ARTICLE AD BOX
ମୈଦଲପୁର:ନବରଙ୍ଗପୁରଜିଲ୍ଲା ଡାବୁଗାଁ ରେଞ୍ଜ ମୈଦଲପୁର ବନାଞ୍ଚଳକୁ ମିଳିଛି ସଫଳତା । ବନଖଣ୍ଡ ଅଧିକାରୀ ଉଦ୍ୟାନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ବନ ସଂରକ୍ଷକ ସୁବାସ ଚନ୍ଦ୍ର ଖୁଣ୍ଟିଆଙ୍କ ତତ୍ତ୍ୱାବଧାନରେ ଡାବୁଗାଁ ରେଞ୍ଜ ଓ ମୈଦଲପୁର ବନାଞ୍ଚଳଙ୍କ ମିଳିତ ଚଢ଼ାଉରେ ଶଗୁଆନ କାଠ ଜବତ କରାଯାଇଛି । ଏହାର ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କାର ହେବ ବୋଲି ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି ।
ଆହୁରି ପଢନ୍ତୁ :Philippines: ଫିଲିପାଇନ୍ସରେ ଯାତ୍ରୀବାହୀ ଫେରୀରେ ଅଗ୍ନିକାଣ୍ଡ: ୫ ମୃତ, ୮୦ରୁ ଉର୍ଦ୍ଧ୍ୱ ନିଖୋଜ
ବିଶେଷ ସୂତ୍ରରୁ ବନବିଭାଗ ଖବର ପାଇ ଆଜି ସକାଳ ସମୟରେ ବନାଞ୍ଚଳ ଅଧିକାରୀଙ୍କ ଉପସ୍ଥିତିରେ କଣ୍ଟାମାଳ ପଞ୍ଚାୟତ ରୋତିଗୁଡା ଗ୍ରାମର ଏକ ଜଙ୍ଗଲ ମଧ୍ୟରେ ଚଢ଼ାଉ କରିଥିଲେ । ପଟା କାଟୁଥିବା ସମୟରେ ବନବିଭାଗ ପହଂଚିବା ବେଳେ କାଠ ମାଫିଆ ସେଠାରୁ ଖସି ଯାଇଥିଲେ । କାଠ ଜବତ କରିବା ସହ ମାମଲା ରୁଜୁ କରି ଏଥିରେ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହା ଜଣାପଡିବ ବୋଲି ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତ୍ରା କହିଛନ୍ତି । ଏହି ଚଢ଼ାଉରେ ବନପାଳ ବିପିନ କୁମାର ହରିଜନ,ପ୍ରଫୁଲ ମାଝୀ,ଚନ୍ଦ୍ରଦାସ ନାଗ, ବନରକ୍ଷୀ ବସନ୍ତ କୁମାର ନାୟକ, ଉମାଶଙ୍କର ମିଶ୍ର, ସରସ୍ୱତୀ ମେହେର ପ୍ରମୁଖ ସାମିଲ ହୋଇଥିଲେ ।

32 minutes ago
1


