Transferred: ଜଳେଶ୍ୱର ନାବାଳିକା ଦୁଷ୍କର୍ମ ପରେ ହତ୍ୟା ମାମଲା: ନାମ୍ପ ଫାଣ୍ଡି ଅଧିକାରୀଙ୍କ ବଦଳି

1 hour ago 1
ARTICLE AD BOX

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ପୁଲିସ ବିଭାଗର କାର୍ଯ୍ୟାନୁଷ୍ଠାନ । ନାମ୍ପ ଫାଣ୍ଡି ଅଧିକାରୀ କରନ୍‌ ମାର୍ଣ୍ଡିଙ୍କୁ ବାଲେଶ୍ୱର ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗରେ ବାଲେଶ୍ୱର ଏସ୍‌ପି ତାଙ୍କ ବିରୋଧରେ ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି ।

ଅଭିଯୋଗ ଅନୁସାରେ, ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଉଚିତ ପଦକ୍ଷେପ ନିଆଯାଇ ନଥିଲା । ଏହାକୁ ନେଇ ଜଳେଶ୍ୱର ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତାରୋକ କରିବା ସହ ଅଭିଯୁକ୍ତଙ୍କ ଘର ଭଙ୍ଗାରୁଜା କରିଥିଲେ । ସୂଚନା ଅନୁସାରେ, ଗ୍ରାମବାସୀ ଅଭିଯୁକ୍ତଙ୍କୁ ଧରି ପୁଲିସ ଜିମା ଦେଇଥିଲେ ।

ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

କିନ୍ତୁ ନାମ୍ପ ଫାଣ୍ଡି ଅଧିକାରୀ ତାଙ୍କୁ ପଚରାଉଚରା କରିବା ପରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ପରେ ଗ୍ରାମବାସୀଙ୍କ ଚାପ ଓ ପଚରାଉଚରା ପରେ ଅଭିଯୁକ୍ତ ସତ ମାନିଥିବା ଦାବି କରାଯାଇଛି। ଏହି ଘଟଣାକୁ ନେଇ ପୁଲିସର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠିଥିବା ବେଳେ ଫାଣ୍ଡି ଅଧିକାରୀଙ୍କ ବଦଳିକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.