T20: ଶନିବାର ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟ୍ବେଣ୍ଟି-୨୦: ଖେଳିବେନି ଆହତ ଈଶାନ

1 hour ago 1
ARTICLE AD BOX

ଖ୍ରୀଷ୍ଟଚର୍ଚ୍ଚ:  ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ପ୍ରଥମ ଟ୍ବେଣ୍ଟି-୨୦ ଜିତିବା ପରେ ଏବେ ଶନିବାର ଖେଳାଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍‌ ଉପରେ ନଜର ରଖିଛି। ଏହି ମ୍ୟାଚ୍‌ ଜିତି ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଆଗୁଆ ହେବାର ଲକ୍ଷ୍ୟ ରଖିଛି ଶ୍ରେୟସ ଆୟରଙ୍କ ଦଳ। ହେଲେ ଦଳ ପାଇଁ ଏବେ ବଡ଼ ଚିନ୍ତାର କାରଣ ହେଉଛି ଈଶାନ କିଶନଙ୍କ ଆହତ ଜନିତ ସମସ୍ୟା।

ଗୁରୁବାର ପ୍ରଥମ ଟ୍ବେଣ୍ଟି-୨୦ ବେଳେ ତାଙ୍କ ଡାହାଣ ଜଙ୍ଘର ମାଂସପେଶୀ ଟାଣି ହୋଇଯାଇଛି। ଏଥିପାଇଁ ସେ ଶନିବାର ମ୍ୟାଚ୍‌ ଖେଳିବେନି ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ସ୍ଥାନରେ ଦଳରେ ଥିବା ସିମ୍‌ ବୋଲିଂ ଅଲ୍‌ରାଉଣ୍ଡର ଶିବମ ଦୁବେ ଖେଳିବା ଉପଯୁକ୍ତ ନଥିବାରୁ ଗତ ୪ ମ୍ୟାଚ୍‌ରେ ବେଞ୍ଚ୍‌ରେ ବସି ରହିଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି।

୨ ଟେଷ୍ଟ୍‌ ମ୍ୟାଚ୍‌ ଖେଳିବେ ଉଭୟ ଦଳ

ଗୁରୁବାର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୨୨୬ ରନ୍‌ର ବଡ଼ ସ୍କୋର୍‌ କରିଥିଲେ ମଧ୍ୟ ଭାରତ ୨ ବଲ୍‌ ପୂର୍ବରୁ ୪ ୱିକେଟ୍‌ରେ ମ୍ୟାଚ୍‌ ଜିତି ନେଇଥିଲା। ସଞ୍ଜୁ ସାମ୍‌ସନ୍‌, ଶ୍ରେୟସ, ନମନ ଧୀର ଚମତ୍କାର ଖେଳି ଦଳକୁ ଏହି ବଡ଼ ବିଜୟ ଦେଇଥିଲେ। ଶନିବାର ସେହି ଖ୍ରୀଷ୍ଟଚର୍ଚ୍ଚରେ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ଆଉ ଏକ ବଡ଼ ମ୍ୟାଚ୍‌ ଦେଖିବାକୁ ମିଳିବ। ଏହି ମ୍ୟାଚ୍‌ ପରେ ଉଭୟ ଦଳର ପରବର୍ତ୍ତୀ ୩ ଟ୍ବେଣ୍ଟି-୨୦ ଯଥାକ୍ରମେ ୱେଲିଂଟନ୍‌, ଅକ୍‌ଲାଣ୍ଡ ଓ ହାମିଲଟନ୍‌ରେ ଅକ୍ଟୋବର ୨୭, ୩୦ ଓ ନଭେମ୍ବର ୧ ତାରିଖରେ ଖେଳିବେ। ଏହି ଟ୍ବେଣ୍ଟି-୨୦ ଶୃଙ୍ଖଳା ପରେ ୫ ଦିନିକିଆ ଓ ୨ ଟେଷ୍ଟ୍‌ ମ୍ୟାଚ୍‌ ଖେଳିବେ ଉଭୟ ଦଳ।

Asian Para Games: ଏସୀୟ ପାରା କ୍ରୀଡ଼ା ବ୍ୟାଡ୍‌ମିଣ୍ଟନ୍‌: ନୀତେଶଙ୍କଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ପ୍ରମୋଦ

ଭାରତ (ସମ୍ଭାବ୍ୟ ଏକାଦଶ): ଅଭିଷେକ ଶର୍ମା, ସଞ୍ଜୁ ସାମ୍‌ସନ୍‌ (ୱିକେଟ୍‌ରକ୍ଷକ), ବୈଭବ ସୂର୍ଯ୍ୟବଂଶୀ, ଶ୍ରେୟସ ଆୟର (ଅଧିନାୟକ), ତିଳକ ବର୍ମା, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ଭୁବନେଶ୍ବର କୁମାର, ମୟଙ୍କ ଯାଦବ, ନମନ ଧୀର, ଅର୍ଶଦୀପ ସିଂହ।

ନ୍ୟୁଜିଲାଣ୍ଡ (ସମ୍ଭାବ୍ୟ ଏକାଦଶ): ଫିନ୍‌ ଆଲେନ, ଟିମ୍‌ ସେଫର୍ଟ (ୱିକେଟ୍‌କିପର), ଡେଭନ କନୱେ, ଗ୍ଲେନ୍‌ ଫିଲିପ୍ସ, ଡାରିଲ ମିଚେଲ, ମାଇକେଲ ବ୍ରେସ୍‌ୱେଲ, ମିଚେଲ ସାଣ୍ଟନର (ଅଧିନାୟକ), ନାଥନ ସ୍ମିଥ୍‌, କାଇଲ ଜାମିସନ, ମ୍ୟାଟ୍‌ ହେନରି, ଲୋକି ଫର୍ଗୁସନ।

ପ୍ରସାରଣ: ସୋନି ସ୍ପୋର୍ଟ୍ସ

ସମୟ: ଅପରାହ୍‌ଣ ୧୨.୩୦

Read Entire Article
LEFT SIDEBAR AD

Hidden in mobile, Best for skyscrapers.