Teacher: ଓଡ଼ିଶା ବେସରକାରୀ ଅନୁଦାନ ଓ ଅଣଅନୁଦାନ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ

1 week ago 6
ARTICLE AD BOX

ଭୁବନେଶ୍ବର: ଓଡ଼ିଶାର ସମସ୍ତ ଜିଲ୍ଲାର ବେସରକାରୀ ଅନୁଦାନ ଓ ଅଣଅନୁଦାନ ତଥା ସଂସ୍କୃତ ମହାବିଦ୍ୟାଳୟମାନଙ୍କରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ଶିକ୍ଷକ ଓ କର୍ମଚାରୀମାନେ ଆଜି ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜିଆଇଏ ମାନ୍ୟତା ପ୍ରଦାନ ପାଇଁ ସଂଘ ପକ୍ଷରୁ ପୂର୍ବ ସରକାରଙ୍କଠାରୁ ବାରମ୍ବାର ପ୍ରତିଶ୍ରୁତି ପାଇ ନିରାଶ ହେବା ପରେ ବର୍ତ୍ତମାନ ସରକାର ଏନେଇ ପ୍ରତିଶ୍ରୁତି ପ୍ରଦାନ କରିବା ସହିତ ଏକ କମିଟି ଗଠନ କରିଥିଲେ। 

Suspend: କେନ୍ଦ୍ରମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲାଞ୍ଚ ଅଭିଯୋଗରେ ଅଧିକାରୀ ନିଲମ୍ବିତ

କମିଟି ପକ୍ଷରୁ ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ମାନ୍ୟତା ଦେବାରେ ସରକାର ଅହେତୁକ ବିଳମ୍ବ କରୁଛନ୍ତି। ତେଣୁ ଏହାକୁ ବିରୋଧ କରି ଆଜି ଓଡ଼ିଶା ବେସରକାରୀ ଅନୁଦାନ ଓ ଅଣଅନୁଦାନ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ସଂଘ ଆବାହକ ସନ୍ତୋଷ ରାୟ, ସଭାପତି ଦେବ ବିଜୟ ମିଶ୍ରଙ୍କ ନେତୃତ୍ବରେ ବହୁ କର୍ମକର୍ତ୍ତା ଯୋଗଦେଇଥିଲେ।

Horoscope 2026 September 22: ଜାଣନ୍ତୁ ଆଜିର ରାଶିଫଳ...

Read Entire Article
LEFT SIDEBAR AD

Hidden in mobile, Best for skyscrapers.