T-shirts: ଚଳନ୍ତିକା: ପ୍ଲାଷ୍ଟିକ୍‌ ବୋତଲରୁ ଟି-ସାର୍ଟ

1 hour ago 1
ARTICLE AD BOX

ପ୍ଲାଷ୍ଟିକ୍‌ ବୋତଲରୁ ଟି-ସାର୍ଟ ଏବଂ ଅନ୍ୟାନ୍ୟ ପୋଷାକପତ୍ର ପାଇଁ କପଡ଼ା ପ୍ରସ୍ତୁତ ହେଉଛି। ସମ୍ପ୍ରତି ହାଇଦ୍ରାବାଦ୍‌ରେ ଉଦ୍‌ଯାପିତ ହୋଇଥିବା ହାଇଟେକ୍ସ୍‌ ପ୍ରଦର୍ଶନୀରେ ଉଦ୍‌ଭାବକମାନେ ଏ ଧରଣର କପଡ଼ା ପ୍ରସ୍ତୁତି ପ୍ରଣାଳୀ ପ୍ରଦର୍ଶନ କରିଥିଲେ। ଏ କପଡ଼ାରେ ତିଆରି ପୋଷାକ ସାଧାରଣ କପଡ଼ାରେ ତିଆରି ପୋଷାକ ରୂପ ଓ ରଙ୍ଗ‌ ଠାରୁ କୌଣସି ଗୁଣରେ କମ୍ ନୁହେଁ।

Meeting: ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳର ସମସ୍ୟା, ସ୍ଥାୟୀ ରାଜନୈତିକ ସମାଧାନ ନେଇ ଆଲୋଚନା

ଏବେ ‘ବଟଲ୍‌ ଟୁ ଫ୍ୟାବ୍ରିକ୍‌’ ବା ‘ବୋତଲରୁ ପୋଷାକ’ ପ୍ରଯୁକ୍ତିବିଦ୍ୟାକୁ ଅନେକ କମ୍ପାନି ବ୍ୟବହାର କଲେଣି। କେବଳ କପଡ଼ା ନୁହେଁ, ବର୍ଜ୍ୟ ପ୍ଲାଷ୍ଟିକ୍‌ ବୋତଲଗୁଡ଼ିକୁ ସଂଗ୍ରହ କରାଯାଇ ସମ୍ପୂର୍ଣ୍ଣ ପୁନଃପ୍ରକ୍ରିୟାକରଣ କରି ସେଥିରେ ଟେବୁଲ୍‌, ଦଉଡ଼ି, ଆଲକାତରା ଏବଂ ବିଭିନ୍ନ କମ୍ପାନି ଆବଶ୍ୟକ କରୁଥିବା ଅନ୍ୟାନ୍ୟ ପଦାର୍ଥ ମଧ୍ୟ ଉତ୍ପାଦନ କରାଯାଉଛି। ଟି-ସାର୍ଟ ତିଆରି କଥା ଧରାଯାଉ। ଗୋଟିଏ ଷ୍ଟାଣ୍ଡାର୍ଡ ଟି-ସାର୍ଟ ତିଅାରି ନିମନ୍ତେ ନଅରୁ ଦଶଟି ପ୍ଲା‌ଷ୍ଟିକ୍‌ ବୋତଲ ଆବଶ୍ୟକ ହେଉଛି। ଏଥିପାଇଁ ପରିତ୍ୟକ୍ତ ବୋତଲ ସଂଗ୍ରହ କରାଯାଇ ସେଗୁଡ଼ିକୁ ରଙ୍ଗ ଅନୁସାରେ ପୃଥକ୍‌ କରାଯାଏ। ସେଥିରୁ ଲେବୁଲ୍‌ ହଟାଇ ମେସିନ୍‌ ଦ୍ବାରା କାଟି ଟୁକୁରା ଟୁକୁରା କରାଯାଏ। ପରେ ରାସାୟନିକ ପ୍ରକ୍ରିୟାରେ ପରିଷ୍କାର କରି ତରଳାଯାଏ। ସେହି ତରଳ ପ୍ଲାଷ୍ଟିକ୍‌କୁ ସୂକ୍ଷ୍ମ ଛିଦ୍ର ଥିବା ପ୍ଲେଟ୍‌ ବା ଥାଳିଆରେ ଅଜାଡ଼ି ଦିଆଯାଏ। ପ୍ଲେଟ୍‌ ଛିଦ୍ର ଦେଇ ସୂତା ଭଳି ବାହାରୁଥିବା ତରଳ ପ୍ଲାଷ୍ଟିକ୍‌ରୁ ସୂତା ପ୍ରସ୍ତୁତ କରାଯାଏ। ପୁନଶ୍ଚ, ଏହି ସୂତାକୁ ନରମ କରିବା ଲାଗି ଏଥିରେ ପାନିଆ ଭଳି ଉପକରଣ ଉପଯୋଗ କରାଯାଏ। ଫଳରେ ପ୍ଲା‌ଷ୍ଟିକ୍‌ ହେଲେ ବି ତାହା ସାଧାରଣ ତୁଳା ସୂତା ପରି ଦିଶେ। କାରଣ ଏହି ପ୍ଲାଷ୍ଟିକ୍‌ ସୂତାରେ ୧୦ ପ୍ରତିଶତ ପ୍ରାକୃତିକ ତୁଳା ମିଶ୍ରଣ କରାଯାଇଥାଏ।

