୟ ଖେଳାଳିମାନଙ୍କୁ ସିଂହଳୀ ପରମ୍ପରା ଓ ରୀତିନୀତି ଅନୁସାରେ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। 
ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍‌ ଚଳିତ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଗଲ୍‌ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯିବ। ସେହିଭଳି ଦ୍ୱିତୀୟ ଟେଷ୍ଟ୍‌ ଅଗଷ୍ଟ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ କଲମ୍ବୋର ଏସ୍‌ଏସ୍‌ସି ଗ୍ରାଉଣ୍ଡରେ ଆୟୋଜିତ ହେବ।

Neglect: ପୁନଃପଂଜୀକରଣରୁ ବଂଚିତ ୧୫୧୭ ଶ୍ରମିକ, ମିଳୁନି ସରକାରୀ ସୁବିଧା

୭ରୁ ତିନିଦିନିଆ ଅଭ୍ୟାସ ମ୍ୟାଚ୍‌, ୧୫ରୁ ପ୍ରଥମ ଟେଷ୍ଟ, ଚିନ୍ତା ବଢ଼ାଇଲା ସାଇ ସୁଦର୍ଶନଙ୍କ ଅନୁପସ୍ଥିତି

ଏହା ପୂର୍ବରୁ ଭାରତୀୟ ଦଳ ଆସନ୍ତା ୭ରୁ ୯ ତାରିଖ ପର୍ଯ୍ୟନ୍ତ କଲମ୍ବୋର ଏନ୍‌ସିସି ଗ୍ରାଉଣ୍ଡରେ ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଏହି ତିନିଦିନିଆ ଅଭ୍ୟାସ ମ୍ୟାଚ୍‌ ଖେଳିବ।  ପୂର୍ବରୁ ଏହି ମୁକାବିଲା ଚାରିଦିନିଆ ମ୍ୟାଚ୍ ଭାବେ ଧାର୍ଯ୍ୟ ହୋଇଥିଲା, କିନ୍ତୁ ପରେ ଏହାକୁ ତିନିଦିନିଆରେ ପରିବର୍ତ୍ତନ କରାଯାଇଥିଲା। ଭାରତୀୟ କ୍ରିକେଟ୍ ଦଳ ଏହି ଶୃଙ୍ଖଳା ୨୦୨୫-୨୭ ବିଶ୍ୱ ଟେଷ୍ଟ୍‌ ଚାମ୍ପିଅନସିପ୍ ଚକ୍ରରେ ଅନ୍ତର୍ଗତ ଖେଳିବ। ସଂପ୍ରତି ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲ୍‌ରେ ଭାରତ ପଞ୍ଚମ ସ୍ଥାନରେ ରହିଛି। ୯ଟି ମ୍ୟାଚ୍‌ରୁ ୪ଟିରେ ବିଜୟୀ ଏବଂ ୪ଟିରେ ପରାଜିତ ହୋଇଛି। ଭାରତର ପଏଣ୍ଟ୍‌ ପ୍ରତିଶତ ରହିଛି ୪୮.୧୫। ଅନ୍ୟପକ୍ଷରେ ଶ୍ରୀଲଙ୍କା ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲ୍‌ରେ ଷଷ୍ଠ ସ୍ଥାନରେ ରହିଛି। ୪ଟି ମ୍ୟାଚ୍‌ରୁ ଶ୍ରୀଲଙ୍କା ଗୋଟିଏ ବିଜୟ, ଗୋଟିଏ ପରାଜୟ ଏବଂ ଦୁଇଟି ଡ୍ର’ ସହ ୪୧.୬୭ ପଏଣ୍ଟ ପ୍ରତିଶତ ରଖିଛି। ତେବେ ଯୁବ ବ୍ୟାଟର୍‌ ସାଇ ସୁଦର୍ଶନ ଦଳ ସହ ମଙ୍ଗଳବାର ଶ୍ରୀଲଙ୍କା ଯାତ୍ରା କରି ନଥିବା ଜଣାପଡ଼ିଛି। ଇଣ୍ଡିଆ-ଏ’ର ଶ୍ରୀଲଙ୍କା ଗସ୍ତ ସମୟରେ ପାଦରେ ଆଘାତ ପାଇଥିବା ସୁଦର୍ଶନ ଏବେ ଫିଟନେସ୍ କ୍ଲିୟରାନ୍ସ ଅପେକ୍ଷାରେ ଅଛନ୍ତି।

