Surrender: ମଣିପୁରରେ ନିଷିଦ୍ଧ ସଂଗଠନର ମୁଖ୍ୟଙ୍କ ସମେତ ୪୬ କ୍ୟାଡରଙ୍କ ଆତ୍ମସମର୍ପଣ

2 hours ago 3
ARTICLE AD BOX

ଇମ୍ଫାଲ: ମଣିପୁରରେ ନିଷିଦ୍ଧ ସଂଗଠନ କାଙ୍ଗଲେଇପାକ କମ୍ୟୁନିଷ୍ଟ ପାର୍ଟି-ତାଇବାଙ୍ଗନାବା (କେସିପି-ତାଇବାଙ୍ଗନାବା)ର ମୁଖ୍ୟ ହାଓବିଜାମ ଦିଲୀପ ଓରଫ ତାଇବାଙ୍ଗନାବାଙ୍କ ସମେତ ୪୬ ଜଣ କ୍ୟାଡର ମଙ୍ଗଳବାର ରାଜ୍ୟ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଇମ୍ଫାଲସ୍ଥିତ ପ୍ରଥମ ମଣିପୁର ରାଇଫଲ୍ସ ପରେଡ୍‌ ପଡ଼ିଆରେ ଆୟୋଜିତ ‘ହୋମ୍‌ କମିଂ’ କାର୍ଯ୍ୟକ୍ରମରେ ସେମାନେ ଆତ୍ମସମର୍ପଣ କରିଥିଲେ। ଏହି ସମୟରେ ୨୦ଟି ଅସ୍ତ୍ର, ୨୧୬ ରାଉଣ୍ଡ ଗୁଳି ଓ ୩ଟି ବିସ୍ଫୋରକ ସାମଗ୍ରୀ ସରକାରଙ୍କୁ ହସ୍ତାନ୍ତର କରାଯାଇଛି।

ମଣିପୁର ମୁଖ୍ୟମନ୍ତ୍ରୀ ୟୁମ୍‌ନାମ ଖେମଚାନ୍ଦ ସିଂହ ଏହି କ୍ୟାଡରମାନଙ୍କୁ ସ୍ୱାଗତ କରି କହିଛନ୍ତି, ହିଂସା ଓ ଅସ୍ତ୍ର ମଣିପୁରରେ ଶାନ୍ତି ଆଣିପାରିବ ନାହିଁ। ଅବଶିଷ୍ଟ କ୍ୟାଡରମାନେ ମଧ୍ୟ ଅସ୍ତ୍ର ଛାଡ଼ି ମୁଖ୍ୟସ୍ରୋତକୁ ଫେରିଆସିବାକୁ ସେ ଆହ୍ୱାନ ଦେଇଛନ୍ତି। ସରକାରଙ୍କ କହିବା ଅନୁସାରେ, ଏହି ଆତ୍ମସମର୍ପଣ ରାଜ୍ୟରେ ଶାନ୍ତି ଓ ସ୍ୱାଭାବିକ ସ୍ଥିତି ଫେରାଇବା ପ୍ରୟାସରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। 

କେସିପି-ତାଇବାଙ୍ଗନାବାର ସ୍ୱଘୋଷିତ ଅଧ୍ୟକ୍ଷ ଦିଲୀପଙ୍କୁ ଚଳିତ ବର୍ଷ ମେ ୨୮ରେ ନୂଆଦିଲ୍ଲୀରୁ ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍‌, ମଣିପୁର ପୁଲିସ ଓ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିର ମିଳିତ ଟିମ୍‌ ଗିରଫ କରିଥିଲା। ପରେ ଜୁନ୍‌ ୧ରେ ମଣିପୁର ପୁଲିସ ତିହାର ଜେଲ୍‌ରୁ ତାଙ୍କୁ ପୁଣି ଗିରଫ କରି ବେଆଇନ ଚାନ୍ଦା ଆଦାୟ ଓ ଅନ୍ୟ ଆପରାଧିକ କାର୍ଯ୍ୟକଳାପ ମାମଲାରେ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ନେଇଥିଲା। ଏହା ପୂର୍ବରୁ ୨୦୨୨ ମେ ୨୦ରେ ବିଷ୍ଣୁପୁର ଜିଲ୍ଲାରୁ ମଧ୍ୟ ଦିଲୀପ ଗିରଫ ହୋଇଥିଲେ। ପରେ ଚିକିତ୍ସା ଆଧାରରେ ଜାମିନରେ ମୁକ୍ତ ହୋଇଥିଲେ। 

Maoists Surrender: ୮ ନକ୍ସଲଙ୍କ ଆତ୍ମସମର୍ପଣ, ମୁଣ୍ଡରେ ଥିଲା ୪୯ ଲକ୍ଷ

ଆତ୍ମସମର୍ପଣ ଓ ପୁନର୍ବାସ ଯୋଜନା ଅଧୀନରେ ଫେରିଥିବା କ୍ୟାଡରମାନଙ୍କୁ ୩୬ ମାସ ପର୍ଯ୍ୟନ୍ତ ମାସିକ ସର୍ବାଧିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ମିଳିବ। ଏଥିସହ ପ୍ରତ୍ୟେକଙ୍କ ବ୍ୟାଙ୍କ ଖାତାରେ ଫିକ୍ସଡ୍‌ ଡିପୋଜିଟ୍‌ ଭାବେ ଏକକାଳୀନ ୪ ଲକ୍ଷ ଟଙ୍କା ଦିଆଯିବ। ଏହା ପୂର୍ବରୁ ଜୁଲାଇ ୨୧ରେ ନିଷିଦ୍ଧ କେସିପି-ପିପୁଲ୍ସ ୱାର୍‌ ଗ୍ରୁପ୍‌ର ୪୬ ଜଣ କ୍ୟାଡର ମଧ୍ୟ ଅସ୍ତ୍ର ଛାଡ଼ିଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.