Trump imposes: କାନାଡା ଉପରେ ୫୦% ଶୁଳ୍କ ଲଗାଇଲେ ଟ୍ରମ୍ପ

ଏସବୁ କାମ ଶେଷ ହେବାପରେ ଏହି ସୂତାରେ କପଡ଼ା ପ୍ରସ୍ତୁତ କରାଯାଏ। କେବଳ ଟି-ସାର୍ଟ ନୁହେଁ, ଏହି କପଡ଼ାରେ ଅନ୍ୟାନ୍ୟ ପୋଷାକ ମଧ୍ୟ ତିଆରି କରାଯାଇପାରୁଛି। ଏହି କପଡ଼ା ଦେଖିବାକୁ ଅବିକଳ ଖଦୀ କପଡ଼ା ପରି ଏବଂ ପିନ୍ଧିଲେ ଖୁବ୍‌ ଆରାମ ଲାଗେ। ବିଶେଷକରି ଖେଳାଳିମାନେ ଏହି ସୂତାରେ ପ୍ରସ୍ତୁତ କପଡ଼ାରେ ତିଆରି ପୋଷାକ ଅଧିକ ପରିଧାନ କରୁଛନ୍ତି। ଏହି ସୂତାରେ ଜ୍ୟାକେଟ୍‌, ଜୋତା, ଆକ୍ଟିଭ୍‌ୱେର୍‌, ବ୍ୟାଗ୍‌, କାର୍‌, ସୋଫା ଇତ୍ୟାଦି ଘୋଡ଼ାଇବା ପାଇଁ କପଡ଼ା ମଧ୍ୟ ପ୍ରସ୍ତୁତ କରାଯାଉଛି। କିନ୍ତୁ, ଏ ପୋଷାକ ସୁରକ୍ଷିତ ରଖିବା ନିମନ୍ତେ ଦୁଇଟି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ସଫା କରିବା ପରେ ଏହି ପୋଷାକକୁ ଖରାରେ ଶୁଖାନ୍ତୁ ନାହିଁ ଏବଂ ଏହାକୁ ଉତ୍ତପ୍ତ ଜିନିଷ ସଂସ୍ପର୍ଶରେ ଆସିବାକୁ ଦିଅନ୍ତୁ ନାହିଁ। ‘ବଟଲ୍‌ ଟୁ ଫ୍ୟାବ୍ରିକ୍‌’ ପରିବେଶ ଅନୁକୂଳ ଏବଂ ସ୍ବଳ୍ପ ଶକ୍ତି ଦ୍ବାରା ପ୍ରସ୍ତୁତ କରାଯାଉଛି। ନୂଆ ପଲିଷ୍ଟର୍‌ କପଡ଼ା ପ୍ରସ୍ତୁତିରେ ଯେତିକି ଗ୍ରିନ୍‌ ହାଉସ୍‌ ନିର୍ଗମନ ଘଟେ ପ୍ଲାଷ୍ଟିକ୍‌ ବୋତଲରୁ କପଡ଼ା ପ୍ରସ୍ତୁତ କରିବା ବେଳେ ତା’ ଅପେକ୍ଷା ଖୁବ୍‌ କମ୍‌ ଗ୍ରିନ୍‌ ହାଉସ୍‌ ନିର୍ଗମନ ଘଟେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.