ଭାରତ ପାଇଁ ଡବ୍ଲୁଟିସି ଫାଇନାଲ୍‌ ରାସ୍ତା କଷ୍ଟକର

Heavy rain: କେରଳରେ ବର୍ଷା ବିପର୍ଯ୍ୟୟ, ମୃତ୍ୟୁସଂଖ୍ୟା ୨୦କୁ ବୃଦ୍ଧି

ମୁମ୍ବାଇ: ଏଥର ଭାରତ ପାଇଁ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ ଫାଇନାଲ୍‌କୁ ଯିବା ରାସ୍ତା କଷ୍ଟକର ବୋଲି କହିଛନ୍ତି ପୂର୍ବତନ ଓପନର ଆକାଶ ଚୋପ୍ରା। ସେ କହିଛନ୍ତି ଯେ ଆସନ୍ତା ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ଭାରତ ୨-୦ରେ ଜିତିଲେ ବି ସ୍ଥିତି କଷ୍ଟକର ରହିବ। ଶ୍ରୀଲଙ୍କାରେ ଭାରତ ଦୁଇଟି ଟେଷ୍ଟ୍‌ ଖେଳିବ। ବର୍ତ୍ତମାନ ଭାରତର ଡବ୍ଲୁଟିସି ପଏଣ୍ଟ୍‌ ପ୍ରତିଶତ ୪୮.୧୫ ଥିବାବେଳେ ଏହି ଶୃଙ୍ଖଳାରେ ୨-୦ରେ ଜିତିଲେ ତାହା ୫୭.୫୮କୁ ବୃଦ୍ଧି ପାଇବ। ଏହା ସତ୍ତ୍ବେ ଆଗକୁ ଦୁଇଟି କଷ୍ଟକର ଶୃଙ୍ଖଳା ଥିବାରୁ ଭାରତ ପାଇଁ ଫାଇନାଲରେ ପହଞ୍ଚିବା ରାସ୍ତା କଷ୍ଟକର ରହିବ। ଶୃଙ୍ଖଳା ୧-୧ରେ ବରାବର ରହିଲେ ଭାରତ ପାଇଁ ସ୍ଥିତିରେ ବିଶେଷ ଉନ୍ନତି ଆସିବ ନାହିଁ। କିନ୍ତୁ ଭାରତ ଏହି ଶୃଙ୍ଖଳା ହାରିଲେ ପଏଣ୍ଟ ପ୍ରତିଶତ ୩୯କୁ ଖସିଆସିବ ଓ ଶ୍ରୀଲଙ୍କା ପାଇଁ ଏକ ସୁଯୋଗ ରହିବ। ଆସନ୍ତା ନଭେମ୍ବର ମାସରେ  ନ୍ୟୁଜିଲାଣ୍ଡ ଗସ୍ତ କରି ଭାରତ ୨ଟି ଟେଷ୍ଟ ଖେଳିବ। ଏହା ପରେ ଜାନୁଆରି ୨୦୨୭ରୁ ମାର୍ଚ୍ଚ ମଧ୍ୟରେ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ ଟେଷ୍ଟ୍‌ ଖେଳିବ। ଏହି ଦୁଇଟି ଟେଷ୍ଟ୍‌ ଶୃଙ୍ଖଳାରେ ବିଜୟ ହାସଲ କରିବା ଭାରତ ପାଇଁ ଆଦୌ ସହଜ ହେବ ନାହିଁ ବୋଲି ସେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.