ARTICLE AD BOX
ଚେନ୍ନାଇ: ତାମିଲନାଡୁ ବିଧାନସଭା ରାଜ୍ୟ ଗୀତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି। ଦ୍ରାବିଡ ମୁନେତ୍ର କାଝଗମ (ଡିଏମକେ) ଏବଂ ଅଲ୍ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ର କାଝଗମ (ଏଆଇଏଡିଏମକେ), କଂଗ୍ରେସ ଦଳ ସହିତ, ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଏହି ପ୍ରସ୍ତାବ ଆଗତ କରିଥିଲେ। ଜ୍ୟର ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସାର୍ବଜନୀନ ପ୍ରତିଷ୍ଠାନରେ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସଙ୍ଗୀତ ‘ତାମିଲ ଥାଇ ଭାଜଥୁ’ ବଜାଇବା ପାଇଁ ଆନୁଷ୍ଠାନିକ ଭାବରେ ବାଧ୍ୟତାମୂଳକ କରାଯାଇଛି। ଏହା ପରେ ବନ୍ଦେ ମାତରମ୍ ଗାନ କରାଯିବ ବୋଲି ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି।ପ୍ରସ୍ତାବ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ତାମିଲ ଥାଇ ଭାଜଥୁକୁ ସର୍ବୋଚ୍ଚ ପ୍ରାଥମିକତା ମିଳିବା ଉଚିତ୍। ତାମିଲ ଅର୍ଥ ଗର୍ବ, ତାମିଲ ଅର୍ଥ ଶକ୍ତି। ତାମିଲ କହିବା ମାତ୍ରେ ସମଗ୍ର ତାମିଲନାଡୁ ଏକ ହୋଇଯାଏ। ତେଣୁ ତାମିଲ ଥାଇ ଭାଜଥୁକୁ ତାମିଲନାଡୁରେ ପ୍ରଥମ ସ୍ଥାନ ମିଳିବା ଉଚିତ୍। ତାମିଲ ଥାଇ ଭାଜଥୁକୁ ପ୍ରଥମ ସ୍ଥାନ ଦେବା ଆମ ରାଜ୍ୟର ଅଧିକାର। ଏକ ଭାବପ୍ରବଣ ଭାଷଣରେ ବିଜୟ କହିଥିଲେ, ତାମିଲ କେବଳ ଏକ ଭାଷା ନୁହେଁ, ବରଂ ଆମର ଜୀବନ ଏବଂ ଆତ୍ମା ​​। ମାତୃଭାଷା ମଣିଷର ମାଆ ପରି ପବିତ୍ର।
ସେ ବିଧାନସଭାର ସଦସ୍ୟମାନଙ୍କୁ ସର୍ବସମ୍ମତିକ୍ରମେ ଏହି ପ୍ରସ୍ତାବକୁ ସମର୍ଥନ କରିବାକୁ ନିବେଦନ କରିଥିଲେ। ସେ କହିଥିଲେ ଯେ ତାମିଲଗା ଭେଟ୍ରି କାଝାଗମ(ଟିଭିକେ) ରାଜ୍ୟ ସଙ୍ଗୀତର ସମ୍ମାନ ରକ୍ଷା ପ୍ରସଙ୍ଗରେ କୌଣସି ପ୍ରକାର ସାଲିସ କରିବ ନାହିଁ। ସମସ୍ତ ସଦସ୍ୟ ଦଳୀୟ ମତଭେଦକୁ ଭୁଲି ଏହି ପ୍ରସ୍ତାବକୁ ଏକତ୍ର ସମର୍ଥନ କରିବା ଉଚିତ୍।ପ୍ରସ୍ତାବରେ କୁହାଯାଇଛି ଯେ ତାମିଲ ହେଉଛି ବିଶ୍ୱର ସବୁଠାରୁ ପୁରୁଣା ଶାସ୍ତ୍ରୀୟ ଭାଷା ମଧ୍ୟରୁ ଗୋଟିଏ। ତାମିଲ ସଭ୍ୟତା ହେଉଛି ବିଶ୍ୱର ସବୁଠାରୁ ପୁରୁଣା ସାଂସ୍କୃତିକ ପରମ୍ପରା ମଧ୍ୟରୁ ଗୋଟିଏ। ଏଥିରେ ଉଲ୍ଲେଖ ଅଛି ଯେ ‘ତାମିଲ ଥାଇ ଭାଜଥୁ’ ୧୮୯୧ ମସିହାରେ ମନୋନମନୀୟମ ସୁନ୍ଦରାନରଙ୍କ ଦ୍ୱାରା ଲିଖିତ ନାଟକ ୨ମାନନମନୀୟମ’ରେ ମାତା ତାମିଲଙ୍କ ସ୍ତୁତି ଭାବରେ ଅନ୍ତର୍ଭୁକ୍ତ କରାଯାଇଛି।
ସରକାରୀ କାର୍ଯ୍ୟକ୍ରମରେ ଏହାକୁ ଗାଇବାର ବ୍ୟବସ୍ଥା ପ୍ରଥମେ ୨୩ ନଭେମ୍ବର ୧୯୭୦ରେ ଜାରି ହୋଇଥିବା ଏକ ସରକାରୀ ଆଦେଶ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥିଲା।ପ୍ରସ୍ତାବରେ ଆହୁରି କୁହାଯାଇଛି ଯେ ‘ତାମିଲ ଥାଇ ଭାଜଥୁ’କୁ ୧୨ ଡିସେମ୍ବର ୨୦୨୧ ରୁ ଆନୁଷ୍ଠାନିକ ଭାବରେ ରାଜ୍ୟ ଗୀତର ମାନ୍ୟତା ଦିଆଯାଇଥିଲା।
ଏହା ପରେ, ତାମିଲନାଡୁର ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ସାର୍ବଜନୀନ କ୍ଷେତ୍ରର ଉପକ୍ରମ ଏବଂ ଅନ୍ୟାନ୍ୟ ସାର୍ବଜନୀନ ପ୍ରତିଷ୍ଠାନରେ ଆୟୋଜିତ କାର୍ଯ୍ୟକ୍ରମ ପୂର୍ବରୁ ଏହାକୁ ଗାନ କରିବା ବାଧ୍ୟତାମୂଳକ କରି ଏକ ନିର୍ଦ୍ଦେଶ ଜାରି କରାଯାଇଛି।କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଏକ ସମ୍ପ୍ରତିକ ପରାମର୍ଶର ପୃଷ୍ଠଭୂମିରେ ଏହି ପଦକ୍ଷେପ ନିଆଯାଇଛି, ଯେଉଁଥିରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଜାନୁଆରି ୨୮ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ କୁହାଯାଇଥିଲା। ଯେଉଁଥିରେ ସରକାରୀ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ପୂର୍ବରୁ ଜାତୀୟ ଗୀତ ବନ୍ଦେ ମାତରମ୍ ବଜାଇବା ବାଧ୍ୟତାମୂଳକ ଥିଲା।

5 days ago
4


