Teacher Shortage ସ୍କୁଲରେ ନାହାନ୍ତି ଶିକ୍ଷକ, ଛାତ୍ରଛାତ୍ରୀ ତାତିଲେ, ବିଦ୍ୟାଳୟରେ ତାଲା ମାରିଲେ

53 minutes ago 1
ARTICLE AD BOX

ଗୋଲାମୁଣ୍ଡ:କଳାହାଣ୍ଡିଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ କେଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକନାହାନ୍ତି। ଏଣୁ ଠିକ୍‌ ସମୟରେ ପାଠପଢ଼ା‌ ହୋଇପାରୁନାହିଁ। ପରୀକ୍ଷା ପୂର୍ବରୁ ପାଠ୍ୟକ୍ରମ ଶେଷ ହେଉନାହିଁ। ପୂର୍ବରୁ ଏନେଇ ଅଭିଭାବମାନେ ଅନେକ ଥର ଅଭିଯୋଗ କରିଥିଲେ, କେହି ଶୁଣୁନଥିଲେ। ଶେଷରେ ଆଜି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏନେଇ ଅଣ୍ଟାଭିଡ଼ିଛନ୍ତି। ବିଦ୍ୟାଳୟ ଫାଟକରେ ତାଲା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଶିକ୍ଷକ ଓ ବିଦ୍ୟାଳୟ ସମସ୍ୟାର ସମାଧାନ ପାଇଁ ବ୍ଲକ୍‌ସ୍ତରରେ ଖୋଲିବ ଅଭିଯୋଗ ପ୍ରକୋଷ୍ଠ

ବିଦ୍ୟାଳୟରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୮୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।  ବିଦ୍ୟାଳୟରେ ସମ୍ପ୍ରତି ୩ଜଣ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ଅଛନ୍ତି l ବର୍ତ୍ତମାନ ୨ ଜଣ ଶିକ୍ଷକ ଜନଗଣନା କାମରେ ନିୟୋଜିତ ହୋଇଥିବା ବେଳେ ଅନେକ ସମୟରେ ବିଦ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି। ଅନ୍ୟ ୨ ଜଣ ଶିକ୍ଷକ ବିଦ୍ୟାଳୟ ଦାୟିତ୍ବରେ ରହିଥିବାରୁ ବିଦ୍ୟାଦାନରେ ଅବହେଳା ହେଉଛି।  

ବିଦ୍ୟାଳୟ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ 

ଆଜି ସ୍କୁଲ ବିଦ୍ୟାଳୟ ଖୋଲିବା ସମୟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଭିତରକୁ ନଯାଇ ଫାଟକ ସମ୍ମୁଖରେ ଅଟକି ରହିଥିଲେ।  ପ୍ରାୟ  ୧ ଘଣ୍ଟା ଛାତ୍ରଛାତ୍ରୀ ଗେଟ ସମ୍ମୁଖରେ ଠିଆ ହୋଇ  ରହିଥିଲେ। ଦାୟିତ୍ବରେ ଥିବା ଶିକ୍ଷକଶିକ୍ଷୟିତ୍ରୀମାନେ ଅନେକ ବୁଝାସୁଝା କରିଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ଶୁଣିନଥିଲେ।

nodal school protest2

ଏହି ସମୟରେ ଉକ୍ତ ରାସ୍ତା ଦେଇ ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଆଗ୍ରୱାଲ ଯାଉଥିବା ବେଳେ ଛାତ୍ରଛାତ୍ରୀ ତାଙ୍କ ଗାଡିକୁ ଅଟକାଇଥିଲେ l ଛାତ୍ରଛାତ୍ରୀଙ୍କଠାରୁ ବିଦ୍ୟାଳୟରେ ଥିବା ଅସୁବିଧା  ଶୁଣି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରି ଗେଟ ଖୋଲିଥିଲେ।  ୩ ଘଣ୍ଟାରୁ ଅଧିକ ସମୟ ବିଦ୍ୟାଳୟରେ ରହିଥିଳେ। ଶିକ୍ଷକ ସମସ୍ୟା ବିଷୟରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ କଥାବର୍ତ୍ତା ହୋଇ ଖୁବ କମ ଦିନ ମଧ୍ୟରେ ଶିକ୍ଷକ ସମସ୍ୟା ଦୂର ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ l 

ବିଦ୍ୟାଳୟ ସମସ୍ୟା କହିବା ମହଙ୍ଗା ପଡ଼ିଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

ବିଦ୍ୟାଳୟରେ ଥିବା ପାନୀୟ ଜଳ ସମସ୍ୟା ଓ ଅନ୍ୟାନ୍ୟ ସମସ୍ୟା ବୁଝି ବିଦ୍ୟାଳୟ ମଧ୍ୟକୁ ଗୋଲାମୁଣ୍ଡା ବିଡିଓ ବିଶ୍ୱନାଥ ରାଉତ ଓ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଡ଼କାଇ ଯଥାଶୀଘ୍ର ସମସ୍ତ ସମସ୍ୟା ସମାଧାନ କରିବାକୁ କହିଥିଲେ l ପରେ ଉପଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କ ସହିତ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ମଧ୍ୟ କରିଥିଲେ l

Read Entire Article
LEFT SIDEBAR AD

Hidden in mobile, Best for skyscrapers.