ARTICLE AD BOX
ଚେନ୍ନାଇ: ତାମିଲନାଡୁ ସରକାର ୨୨.୧୦ କୋଟି ଟଙ୍କାର ଅନଲାଇନ୍ ଠକାମିର ଶିକାର ହୋଇଛନ୍ତି। ରାଜ୍ୟ ସରକାରଙ୍କ ବ୍ୟାଙ୍କ ଆକାଉଣ୍ଟ୍ରୁ ୨୨.୧୦ କୋଟି ଟଙ୍କା ବେଆଇନ ଉଠାଣ ନେଇ ବିଜେପି ଆଜି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସି ଯୋସେଫ ବିଜୟଙ୍କୁ କଡ଼ା ସମାଲୋଚନା କରିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଆକାଉଣ୍ଟ୍ରୁ ବେଆଇନ ଭାବେ ଟଙ୍କା ଅନ୍ୟତ୍ର ପଠାଯାଇଛି। ତଦନ୍ତକାରୀ ସଂସ୍ଥା ଏବେ ଏହି କାରବାରକୁ ଭଲଭାବେ ଯାଞ୍ଚ କରୁଛନ୍ତି ଏବଂ ଏଥିରେ କୌଣସି ସ୍ଥାନୀୟ ବ୍ୟାଙ୍କ୍ ପରିଚାଳକଙ୍କ ସମ୍ପୃକ୍ତି ଥିବା ପରୀକ୍ଷା କରାଯାଉଛି। ଟିଭିକେ ନେତୃତ୍ବାଧନ ସରକାରର ଏହା ପ୍ରଶାସନିକ ଅବହେଳା ବୋଲି ବିଜେପି ଅଭିଯୋଗ କରିଛି ଏବଂ ସର୍ବସାଧାରଣ ପାଣ୍ଠିକୁ ସୁରକ୍ଷା ଦେବା ସଂକ୍ରାନ୍ତ ଏହାର ଦକ୍ଷତାକୁ ନେଇ ଦଳ ପ୍ରଶ୍ନ ଉଠାଇଛି।
ଆହୁରି ପଢନ୍ତୁ : Chhath Puja: ମାତ୍ର ୨୧୦୦ ଟଙ୍କାରେ ଆକାଶରୁ ଦେଖିପାରିବେ ପଟନାର ଛଠ ପୂଜା
ବିଜେପି ରାଜ୍ୟ ସମ୍ପାଦକ ବିନୋଜ ପି ସେଲଭମ ବିଜୟଙ୍କୁ ଟାର୍ଗେଟ୍ କରି କହିଛନ୍ତି, ତାମିଲନାଡ଼ୁର ଲୋକମାନେ ଉତ୍ତର ଦାବି କରୁଥିବାବେଳେ ମୁଖ୍ୟମନ୍ତ୍ରୀ ବିଜୟ କେଉଁଠି ଅଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ସେଲଭମ୍ ପ୍ରଶ୍ନ କରିଛନ୍ତି ଯେ ସାଇବରକ୍ରିମିନାଲ୍ ମାନେ କିଭଳି ଏକାଧିକ ସରକାରୀ ଆକାଉଣ୍ଟ୍ ପରିଚାଳନା କଲେ ଏବଂ କୋଟି କୋଟି ଟଙ୍କା ଟ୍ରାନ୍ସଫର୍ କଲେ। ଶାସକ ଟିଭିକେକୁ କଟାକ୍ଷ କରି ସେଲଭମ କହିଛନ୍ତି, ‘ ବିଶ୍ବରେ ପ୍ରତି ରାଜନୈତିକ ଦଳର ଏକ ଆଇଟି ଶାଖା ଅଛି। କିନ୍ତୁ ତାମିଲନାଡ଼ୁ କ୍ଷେତ୍ରରେ ଭିନ୍ନ କଥା ଦେଖିବାକୁ ମିଳିଛି। ସେ କହିଛନ୍ତି, ହାସଟ୍ୟାଗ୍ ପରିଚାଳନା କରିବା ଏବଂ ରାଜ୍ୟ ପରିଚାଳନା କରିବା ସମ୍ପୂର୍ଣ୍ଣ ଭିନ୍ନ। ବେଆଇନ ଭାବେ ଉଠାଯାଇଥିବା ପାଣ୍ଠି ଗ୍ରାମୀଣ ବିକାଶ, ଅତ୍ୟାବଶ୍ୟକ ସେବା ଏବଂ ଜନ କଲ୍ୟାଣ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ଥିଲା।

1 hour ago
1


