ARTICLE AD BOX
ଭୁବନେଶ୍ବର: ଚଳିତ ବର୍ଷ ଜାନୁଆରୀ ମାସରେ ଲାଞ୍ଚ ନେଇ ରଙ୍ଗେହାତ ଧରାପଡ଼ିଥିବା ବାଲେଶ୍ବର ଉଠାଜଳସେଚନ ବିଭାଗ (ଓଏଲ୍ଆଇସି ଡିଭିଜନ୍)ର ଜେଇ ସୁବ୍ରତ ମହାନ୍ତିଙ୍କ ଠାରେ ୧୨୩ ପ୍ରତିଶତ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ହୋଇଥିବା ଯାଞ୍ଚରୁ ଜଣାପଡ଼ିଛି। ଏହାପରେ ଭିଜିଲାନ୍ସ ବିଭାଗ ଦୁର୍ନୀତି ନିବାରଣ ଆଇନର ବିଭିନ୍ନଧାରାରେ ଆଉ ଏକ ମାମଲା ରୁଜୁ କରିଛି।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା: ଭିଜିଲାନ୍ସ ଜାଲରେ ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ୭ଟି ସ୍ଥାନରେ ଚଢଉ ଜାରି
ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ଠାରୁ ମିଳିଥିବା ସୂଚନାନୁସାରେ, କନିଷ୍ଠ ଯନ୍ତ୍ରୀ (ଜେଇ)ଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ୨୦୧୮ର ଧାରା ୧୩(୨) ସହ ୧୩(୧)(ଖ) ଓ ୧୨ରେ ଏକ ୨୧/୭-୯-୨୦୨୬ରେ ଏକ ମାମଲା ରୁଜୁ କରାଯାଇଛି। ଏହାପରେ କନିଷ୍ଠଯନ୍ତ୍ରୀ ମହାନ୍ତିଙ୍କୁ ଗିରଫ କରି ବାଲେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ କୋର୍ଟରେ ହାଜର କରାଯାଇଛି।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା: ଗିରଫ ହେଲେ ଇଡ୍କୋ ମୁଖ୍ୟ ମହାପ୍ରବନ୍ଧକ
ସୂଚନାଯୋଗ୍ୟ, ଏହାପୂର୍ବରୁ ପୁରୁଣା ବିଲ୍ର ଅର୍ଥ ପୈଠ କରିବା ନିମନ୍ତେ ୬୦ହଜାର ଟଙ୍କା ଲାଞ୍ଚନେବା ଘଟଣାରେ ଭିଜିଲାନ୍ସ ବିଭାଗ ରଙ୍ଗେହାତ ଧରି ୧/୨୦୨୬ରେ ଏକ ମାମଲା ରୁଜୁ କରିଥିଲା।

16 minutes ago
1


