ARTICLE AD BOX
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଭତ୍ତାକୁ ନେଇ ବଡ଼ ପଦକ୍ଷେପ ନିଆଯାଇଛି। ସୋମବାର, ସେପ୍ଟେମ୍ବର ୭ରୁ ବର୍ଦ୍ଧିତ ହାରରେ ଭତ୍ତା ପ୍ରଦାନର ଔପଚାରିକ ଶୁଭାରମ୍ଭ ହୋଇଛି। ରାଜ୍ୟ ସଚିବାଳୟ ନବାନ୍ନ ଭବନରୁ ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ ୧୫୦୦ ଟଙ୍କାର ବର୍ଦ୍ଧିତ ବୃଦ୍ଧାବସ୍ଥା ଭତ୍ତା ସେମାନଙ୍କ ଆକାଉଣ୍ଟକୁ ପଠାଯାଇଛି। ଏହାର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷ ହିତାଧିକାରୀଙ୍କ ଖାତାକୁ ୧୫୦୦ ଟଙ୍କା ଲେଖାଏଁ ପଠାଯାଇଛି।ପୂର୍ବରୁ ଏହି ଭତ୍ତା ବାବଦରେ ମାସକୁ ୧୦୦୦ ଟଙ୍କା ମିଳୁଥିଲା। ଏବେ ଏଥିରେ ୫୦୦ ଟଙ୍କା ବୃଦ୍ଧି କରାଯାଇ ୧୫୦୦ ଟଙ୍କା କରାଯାଇଛି। ବୃଦ୍ଧାବସ୍ଥା ଭତ୍ତା ସହ ବିଧବା ଓ ଦିବ୍ୟାଙ୍ଗ ବ୍ୟକ୍ତିମାନେ ମଧ୍ୟ ଏହାର ଲାଭ ପାଇ ପାରିବେ।
ଦୁର୍ବଳ ବର୍ଗଙ୍କୁ ଆର୍ଥିକ ସହାୟତା
ମୋଟ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୨୦ ଲକ୍ଷ ଲୋକ କେନ୍ଦ୍ର ସରକାରଙ୍କ ଜାତୀୟ ସାମାଜିକ ସହାୟତା ଯୋଜନା ଅଧୀନରେ ସହାୟତା ପାଇବେ। ଅନ୍ୟ ୪୦ ଲକ୍ଷ ହିତାଧିକାରୀଙ୍କ ଭତ୍ତା ରାଜ୍ୟ ସରକାର ନିଜସ୍ୱ ସମ୍ବଳରୁ ପ୍ରଦାନ କରିବ। ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଦୁର୍ବଳ ଓ ଆବଶ୍ୟକତା ଥିବା ବର୍ଗଙ୍କୁ ଆର୍ଥିକ ସହାୟତ ମିଳିବ ବୋଲି ଆଶା କରାଯାଉଛି।
ଜାତୀୟ ସାମାଜିକ ସହାୟତା ପେନସନ୍ ମଧ୍ୟ ବଢ଼ିଲା
ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ ମିଳୁଥିବା ମାସିକ ଭତ୍ତାକୁ ମଧ୍ୟ ୧୦୦୦ ଟଙ୍କାରୁ ବଢ଼ାଇ ୧୫୦୦ ଟଙ୍କା କରାଯାଇଛି। ଏହା ଅଧୀନରେ ଇନ୍ଦିରା ଗାନ୍ଧୀ ଜାତୀୟ ବୃଦ୍ଧାବସ୍ଥା ଭତ୍ତା ଯୋଜନା, ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା ଯୋଜନା ଏବଂ ଇନ୍ଦିରା ଗାନ୍ଧୀ ଜାତୀୟ ଦିବ୍ୟାଙ୍ଗ ଭତ୍ତା ଯୋଜନାର ହିତାଧିକାରୀଙ୍କୁ ସିଧାସଳଖ ଖାତାକୁ ଟଙ୍କା ପଠାଯିବ।
ଆନ୍ଦୋଳନକାରୀଙ୍କୁ ମାସିକ ୧୦ ହଜାର ଟଙ୍କା
ଏହାପୂର୍ବରୁ ପଶ୍ଚିମବଙ୍ଗ ସରକାର ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଆନ୍ଦୋଳନ କରିଥିବା ପ୍ରାୟ ୩୨୫ରୁ ୩୩୦ ଜଣଙ୍କୁ ମାସିକ ୧୦ ହଜାର ଟଙ୍କା ଭତ୍ତା ଦେବାକୁ ନିଷ୍ପତ୍ତି ନେଇଥିଲେ। ‘ପଶ୍ଚିମବଙ୍ଗ ଗଣତନ୍ତ୍ର ସେନାନୀ ସମ୍ମାନ ଯୋଜନା’ ଅଧୀନରେ ଏହି ଭତ୍ତା ପ୍ରଦାନ କରାଯିବ।
ନୂଆପଡ଼ା ସବ୍ଜେଲ୍ରୁ କଏଦୀ ଫେରାର୍

38 minutes ago
1


