Teacher's Day: କେବଳ ପିଲାଙ୍କୁ ନୁହେଁ ପୁରା ଗାଁକୁ ଶିକ୍ଷିତ କରିଛନ୍ତି ବିନେଶ୍ୱର

52 minutes ago 1
ARTICLE AD BOX

ରାଞ୍ଚି: ଆଜି ସେପ୍ଟେମ୍ବର ୫ ପବିତ୍ର ଗୁରୁ ଦିବସ। ଏହି ଦିନରେ ଆମେ ଆମ ଜୀବନରେ ଗୁରୁଙ୍କ ଅତୁଳନୀୟ ଅବଦାନକୁ ମନେ ପକାଉ। ଗୁରୁଙ୍କ ବିନା ଜୀବନ ଅନ୍ଧାର। ସବୁ କ୍ଷେତ୍ରରେ ସବୁ ସମୟରେ ଆମେ ଗୁରୁଙ୍କ ପ୍ରଦତ୍ତ ଜ୍ଞାନ ଉପଯୋଗ କରି ଆଗକୁ ବଢ଼ିଥାଉ। ଜୀବନରେ ଆମେ ଅନେକ ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିଥାଉ, ଯେଉଁ ଶିକ୍ଷା ଆମ ଜଟିଳ ଜୀବନକୁ ସହଜ ଓ ସୁନ୍ଦର କରିଥାଏ। ଏହି ପବିତ୍ର ଦିନରେ ଏମିତି ଏକ ବ୍ୟକ୍ତିତ୍ବଙ୍କୁ ଜାଣିବା ଯିଏ କେବଳ ପିଲାଙ୍କୁ ନୁହେଁ ପୁରା ଗାଁକୁ ଶିକ୍ଷିତ କରିଛନ୍ତି।

ଦୀର୍ଘ ବର୍ଷର ପରିଶ୍ରମ ଓ ସମର୍ପଣ

ଝାଡ଼ଖଣ୍ଡର ଚାତ୍ରା ଜିଲ୍ଲାର ଶିକ୍ଷକ ବିନେଶ୍ୱର କୁମାରଙ୍କ କାହାଣୀ ଆଜି ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି। ଯେଉଁ ସରକାରୀ ସ୍କୁଲରେ ଦିନେ ଜଣେ ବି ପିଲା ପାଠ ପଢ଼ିବାକୁ ଆସୁନଥିଲେ ଏବଂ ସ୍କୁଲଟି ପ୍ରାୟ ୬ ମାସ ଧରି ବନ୍ଦ ରହିଥିଲା, ଆଜି ସେଠାରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏହି ପରିବର୍ତ୍ତନ ପଛରେ ରହିଛି ଶିକ୍ଷକ ବିନେଶ୍ୱର କୁମାରଙ୍କ ଦୀର୍ଘ ବର୍ଷର ପରିଶ୍ରମ ଓ ସମର୍ପଣ।

