Table Tennis: ଏସୀୟ କ୍ରୀଡ଼ା ୨୦୨୬: ମନୁଷ-ଦିୟାଙ୍କୁ ଟେବୁଲ ଟେନିସ୍‌ରେ କାଂସ୍ୟ

1 hour ago 1
ARTICLE AD BOX

ନାଗୋୟା: ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ମିଶ୍ରିତ ଯୁଗଳ ଟେବୁଲ ଟେନିସ୍‌ (ଟିଟି) ଯୋଡ଼ି ମନୁଷ ଶାହ ଓ ଦିୟା ଚିତାଲେ କାଂସ୍ୟ ପଦକ ଜିତିଛନ୍ତି। ଶୁକ୍ରବାର ସେମିଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ୦-୪ (୮-୧୧, ୫-୧୧, ୮-୧୧, ୨-୧୧ )ରେ ଚୀନ୍‌ର ସୁନ୍‌ ୟିଙ୍ଗଶା ଓ ୱାଙ୍ଗ ଚୁକ୍ବିନ୍‌ଙ୍କଠୁ ହାରିଯାଇଥିଲେ। ଏଥିସହ ମନୁଷ ଓ ଦିୟା ଦ୍ବିତୀୟ ଭାରତୀୟ ମିଶ୍ରିତ ଯୁଗଳ ଯୋଡ଼ି ଭାବେ ଏସୀୟ କ୍ରୀଡ଼ାରେ ପଦକ ଜିତିବାର ଗୌରବ ପାଇଛନ୍ତି। ପୂର୍ବରୁ ଶରତ କମଲ ଓ ମନିକା ବାତ୍ରା ୮ ବର୍ଷ ତଳେ ଜାକର୍ତ୍ତାରେ କାଂସ୍ୟ ଜିତିଥିଲେ। ‌ଶୁକ୍ରବାର ସକାଳେ କ୍ବାର୍ଟରଫାଇନାଲ୍‌ରେ ମନୁଷ ଓ ଦିୟା ୩-୧ (୧୧-୬, ୧୩-୧୫, ୧୧-୯, ୧୧-୫)ରେ ବିଶ୍ବର ୪ ନମ୍ବର ହଂକଂ ଯୋଡ଼ି ଡୁ ହୋଇ କେମ୍‌ ଓ ୱଙ୍ଗ ଚୁନ୍‌ ତିଙ୍ଗ୍‌ଙ୍କୁ ପରାସ୍ତ କରିଥିଲେ।

ମହିଳା ଏକକରେ ଯଶସ୍ବିନୀ

ପୁରୁଷ ଏକକରେ ମନୁଷ ୪-୦ରେ ଇରାନର ବେନ୍ୟାମିନ ଫରାଜିଙ୍କୁ ଏବଂ ମହିଳା ଏକକରେ ଯଶସ୍ବିନୀ ଘୋରପଡ଼େ ୪-୧ରେ ସିରିଆର ହେଣ୍ଡ ଜାଜାଙ୍କୁ ହରାଇ ରାଉଣ୍ଡ ୧୬ରେ ପହଞ୍ଚିଛନ୍ତି।

Asia Book of Records: ନି ଷ୍ଟ୍ରାଇକରେ ସଚିନଙ୍କ ଏସିଆ ରେକର୍ଡ

Read Entire Article
LEFT SIDEBAR AD

Hidden in mobile, Best for skyscrapers.