T​​PCODL Sets November 15 Deadline ଆନ୍ଦୋଳନରତ କର୍ମଚାରୀଙ୍କୁ ୧୫ତାରିଖ କଣ୍ଟ ଦେଲେ ଟିପିସିଓଡ଼ିଏଲ କର୍ତ୍ତୃପକ୍ଷ

2 days ago 3
ARTICLE AD BOX

ଭୁବନେଶ୍ବର:  ଠିକା ବିଦ୍ୟୁତ୍‌ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ଫଳରେ ବିଦ୍ୟୁତ୍‌ ସେବାରେ ଗୁରୁତର ବିଭ୍ରାଟ ସୃଷ୍ଟି ହୋଇଛି। ଉପଭୋକ୍ତା ବିଦ୍ୟୁତ୍‌ ସେବାଠାରୁ ଆରମ୍ଭ କରି ବିଦ୍ୟୁତ୍‌ ବିଲ୍‌ ପାଇବା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆନ୍ଦୋଳନରତ ଠିକା କର୍ମଚାରୀଙ୍କ ସହ ବିଭିନ୍ନସ୍ତରରେ ଆଲୋଚନା କରାଯାଇଥିଲା। ଏଥିରେ କୌଣସି ସୁଫଳ ମିଳିପାରିନାହିଁ। ଶେଷରେ ଟିପିସିଓଡିଏଲ୍‌ କର୍ତ୍ତୃପକ୍ଷ କଠୋର ମନୋଭାବ ପୋଷଣ କରିଛନ୍ତି। ଆସନ୍ତା ୧୫ ତାରିଖ ମଧ୍ୟରେ ଆନ୍ଦୋଳନ ପ୍ରତ୍ୟାହର କରି କାର୍ଯ୍ୟରେ ଯୋଗ ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି (ମଙ୍ଗଳବାର) ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। 

Tata Power Investment ଓଡ଼ିଶାରେ ଟାଟା ପାୱାର ୫ ବର୍ଷରେ ୯୧୯୩ କୋଟି ଟଙ୍କା ପୁଞ୍ଜିନିବେଶ କରିବ
ଟିପିସିଓଡିଏଲ୍‌ ଅଧିକାରୀଙ୍କ ସୂଚନାନୁସାରେ,  ଆସନ୍ତା ୧୫ତାରିଖ ସୁଦ୍ଧା ଆନ୍ଦୋଳକାରୀ ଠିକା କର୍ମଚାରୀ କାର୍ଯ୍ୟରେ ଯୋଗ ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ। ଆନ୍ଦୋଳନ ପାଇଁ ୩୪ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତା ନାହିଁନଥିବା ଭୋଗ କରୁଥିବା ଅସୁବିଧାକୁ ଆଉ ବରଦାସ୍ତ କରାଯିବ ନାହିଁ। ଟିପିସିଓଡିଏଲର ସିଇଓ ଗଜାନନନ୍‌ କାଲେ କହିଛନ୍ତି, ଆନ୍ଦୋଳନକାରୀ ଠିକା କର୍ମଚାରୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। କୌଣସି ଠିକା କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯାଇନାହିଁ। ୪ଟି ବିଭାଗରେ କାର୍ଯ୍ୟରତ ୧୫,୩୦୦ ଜଣ ଠିକା କର୍ମଚାରୀଙ୍କ ମଧ୍ୟରୁ ମାତ୍ର ୨ଶତକଡ଼ା ଅର୍ଥାତ୍ ୩୭୪ଜଣ ଠିକା କର୍ମଚାରୀଙ୍କ କାର୍ଯ୍ୟ ଓ ସ୍ଥାନରେ ଅଦଳବଦଳ କରାଯାଇ ନୂତନ କାମରେ ନିୟୋଜିତ କରାଯାଇଛି। ଏହି ୩୭୪ଜଣ ଠିକା କର୍ମଚାରୀ ଆନ୍ଦୋଳନ କରୁଥିଲେ। ବାରମ୍ବାର ଆଲୋଚନା ଫଳରେ ୨୦୦ଜଣ ଏଥି ମଧ୍ୟରେ ନୂତନ କାର୍ଯ୍ୟରେ ଯୋଗଦେଇଛନ୍ତି। ତେବେ ସିଇଓ ଦାବି କରିଛନ୍ତି ଏଥି ମଧ୍ୟରେ କାହାରିକୁ ଚାକିରିକୁ ବାହାର କରାଯାଇନାହିଁ। ବିଭିନ୍ନ ସମୟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବହୁ ପୂର୍ବରୁ ନିଆଯାଇଛି।

Bharat Electricity Summit 2026: ଭାରତ ବିଦ୍ୟୁତ୍ ସମ୍ମିଳନୀ ୨୦୨୬; ବିଦ୍ୟୁତସେବା ମୂଲ୍ୟାଙ୍କନରେ ଟାଟା ପାୱାର ଓଡ଼ିଶାକୁ ମିଳିଛି ଏ ଗ୍ରେଡ୍
ଅଧିକାରୀମାନେ କହିଛନ୍ତି, ଟିପିସିଓଡିଏଲରେ ଠିକା କର୍ମଚାରୀଙ୍କ ସଂଖ୍ୟା ୨୦୨୦ ମସିହାରେ ପ୍ରାୟ ୬,୦୦୦ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ପ୍ରାୟ ୧୫,୩୦୦ ରେ ପହଞ୍ଚିଛି। ସମସ୍ତ ଡିସକମ୍‌ରେ ଏହି ସମୁଦାୟ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇ ୫୫,୦୦୦ ରୁ ଅଧିକ ଠିକା କର୍ମଚାରୀ ହୋଇଛନ୍ତି। ଉପଭୋକ୍ତର ବିଲ୍ ଓ ଅନ୍ୟାନ୍ୟ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ କମ୍ପାନି ନିକଟରେ ଘୋଷଣା କରିବେ ବୋଲି କର୍ତ୍ତୁପକ୍ଷ ଆଜି ସୂଚନା ଦେଇଛନ୍ତି। ଯେଉଁ ଆନ୍ଦୋଳନକାରୀ ଠିକା କର୍ମଚାରୀ ଆସନ୍ତା ୧୫ତାରିଖ ପରେ ଅନୁପସ୍ଥିତ ରହିବେ, ବିଦ୍ୟୁତ୍ ସେବା ନିରବଚ୍ଛିନ୍ନ ଯୋଗାଇବା ନିମନ୍ତେ ନିଯୁକ୍ତିଦାତା ଠିକା ସଂସ୍ଥାମାନେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ସତର୍କ କରିଦିଆଯାଇଛି। 

Dhenkanal Bandh: ଟାଟା ପାୱାରର ମନମୁଖୀ ବିଦ୍ୟୁତ କାଟ୍‌କୁ ନେଇ ଢେଙ୍କାନାଳ ବନ୍ଦ ଡାକରା
ଏହି ସାମ୍ବାଦିକ ସମ୍ବିଳନୀରେ ସିଇଓ ଶ୍ରୀ କାଲେଙ୍କ ବ୍ୟତୀତ କମର୍ସିଆଲ ମୁଖ୍ୟ ଜୟଦୀପ୍ ରାୟଙ୍କ ସମେତ ବିଭିନ୍ନ ସର୍କଲ ଓ ଡିଭିଜନ୍‌ ମୁଖ୍ୟ ଯୋଗ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.