ସେପ୍ଟେମ୍ବର ୨୦୦୧ରେ ବିନେଶ୍ୱର କୁମାରଙ୍କୁ ଚାତ୍ରା ଜିଲ୍ଲାର ଟଣ୍ଡୱା ବ୍ଲକ ଅନ୍ତର୍ଗତ ଦୁର୍ଗମ ହେସାଟୁ ଗାଁର ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ମିଳିଥିଲା। ସେତେବେଳେ ତାଙ୍କ ବୟସ ପ୍ରାୟ ୨୨-୨୩ ବର୍ଷ ଥିଲା। ପିଲାମାନଙ୍କୁ ଶିକ୍ଷିତ କରିବାର ଦୃଢ଼ ଇଚ୍ଛା ନେଇ ସେ ସ୍କୁଲରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରର ଦୃଶ୍ୟ କିଛି ଅଲଗା ଥିଲା । ସ୍କୁଲଟି ପ୍ରାୟ ୬ ମାସ ଧରି ବନ୍ଦ ଥିଲା ଏବଂ ଜଣେ ବି ପିଲା ସ୍କୁଲକୁ ଆସୁନଥିଲେ। ସ୍କୁଲ କୋଠାର ଅବସ୍ଥା ମଧ୍ୟ ଭଲ ନଥିଲା। ଝରକା ଭାଙ୍ଗିଯାଇଥିଲା ଏବଂ ମୌଳିକ ସୁବିଧାର ଅଭାବ ଥିଲାଏସବୁ ସମସ୍ୟା ଦେଖି ବିନେଶ୍ୱର ହାର ମାନିନଥିଲେ। ସେ ପ୍ରତିଦିନ ସକାଳେ ଗାଁର ଘରକୁ ଘର ବୁଲି ପିଲାମାନଙ୍କୁ ସ୍କୁଲ ଆସିବା ପାଇଁ ଉତ୍ସାହିତ କରୁଥିଲେ। ଧୀରେ ଧୀରେ ପିଲାମାନେ ସ୍କୁଲ ଆସିବା ଆରମ୍ଭ କଲେ। ବିନେଶ୍ୱରଙ୍କ ଉଦ୍ୟମରେ ଅଭିଭାବକ ଓ ଗାଁ ଲୋକଙ୍କ ମଧ୍ୟରେ ମଧ୍ୟ ଶିକ୍ଷା ପ୍ରତି ସଚେତନତା ବଢ଼ିଲା। ତାଙ୍କ ନିଷ୍ଠା ଦେଖି ଗ୍ରାମବାସୀ ତାଙ୍କୁ ସ୍ନେହରେ ‘ଛୋଟେ ସାର୍’ ବୋଲି ଡାକିବା ଆରମ୍ଭ କରିଥିଲେ।
ବିନେଶ୍ୱର କୁମାର କେବଳ ସ୍କୁଲର ପିଲାମାନଙ୍କୁ ପାଠ ପଢ଼ାଇ ନଥିଲେ। ଗାଁ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ, ବାଲ୍ୟବିବାହ, ନିଶାଦ୍ରବ୍ୟର ଅପବ୍ୟବହାର ଏବଂ ପରିବେଶ ସୁରକ୍ଷା ଭଳି ପ୍ରସଙ୍ଗରେ ମଧ୍ୟ ସେ ସଚେତନତା ସୃଷ୍ଟି କରିଥିଲେ।

Indus River Check Dam: ଲଦାଖରେ ଭାରତର ପ୍ରଥମ ରକ୍ ଡ୍ୟାମ୍, ପାକିସ୍ତାନକୁ ଗଲା କଡ଼ା ବାର୍ତ୍ତା

ବିନେଶ୍ୱର କୁମାରଙ୍କ ନିଷ୍ଠା ଓ ଉତ୍ସର୍ଗ ପାଇଁ ତାଙ୍କୁ ୨୦୨୨ ମସିହାରେ ରାଜ୍ୟସ୍ତରୀୟ ଉତ୍କୃଷ୍ଟ ଶିକ୍ଷକ ପୁରସ୍କାର। ପୁରସ୍କାର ମିଳିଥିଲା । ଆଜି ହେସାଟୁ ପ୍ରାଥମିକ ବିଦ୍ୟାଳୟର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ବର୍ତ୍ତମାନ ବିନେଶ୍ୱର କୁମାର ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଶିକ୍ଷକ ଦିବସରେ ‘ଛୋଟେ ସାର୍’ଙ୍କ ଏହି କାହାଣୀ ପ୍ରମାଣ କରୁଛି ଯେ, ଜଣେ ଶିକ୍ଷକଙ୍କ ଦୃଢ଼ ଇଚ୍ଛାଶକ୍ତି, ସମର୍ପଣ ଓ ନିଷ୍ଠା କେବଳ କିଛି ପିଲାଙ୍କ ଭବିଷ୍ୟତ ନୁହେଁ, ସମଗ୍ର ଏକ ଅଞ୍ଚଳର ଚିତ୍ର ବଦଳାଇପାରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.