Taylor's wedding dress: ବିକ୍ରି ହୋଇଗଲା ଟେଲର୍‌ଙ୍କ ବିବାହର ଅଳିଆ

1 month ago 16
ARTICLE AD BOX

କିଛି ପ୍ରଶଂସକ ନିଜର ପ୍ରିୟ ସେଲିବ୍ରିଟିଙ୍କ ପାଇଁ କେତେ ପାଗଳ ହୋଇପାରନ୍ତି ତାହାର ନିଦର୍ଶନ ଆମେ ନିୟମିତ ବ୍ୟବଧାନରେ ଦେଖିବାକୁ ପାଉ। ସେଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ବିଶ୍ବର ସବୁଠାରୁ ପ୍ରସିଦ୍ଧ ପପ୍‌ ତାରକା ଟେଲର୍‌ ସ୍ବିଫ୍‌ଟଙ୍କ ପ୍ରଶଂସକମାନଙ୍କ ପାଖରୁ। ଗତ ୩ ତାରିଖରେ ଟେଲର୍‌ ଆମେରିକୀୟ ଫୁଟ୍‌ବଲ୍‌ ତାରକା ଟ୍ରାଭିସ୍‌ କେଲ୍‌ସିଙ୍କୁ ବିବାହ କରିଛନ୍ତି। ନ୍ୟୁୟର୍କର ମାଡିସନ୍‌ ସ୍କ୍ବେୟାର୍‌ ଗାର୍ଡେନ୍‌ରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଥିଲା। 

Education: ୫ଟି ମଡେଲ ଡିଗ୍ରି କଲେଜର ୨୫ଆଉଟସୋର୍ସିଂ କର୍ମଚାରୀ ବିଦା

ଜଣେ ବ୍ୟକ୍ତି ସେଠାରେ ପଡ଼ିଥିବା ଅଳିଆ ସାମଗ୍ରୀଗୁଡ଼ିକୁ ସଂଗ୍ରହ କରି ଅନ୍‌ଲାଇନ୍‌ରେ ବିକ୍ରି କରିବାର ବିଜ୍ଞାପନ ଦେଇଥିଲେ। ଛୋଟ ପ୍ଲାଷ୍ଟିକ୍‌ ପ୍ୟାକେଟ୍‌ରେ ବୋତଲ ଠିପି, ସିଗାରେଟ୍‌ ଖଣ୍ଡ, ଷ୍ଟ୍ରୋ, ଚଟୋଲେଟ୍‌ ଜରି ଭଳି ଅନାବଶ୍ୟକ ଜିନିଷ ଭର୍ତ୍ତି କରି ସେ ପ୍ୟାକେଟ୍‌ ପିଛା ୨୫ ଡଲାର୍‌ (ପାଖାପାଖି ୨୪୦୦ ଟଙ୍କା) ଦର ରଖିଥିଲେ। ଟେଲର୍‌ଙ୍କ ପ୍ରଶଂସକମାନେ ସେହି ସ୍ମରଣୀୟ ବିବାହର ସନ୍ତକ ଭାବରେ ଏହି ଅଳିଆ ସାମଗ୍ରୀଗୁଡ଼ିକୁ କିଣିବା ଲାଗି ଏକପ୍ରକାର ପ୍ରତିଯୋଗିତାରେ ଲାଗିପଡ଼ିଥିଲେ। ବିକ୍ରେତାଜଣକ ସମସ୍ତ ୫୦ଟି ପ୍ୟାକେଟ୍‌ ବିକ୍ରି କରି ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କା ରୋଜଗାର କରିଥିବାର ପ୍ରକାଶ କରିଛନ୍ତି।

Recruitment: IIT ଧାରୱାଡରେ ସ୍ଥାୟୀ ନିଯୁକ୍ତି ସୁଯୋଗ: ଚାକିରି ପାଇଁ କରିପାରିବେ ଆବେଦନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.